ପାକିସ୍ତାନ କରାଚିରେ ପରଫର୍ମ କରିଥିବାରୁ ମିକାଙ୍କୁ ବୟକଟ୍ କଲା ଅଲ୍ ଇଣ୍ଡିଆ ସିନେ ଓ୍ଵାର୍କର୍ସ ଆସୋସିଏସନ୍
ମୁମ୍ବାଇ: ବଢିଲା ମିକାଙ୍କ ଅଡୁଆ । ୩୭୦ ଧାରା ଉଛେଦ ପରେ ପାକିସ୍ତାନର କରାଚିରେ ପରଫର୍ମ କରିଥିବାରୁ ମିକାଙ୍କୁ ବୟକଟ୍ କରିଛି ଅଲ୍ ଇଣ୍ଡିଆ ସିନେ ଓ୍ଵାର୍କର୍ସ ଆସୋସିଏସନ୍ । ଇଣ୍ଡଷ୍ଟ୍ରିର କେହି ବି ମିକାଙ୍କ ସହ କାମ କରିବେନି, ଯଦି କେହି ଏପରି କରନ୍ତି, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ । ଏନେଇ ଏକ ଅଫିସିଆଲ୍ ଷ୍ଟେଟମେଣ୍ଟ ଜାରି କରିଛନ୍ତି ଆସୋସିଏସନର ପ୍ରେସିଡେଣ୍ଟ ସୁରେଶ ଶ୍ୟାମଲାଲ୍ ଗୁପ୍ତା ।
ସୂଚନା ଅନୁଯାୟୀ, ବଲିଉଡ଼ର ବହୁ ଚର୍ଚ୍ଚିତ ଗାୟକ ମିକା ସିଂଙ୍କୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ର୍ଚଚ୍ଚା ଧରିଥିଲା । ପାକିସ୍ତାନରେ ଗୀତ ପରିବେଷଣ କରିବାକୁ ନେଇ ମିକା ସିଂଙ୍କୁ ଭାରତୀୟ ଫ୍ୟାନ୍ସମାନେ ସମାଲୋଚନା କରିଥିଲେ । ମିକା ସିଂ କିଛି ଦିନ ପୂର୍ବରୁ କରାଚିରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କ ସମ୍ପର୍କୀୟ ପରିବାରର ଏକ ବିବାହ ଉତ୍ସବରେ ସଙ୍ଗୀତ ପରିବେଷଣ କରିଥିଲେ । ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଯାହାକୁ ନେଇ ଭାରତୀୟ ଫ୍ୟାନ ଖପ୍ପା ହୋଇଥିଲେ ତାଙ୍କ ଉପରେ ।