Below header

ଏହି ୪ଟି ସହଜ ଉପାୟ ଦ୍ୱାରା ଆପଣଙ୍କର କେବେବି ପାଖ ମାଡିବନି ହାର୍ଟ ଆଟାକ୍‌, ନିଶ୍ଚୟ ଟ୍ରାଏ କରି ଦେଖନ୍ତୁ

ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା କାରଣରୁ ଏବେ ଲୋକମାନେ ଅନେକ ପ୍ରକାର ରୋଗକୁ ସାମ୍ନା କରୁଛନ୍ତି। ଏହି ସବୁ ରୋଗ ମଧ୍ୟରେ ହାର୍ଟ ଆଟାକ୍‌ ବା ହୃଦଘାତ ଭଳି ମାରାତ୍ମକ ରୋଗ ଲୋକମାନଙ୍କ ମଧ୍ୟରେ ବହୁତ ମାତ୍ରାରେ ବଢ଼ୁଛି। ହାର୍ଟ ଆଟାକ ଭଳି ଏକ ମାରାତ୍ମକ ରୋଗ ପ୍ରତି ଲୋକମାନଙ୍କୁ ଜାଗ୍ରୁକ କରିବା ପାଇଁ ପ୍ରତିବର୍ଷ ୨୯ ସେପ୍ଟେମ୍ବରରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଏ। ଏହା ଏକ ଏମିତି ରୋଗ ଯାହାର ଲକ୍ଷଣକୁ ପ୍ରଥମେ ଜାଣିହୁଏ ନାହିଁ ଏବଂ ପରମୁହୂର୍ତ୍ତରେ ଲୋକମାନେ ଏହି ରୋଗରେ ଆକ୍ରାନ୍ତ ହୋଇଯାନ୍ତି। କିନ୍ତୁ ଯଦି ଆପଣ ନିଜର କିଛି ଅଭ୍ୟାସକୁ ପରିବର୍ତ୍ତନ କରିବେ ତେବେ ଏହି ରୋଗରୁ ରକ୍ଷା ପାଇପାରିବେ।

human heartକୋଲେଷ୍ଟ୍ରଲ

କୋଲେଷ୍ଟ୍ରଲ ଏକ କେମିକାଲ କମ୍ପାଉଣ୍ଡ, ଯାହା ଆମ ଶରୀରରେ ଲିଭରରେ ରହିଥାଏ। ଏହା ଆମ ଶରୀରରେ ନୂଆ କୋଶିକା ଏବଂ ହର୍ମୋନସ୍‌କୁ ବ୍ୟବସ୍ଥିତ ରଖିବାରେ ସହାୟକ ହୋଇଥାଏ। ଆମ ଶରୀରରେ ଯେତେବେଳେ କୋଲେଷ୍ଟ୍ରଲର ଆବଶ୍ୟକତା ହୋଇଥାଏ ତେବେ ଲିଭର ଏହାକୁ ବାହାରକୁ ବାହାର କରିଦିଏ ଏବଂ ଶରୀର ନିଜର ଆବଶ୍ୟକତାକୁ ପୂରା କରିନେଇଥାଏ। କିନ୍ତୁ ଯାହା ବି ଅତିରିକ୍ତ କୋଲେଷ୍ଟ୍ରଲ ଆମ ଶରୀରରେ ଜମା ହୋଇରହିଯାଏ ତାହା ଶରୀର ପାଇଁ କ୍ଷତିିକାରକ କୋଲେଷ୍ଟ୍ରଲ ହୋଇଯାଏ। ମେଡିକାଲ ଭାଷାରେ ଏହାକୁ ଏଲଡିଏଲ କୁହାଯାଏ। ଏଲଡିଏଲ ଆମ ଶରୀରର ରକ୍ତ ପ୍ରବାହକୁ ବାଧା ଉପୁଜାଇଥାଏ, ଯେଉଁ କାରଣରୁ ହୃଦୟ ଏବଂ ମସ୍ତିଷ୍କକୁ ଖରାପ ପ୍ରଭାବ ପଡିଥାଏ। ଏଲଡିଏଲ ମଣିଷକୁ ମ୍ରୁତ୍ୟୁ ମୁଖରେ ମଧ୍ୟ ପକାଇଦେଇଥାଏ। ଏଥିପାଇଁ ଆପଣ କ୍ଷୀର ଜାତୀୟ ପଦାର୍ଥ ଏବଂ ଫ୍ୟାଟ ଯୁକ୍ତ ଖାଦ୍ୟ ଠାରୁ ଦୂରତା ରକ୍ଷା କରନ୍ତୁ। ଏପରି କଲେ ଆପଣଙ୍କ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିଥାଏ।

heart_attack_photoଚିନ୍ତା

ଅତ୍ୟଧିକ ଚିନ୍ତା କିମ୍ବା ଡିପ୍ରେସନ ହୃଦୟ ପାଇଁ ଘାତକ ହୋଇପାରେ। ‘ଚିନ୍ତା’ ହୃଦରୋଗୀଙ୍କ ପାଇଁ ଏକ ବହୁତ ବଡ କାରକ। ଏଥିପାଇଁ ଆପଣ ସବୁବେଳେ ଚେଷ୍ଟା କରନ୍ତୁ ଯେ ଚିନ୍ତାରେ ନ ରହିବାକୁ। ଚିନ୍ତାମୁକ୍ତ ରହିବା କାରଣରୁ ହୃଦରୋଗୀଙ୍କର ପାଖାପାଖି ଅଧା ଭୟ ଦୂର ହୋଇଯାଇଥାଏ। ଯୋଗ, ବ୍ୟାୟାମ, ବ୍ୟାକିଂ ଆଦି ଶାରୀରିକ ଗତିବିଧିରୁ ମଧ୍ୟ ଚିନ୍ତା ଦୂର କରିଥାଏ।

ଏହାସହ ପଢନ୍ତୁ : ବ୍ରେଷ୍ଟ କ୍ୟାନସର ଭୟକୁ କମ୍‌ କରିଥାଏ ପିଆଜ ଏବଂ ରସୁଣର ସେବନ, ଜାଣନ୍ତୁ କେମିତି

ରକ୍ତଚାପ

metabolic-surgeryରକ୍ତଚାପ ଅର୍ଥାତ ବ୍ଲଡପ୍ରେସର ବଢ଼ିବା ଏବଂ ଘଟିବା ଉଭୟ ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ରକ୍ତଚାପ ହାଇ ହେବା କାରଣରୁ ହୃଦୟକୁ କ୍ଷତି ପହଁଚିଥାଏ।। ଉଚ୍ଚ ରକ୍ତଚାପ ହାର୍ଟବିଟକୁ ବଢ଼ାଇଦେଇଥାଏ, ଯେଉଁ କାରଣରୁ ହ୍ରୁଦୟ ଠିକ ଭାବରେ କାମ କରିପାରିନଥାଏ। ଆପଣଙ୍କ ବ୍ଲଡପ୍ରେସରର ସ୍ତର ସବୁବେଳେ ୧୨୦ ଏବଂ ୮୦ ଭିତରେ ରହିବା ଆବଶ୍ୟକ। ହୃଦୟକୁ ସୁସ୍ଥ ରଖିବା ପାଇଁ ବ୍ଲଡ ପ୍ରେସର ନିୟନ୍ତ୍ରଣ ରହିବା ବହୁତ ଜରୁରୀ।

ଓ୍ଵାକିଙ୍ଗ୍‌

ଖାଦ୍ୟ ଖାଇବା ପରେ ଚାଲିବା ସମସ୍ତଙ୍କୁ ପସନ୍ଦ। ଚାଲିବା ଦ୍ୱାରା କେବଳ ଆପଣଙ୍କ ମୁଡ୍‌ ଠିକ୍‌ ରହିନଥାଏ ବରଂ ଆପଣଙ୍କ ଖାଦ୍ୟକୁ ପଚାଇପାରେ ସାହାଯ୍ୟ କରିଥାଏ। ହୃଦୟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଚାଲିବା ନିହାତି ଆବଶ୍ୟକ। ଏମିତି କଲେ ଆପଣଙ୍କ ହାର୍ଟ ଆଟାକର ଭୟ କମ୍‌ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.