Below header

ଏବେ ଆଉ କରନ୍ତୁ ନାହିଁ ଚିନ୍ତା, ଘନ ଏବଂ ସୁନ୍ଦର କେଶ ପାଇବା ପାଇଁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ଆଜିର ଦୁନିଆରେ ଯୁବପିଢ଼ିଙ୍କର କେଶ ଝଡିବା ଏକ ସାଧାରଣ ସମସ୍ୟା ଭାବେ ଦେଖାଦେଇଛି। ଏହା ପଛର ମୁଖ୍ୟ କାରଣ ହେଲା ବିଭିନ୍ନ ରାସାୟନିକ ତତ୍ତ୍ବ ଥିବା ଶ୍ୟାମ୍ପୁ ବ୍ୟବହାର କରିବା, ନିୟମିତ ଭାବେ କେଶ ଷ୍ଟ୍ରେଟ ଓ କଲର କରାଇବା। ଘନ ଏବଂ ସୁନ୍ଦର କେଶ ପାଇବା ନିମନ୍ତେ ସରଳ ଉପଚାର କରିବାର ଆବଶ୍ୟକତା ରହିଛି।

୨ ଚାମଚ ଆପଲ୍ ଭିନେଗାରରେ ୨ଚାମଚ ଅଲିଭ ତେଲ ଓ ୩ ଅଣ୍ଡା ମିଶାଇ ଗୋଳାଇ ଦିଅନ୍ତୁ। ଏବେ ସେହି ମିଶ୍ରଣକୁ କେଶମୂଳରେ ଲଗାଇ ଅଢ଼େଇ ଘଣ୍ଟା ପରେ କେଶକୁ ଧୋଇଦିଅନ୍ତୁ। ସପ୍ତାହକୁ ୨ ଥର ଏହି ଉପାୟ ଆପଣେଇବା ଦ୍ବାରା ଖୁବଶୀଘ୍ର ଆପଣ ଫରକ ଜାଣିପାରିବେ।

hair straightଶୁଦ୍ଧ ନଡ଼ିଆ ତେଲ, ଅଲିଭ ଓ ବାଦାମ ତେଲ କେଶ ପାଇଁ ଖୁବ୍ ଉତ୍ତମ। ସପ୍ତାହରେ ୨ ରୁ ୩ଥର ଏହି ତେଲର ମିଶ୍ରଣକୁ କେଶମୂଳରେ ଲଗାଇଲେ କେଶ ଝଡ଼ିବା ବନ୍ଦ ହୋଇଥାଏ।

ଏହାସହ ପଢ଼ନ୍ତୁ : ନିଜର ଝଡିଥିବା କେଶକୁ ଫିଙ୍ଗନ୍ତୁ ନାହିଁ, ଯଦି ଏହାର ୫ ଫାଇଦା ଜାଣିବେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ଓଦା କେଶ ନ ଶୁଖିବା ପର‌୍ୟ୍ୟନ୍ତ କେଶରେ କପଡା ଘୋଡ଼ାଇ ରଖନ୍ତୁ। ଏହା ମଧ୍ୟ କେଶ ଝଡ଼ାରୁ ରକ୍ଷା କରେ। କେଶର ଘନତ୍ବ ବଢ଼ାଇବା ପାଇଁ ଅଣ୍ଡାକୁ ସପ୍ତାହରେ ୨ ଥର ଲଗାଇବା ଉପକାରୀ। ଅଲିଭ ତେଲ ଓ ଚନ୍ଦନ ତେଲର ମିଶ୍ରଣ ମଧ୍ୟ କେଶ ପାଇଁ ମହୌଷଧି ପରି କାମ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.