ସକାଳେ ଖାଆନ୍ତୁ ମାତ୍ର ୪ଟି ବାଦାମ!

ନିଜର ଭୋକ ଦୂର କରିବା ପାଇଁ ବାଦାମ ଏକ ଉତ୍କୃଷ୍ଟ ଭୋଜନ ହୋଇଥାଏ। ଏହା ପ୍ରୋଟିନ୍‌, ଭିଟାମିନ୍‌ ଏବଂ ଫାଇବରରେ ଭରପୂର ଥାଏ। ଏହାକୁ ନିୟମିତ ରୂପେ ସେବନ କରିବା ଦ୍ୱାରା କ୍ୟାସନର, ହୃଦରୋଗ, ମୋଟାପଣ ଏବଂ ଟାଇପ୍‌ ୨ ମଧୁମେହ ଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯାଏ। ତେବେ ଆସନ୍ତୁ ଜାଣିବା, ଦିନକୁ ୪ଟି ବାଦାମ ଖାଇବାରେ କ’ଣ ରହିଥାଏ ଏହାର ଫାଇଦା।

କୋଲେଷ୍ଟ୍ରେରୋଲ୍‌ ସ୍ତର

ଖରାପ କୋଲେଷ୍ଟ୍ରେରୋଲ୍‌କୁ କମ୍‌ କରି ଭଲ କୋଲେଷ୍ଟ୍ରେରୋଲ୍‌ ବଢ଼ାଇବାରେ ସବୁଠାରୁ ବଢ଼ିଆ ଭୋଜନ ହେଉଛି ବାଦାମ। ଉଚ୍ଚ କୋଲେଷ୍ଟ୍ରେରୋଲ୍‌ ଆପଣଙ୍କୁ ହାର୍ଟ ଆଟାକ୍‌, ଷ୍ଟ୍ରୋକ୍‌, ଧମନୀ ରୋଗ ଭଳି ବିଭିନ୍ନ ପ୍ରକାର ଜଟିଳ ସମସ୍ୟାକୁ ଡାକିଆଣିଥାଏ।

ମଜଭୁତ୍‌ ଏବଂ ସିଲ୍କି କେଶ

ଆପଣଙ୍କ କେଶ ପାଇଁ ସର୍ବୋତ୍ତମ ହେଉଛି ବାଦାମ। ଏଥିରେ ମାଗ୍ନେସିୟମ୍‌, ଜିଙ୍କ ଏବଂ ଭିଟାମିନ୍‌ ଇ ରହିଛି। ଏହାଛଡ଼ା ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଗୁଣ କେଶକୁ ମଜଭୁତ୍‌ କରିଥାଏ ଏବଂ ଭିଟାମିନ୍‌ ବି ପ୍ରାକୃତିକ ଚମକ ଆଣିଥାଏ। କେଶ ମୂଳରେ ବାଦାମ ତେଲ ମାଲିସ କରିବାରେ ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ।

almonds

ଏହାସହ ପଢ଼ନ୍ତୁ: ଚିନି ବଦଳରେ ଏହି ୬ଟି ପ୍ରାକୃତିକ ବିକଳ୍ପ ଆପଣଙ୍କ ପାଇଁ

ସତେଜତା ଆଣିଥାଏ

ଆପଣଙ୍କ ଦିନର ଆରମ୍ଭ ବତୁରା ବାଦାମରୁ ଆରମ୍ଭ କରନ୍ତୁ। ଏପରି କଲେ, ପୂରା ଦିନ ଫୁର୍ତ୍ତି ଅନୁଭବ ହେବ। ଏହା ଆପଣଙ୍କ ଶରୀରରେ ରାସାୟନିକ ପ୍ରକ୍ରିୟାକୁ ବଢ଼ାଇବ ଏବଂ ତମ୍ବା, ମାଙ୍ଗାନିଜ୍‌ ଭଳି ପୋଷକ ତତ୍ତ୍ୱ ପ୍ରଦାନ କରିବ।

ଓଜନ ହ୍ରାସ କରିବା

ଯଦି ଆପଣ ପ୍ରତ୍ୟେକ ଦିନ ୨-୪ଟି ବତୁରା ବାଦାମ ଖାଇବେ, ତା’ହେଲେ ଆପଣଙ୍କ ଅତିିରିକ୍ତ ଚର୍ବି କମ୍‌ କରିବାରେ ଏହା ସହାୟକ ହେବ। ଏହାକୁ ଆପଣ ସାଲାଡ୍‌ରେ ମିଶାଇ ପାରିବେ। ଏହା ପାଚନ ପ୍ରକ୍ରିୟାକୁ ମଧ୍ୟ ଠିକ୍‌ କରିଥାଏ।

ତ୍ୱଚାକୁ ସୁସ୍ଥ ରଖେ

ବାଦାମ ଭିଟାମିନ୍‌ ଇ ଏବଂ ଆଣ୍ଟିଅକ୍ସିଡେଣ୍ଟରେ ଭରପୂର ହୋଇଥାଏ। ଏହା ତ୍ୱଚାକୁ ସୁସ୍ଥ ଏବଂ ଚମକଦାର ବନାଇଥାଏ। ବତୁରା ବାଦାମ ଖାଇବାରେ ଆପଣ ତ୍ୱଚା ମୁଲାୟମ୍‌ ହୋଇଯିବ। ଏହା ବୟସ ବଢ଼ିବାର ସଙ୍କେତକୁ ଦୂର କରିବ।