ଅଣ୍ଡା ସହ ଭୁଲରେ ବି ଖାଆନ୍ତୁ ନାହିଁ ଏସବୁ ଜିନିଷ, ପେଟରେ ହୋଇପାରେ ବିଷ କ୍ରିୟା

ଆମିଷ ଖାଉଥିବା ଲୋକମାନେ ଅଣ୍ଡା ଖାଇବା ପୂର୍ବରୁ କେତେକ କଥା ଜାଣି ରଖିବା ନିହାତି ଆବଶ୍ୟକ। ନଚେତ୍‌ ଶରୀର ଉପରେ ଓଲଟା ପ୍ରଭାବ ପଡ଼ିବା ଆଶଙ୍କା ରହିଛି। କାରଣ କେତେକ ଏଭଳି ଖାଦ୍ୟ ଦ୍ରବ୍ୟ ରହିଛି, ଯାହାର ସେବନ ଅଣ୍ଡା ଖାଇବା ପରେ କିମ୍ବା ପୂର୍ବରୁ କରିବା ଅନୁଚିତ। ଏହା ଦ୍ୱାରା ଆଲର୍ଜି ହୋଇପାରେ। ଆସନ୍ତୁ ଜାଣିବା ଅଣ୍ଡା ସହ କେଉଁ କେଉଁ ଜିନିଷ ଖାଇବା ମନା…

  • ଅଣ୍ଡା ସହ କେବେ ବି ଚିନି ଖାଆନ୍ତୁ ନାହିଁ। ଉଭୟ ଜିନିଷରେ ଆମିନୋ ଏସିଡ୍‌ ରହିଛି। ଯାହାର ମାତ୍ରାଧିକ ସେବନ ଯୋଗୁ ଟକ୍ସିକ୍‌ ହୋଇପାରେ।
  • ସୋୟା ମିଲ୍କ ଓ ଅଣ୍ଡା ଏକାଠି ଖାଇବା ଅନୁଚିତ। ଉଭୟ ଅତ୍ୟଧିକ ପ୍ରୋଟିନ୍‌ ଯୁକ୍ତ ହୋଇଥିବାରୁ ପାଚନରେ ସମସ୍ୟା ଉପୁଜିପାରେ।
  • ଚା’ ପିଇବାର ତୁରନ୍ତ ପରେ ଅଣ୍ଡା ଖାଇବା ଅନୁଚିତ୍‌। ବଦହଜମି ହୋଇପାରେ।
  • ସିଝାଅଣ୍ଡାକୁ ମାଛ ସହ ଖାଇବା ମନା। ଆଲର୍ଜି ହୋଇପାରେ।
  • ଅଣ୍ଡା ଓ ପନୀର ଉଭୟରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ରହିଥାଏ। ଏଣୁ ଏହାକୁ ଏକାଠି ଖାଇବା ଅନୁଚିତ।
  • ଅଣ୍ଡା ଖାଇବାର ତୁରନ୍ତ ପରେ କଦଳୀ ଖାଇବାରୁ ବିରତ ରୁହନ୍ତୁ। କୋଷ୍ଠକାଠିନ୍ୟ ସମସ୍ୟା ଉପୁଜିପାରେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.