Below header

କାନକୁ ଶୁଭୁ ନ ଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଧରଣର ମାସ୍କ ପ୍ରସ୍ତୁତ କରୁଛନ୍ତି ଏହି କଲେଜ ଛାତ୍ରୀ, ମାଗଣାରେ କରୁଛନ୍ତି ବଣ୍ଟନ

କରୋନା ଭାଇରସ ପରେ ପୂରା ଦୁନିଆରେ ମେଡିକାଲ ସପ୍ଲାଇ ଏକପ୍ରକାର ବନ୍ଦ ହୋଇଯାଇଛି। କେଉଁଠି ମାସ୍କ ମିଳୁନାହିଁ ତ କେଉଁଠି ସାନିଟାଇଜର ମିଳୁନାହିଁ। ତଥାପି ମେଡିକାଲ ୱାର୍କରମାନେ ଦିନରାତି ଲୋକଙ୍କ ସେବା କରୁଛନ୍ତି। ତେବେ ଏହାରି ଭିତରେ ଜଣେ କଲେଜ ଛାତ୍ରୀ ସମସ୍ତଙ୍କ ହୃଦୟ ଜିତିଯାଇଛନ୍ତି। ଯେଉଁମାନେ ଶୁଣିପାରୁନାହାନ୍ତି, ସେମାନଙ୍କ ପାଇଁ ସେ ସ୍ୱତନ୍ତ୍ର ପ୍ରକାରର ମାସ୍କ ପ୍ରସ୍ତୁତ କରିଛନ୍ତି।

2

ଛାତ୍ରୀଙ୍କ ନାଁ ଏଶଲେ ଲାରେଞ୍ଜ। ଏଶଲେ ନିଜେ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି। ସେ Eastern Kentucky Universityରେ ଡେଫ ଏଜୁକେସନ ଉପରେ ପାଠ ପଢୁଛନ୍ତି। ଏବେ ଏବେ ସେ ତାଙ୍କର ଏହି ନୂଆ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି। ଏଶଲେ ଓ ତାଙ୍କ ମାଆ ମିଶି ଏହି ବିଷୟ ଉପରେ କଥାବାର୍ତ୍ତା ହୋଇଥିଲେ।

3

ଏଶଲେ ଘରେ ହିଁ ଏହି ମାସ୍କ ପ୍ରସ୍ତୁତ କରୁଛନ୍ତି। ଏହି ହୋମମେଡ ମାସ୍କ ମଝିରେ ପ୍ଲାଷ୍ଟିକର ଏକ window ଲଗାଯାଇଛି, ଯଦ୍ଦ୍ୱାରା ମାସ୍କ ପିନ୍ଧୁଥିବା ବ୍ୟକ୍ତିର ଓଠକୁ କେହି ପଢିପାରିବ। ଅର୍ଥାତ ତାଙ୍କର ସାଇନ ଲାଙ୍ଗୁଏଜକୁ ଲୋକେ ବୁଝିପାରିବେ। ସୂଚନା ମୁତାବକ, ଆମେରିକାରେ ରହୁଥିବା ଏହି କଲେଜ ଛାତ୍ରୀ ଜଣକ ହାତ ତିଆରି ମାସ୍କ ଲୋକଙ୍କୁ ମାଗଣାରେ ଦେଉଛନ୍ତି। ଏଶଲେଙ୍କ ଏହି ଉଦ୍ୟମକୁ ବିଭିନ୍ନ ଆଡୁ ପ୍ରଶଂସା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.