Below header

ଯାଜପୁର: ରାସ୍ତା କଡରେ ଗୋ ମାଂସ ପକାଇବାକୁ ନେଇ ଉତ୍ତେଜନା

ଯାଜପୁର ଟାଉନ(କେନ୍ୟୁଜ୍) : ଯାଜପୁରରେ ରାସ୍ତା କଡରେ ଗୋ ମାଂସ ପକାଇବାକୁ ନେଇ ଉତ୍ତେଜନା। ଗାନ୍ଧି ଛକ ନିକଟସ୍ଥ ରିଂ ରୋଡ଼ କଡରେ ଆଜି ସକାଳୁ ଏକ ବସ୍ତାରେ ଭର୍ତ୍ତି ହୋଇ ଗୋ ମାଂସ ପଡିଥିବା ଦେଖିବାକୁ ମିଳିଥିଲା। ଯାହାର ପ୍ରତିବାଦ କରି ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଏସ ପି ଚରଣ ସିଂ ମିନା ଓ ଉପ ଜିଲ୍ଲାପାଳ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ଅପରପକ୍ଷେ ଏହି ସ୍ଥାନଟି ବୈତରଣୀ ନଦୀ କୂଳରେ ହୋଇଥିବାରୁ ନଦୀ ପ୍ରଦୂଷିତ ହେବାର ଆଶଙ୍କା ଦେଖାଦେଇଛି। ଏଥିପାଇଁ ସହରରେ ଥିବା କଂସେଇ ଖାନାକୁ ବନ୍ଦ କରିବାକୁ ଦାବି କରି ରାସ୍ତାରୋକ କରିଥିଲେ ଉତ୍ୟକ୍ତ ଲୋକେ। ସହର ଭିତରେ କଂସେଇ ଖାନା ଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି। କଂସେଇ ଖାନା ଯୋଗୁଁ ଚାରିଆଡେ ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି।

ଉତ୍ତେଜନା ଖବର ପାଇ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ଏସ ପି ଚରଣ ସିଂ ମିନା ଘଟଣା ସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଘଟଣା ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ଦୋଷୀଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ ପି ପ୍ରତିଶ୍ରୁତି ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.