ଜାଣନ୍ତୁ ଥାୟରଏଡ ଠିକ୍‌ କରିବାକୁ କେଉଁ ଖାଦ୍ୟ ଖାଇବା ଉଚିତ୍‌, କେଉଁ ଖାଦ୍ୟ ଖାଇବା ଉଚିତ୍‌ ନୁହେଁ

ଥାୟରଏଡ ଗ୍ଲାଣ୍ଡ ସମସ୍ତଙ୍କ ଶରୀରରେ ରହିଥାଏ । ହେଲେ ଏହାର ଅତ୍ୟଧିକ ବଢ଼ିଯିବା ଆମ ପାଇଁ ମାରାତ୍ମକ ହୋଇଥାଏ । ଏଥିପାଇଁ ଆମକୁ ଏହା ଜାଣିବା ଉଚିତ୍‌ ଯେ ଥାୟରଏଡ ଥିଲେ କେଉଁ ଖାଦ୍ୟ ଖାଇବା ଆମ ପାଇଁ ଉଚିତ ଓ କ’ଣ ଖାଇବା ଅନୁଚିତ୍‌ । ଏମିତି କିଛି ଖାଦ୍ୟ ରହିଛି ଯାହା ଥାୟରଏଡ ପୀଡିତ ଲୋକଙ୍କ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଆଜି ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଉଚିତ ଓ କ’ଣ ଖାଇବା ଅନୁଚିତ ।

ନଟସ : ଥାୟରଏଡ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଯେତେ ପାରିବ ନଟସ ଖାଇବା ଉଚିତ୍‌ । ନଟସ ଆପଣଙ୍କୁ ପ୍ରୋଟିନ ଦେବାରେ ସାହାଯ୍ୟ କରିଥାଏ । ନଟସରେ ଥିବା ଅଏଲ ଫ୍ୟାଟ ଭଳି କାମ କରିନଥାଏ । ଏହା ଖୁବ ଶୀଘ୍ର ଥାୟରଏଡକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଏହା ନେଚୁରାଲ ହୋଇଥାଏ ।

ରେଡ ମିଟ୍‌ : ରେଡ ମିଟରେ କୋଲେଷ୍ଟରାଲ ଓ ସେଚୁରେଟେଡ ଫ୍ୟାଟସ ବହୁତ ରହିଥାଏ । ଏହାଦ୍ୱାରା ଓଜନ ଦ୍ରୁତ ବେଗରେ ବଢ଼ିଥାଏ । ତେଣୁ ଏହାକୁ ଖାଇବା ଉଚିତ ନୁହେଁ । ଏହାଛଡ଼ା ରେଡ ମିଟ ଖାଇବା ଦ୍ୱାରା ଥାୟରଏଡ ବାଲାଙ୍କ ମୁହଁ ପୋଡିବା ଅଭିଯୋଗ ହୁଏ ।

ଆଲକୋହଲ : ଆଲକୋହଲ ବା ମଦ ଶରୀରକୁ ଶକ୍ତି ଦେଲେ ମଧ୍ୟ ଏହା ଥାୟରଏଡ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ହାନିକାରକ ହୋଇଥାଏ । ଏହାଛଡ଼ା ଓଷ୍ଟିଓପୋରୋସିସ ସମସ୍ୟା ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.