Below header

ଏହି ୭ଟି କାରଣରୁ ଅଟକି ରହିଥାଏ ଆପଣଙ୍କ ସଫଳତା, ଆଉ ପିଛା ଛାଡିନଥାଏ ଦୁର୍ଭାଗ୍ୟ

ଅଧିକାଂଶ ସମୟରେ ଅନେକ ବ୍ୟକ୍ତିମାନେ ବାରମ୍ବାର ପ୍ରୟାସ ଜାରି ରକିବା ସତ୍ତ୍ବେ ମଧ୍ୟ ସଫଳତା ପାଇନଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରର ବାସ୍ତୁ ଦୋଷରୁ ମଧ୍ୟ ଏପରି ବାରମ୍ବାର ଅସଫଳତାର ସାମ୍ନା କରିବାକୁ ପଡ଼ିଥାଏ। ଯଦି ଘରେ କୌଣସି ପ୍ରକାର ବାସ୍ତୁ ଦୋଷ ରହିଥାଏ ତେବେ ସେହି ଘରର ସଦସ୍ୟ ବିଭିନ୍ନ ପ୍ରକାର ବାଧା-ବିଘ୍ନ, ରୋଗ ଏବଂ ଦୁର୍ଭାଗ୍ୟର ସିକାର ହୋଇଥାନ୍ତି। ଏହି କାରଣରୁ ଆପଣମାନେ ଘରର ବାସ୍ତୁଦୋଷ ଦୂର କରିବା ପାଇଁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

plant-ଘର ଭିତରେ କୌଣସି କଣ୍ଟା ଜାତୀୟ ଗଛ ଲଗାଇବା ଅନୁଚିତ। କାରଣ ଏପରି କରିବା ଦ୍ବାରା ଘରର ବାସ୍ତୁ ଖରାପ ହେବା ସହ ନକରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ।

-ଘରର ଉତ୍ତର-ପୂର୍ବ ଦିଗରେ କେବେ ମଧ୍ୟ ଓଜନ ବା ଭାରି ମୂର୍ତ୍ତି ରଖନ୍ତୁ ନାହିଁ। କାରଣ ଏହା ଦ୍ବାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।

-ସେହିପରି ଶୋଇବା ଖଟ ତଳେ ଜୋତା ବା ଚପଲ ରଖିବା ଅନୁଚିତ। କାରଣ ଏପରି କରିବା ଦ୍ବାରା ମାନସିକ ଚିନ୍ତା ବଢିଥାଏ।

-ଦେବୀ, ଦେବତାଙ୍କ ଖଣ୍ଡିତ ମୂର୍ତ୍ତି ମଧ୍ୟ ଘରେ ରଖିବା ଅନୁଚିତ।

vastu-ଏହା ବ୍ୟତୀତ ବନ୍ଦ ହୋଇଯାଇଥିବା ବା ଭାଙ୍ଗି ଯାଇଥିବା ଘଣ୍ଟା ମଧ୍ୟ ରଖିବା ଅନୁଚିତ। କାରଣ ଏହା ଦ୍ବାରା ନକରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ।

-ସେହିପରି ଉତ୍ତର ଏବଂ ପଶ୍ଚିମ ଦିଗ ମଧ୍ୟ ଅନ୍ଧାର ହେବା ଅନୁଚିତ। କାରଣ ଏହି ଦିଗ ଦିଗର ମସ୍ବନ୍ଧ ସିଧା ଘରର ଆର୍ଥିକ ସ୍ଥିତି ସହ ରହିଥାଏ।

-ଏଥିସହ ପୂଜା କିମ୍ବା ଦାନ ଦେବା ପାଇଁ ଆଣିଥିବା କୌଣସି ବସ୍ତୁ ମଧ୍ୟ ଅଧିକ ଦିନ ପର‌୍ୟ୍ୟନ୍ତ ଘରେ ରଖିବା ଅନୁଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.