ଜମ୍ମୁକାଶ୍ମୀର ପୁଲଓ୍ଵାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନକାଉଣ୍ଟରରେ ଟଳିପଡିଲେ ୪ ଆତଙ୍କବାଦୀ

ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀର ପୁଲଓ୍ଵାମାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ। ଏନକାଉଣ୍ଟରରେ ଟଳିପଡିଲେ ୪ ଆତଙ୍କବାଦୀ। କେନ୍ଦ୍ରୀୟ ରିଜର୍ଭ ପୋଲିସ, ରାଷ୍ଟ୍ରୀୟ ରାଇଫଲ ଏବଂ ଜମ୍ମୁ-କାଶ୍ମୀରର ସ୍ପେଶାଲ ଅପରେସନ୍‌ ଗୃପର ମିଳିତ ଉଦ୍ୟମରେ ଏହି ଏନକାଉଣ୍ଟର ହୋଇଛି। ଲସିପୋରା ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରସେନ୍‌ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ଆତଙ୍କବାଦୀ ଟଳିପଡିଥିଲେ। ଘଟଣାସ୍ଥଳରୁ ବନ୍ଧୁକ ଜବତ ହୋଇଛି। ଲସିପୋରା ଜଙ୍ଗଲରେ ଏବେବି ସେନାର ସର୍ଚ୍ଚ ଅପରେସନ ଜାରି ରହିଛି।