ଭିସା ଓ ପାସପୋର୍ଟ ବିନା କରିପାରିବେ ବିଦେଶ ଯାତ୍ରା

ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ଖବୁଶୀଘ୍ର ରେଳସେବା ଆରମ୍ଭ ହେବାକୁ ଯାଉଛି। ଟ୍ରେନ ବିହାରର ଜୟନଗରରୁ ନେପାଳର କୁର୍ଥା ପର୍ଯ୍ୟନ୍ତ ବ୍ରଡଗେଜ ଲାଇନରେ ଚାଲିବ। କୁର୍ଥା ଷ୍ଟେସନ ନେପାଳର ଧନୁଷା ଜିଲ୍ଲାରେ ରହିଛି, ଯାହା ଜନକପୁର ଜୋନରେ ଆସୁଛି। ଯଦି ପ୍ରଥମ ଥର ଦୁଇ ଦେଶର ସୀମା ପାର ହୋଇ ଟ୍ରେନରେ ଯାତ୍ରା କରିପାରିବେ। ଏହି ରେଳ ଯାତ୍ରା ପାଖାପାଖି ୩୩ କିଲୋମିଟର ରହିବ। ଏଥିପାଇଁ ବିହାରର ଜୟନଗରରୁ ଏକ ନୂଆ ଷ୍ଟେସନ ମଧ୍ୟ ନିର୍ମାଣ କରାଯାଉଛି।

ଭିସା-ପାସପୋର୍ଟର ଆବଶ୍ୟକତା ନାହିଁ:

ଏହି ଭାରତ-ନେପାଳ ଟ୍ରେନରେ ଯାତ୍ରା କରିବା ପାଇଁ ଯାତ୍ରୀମାନଙ୍କୁ କୌଣସି ଭିସା କିମ୍ବା ପାସପୋର୍ଟର ଆବଶ୍ୟକତା ନାହିଁ। ଏହି ରେଳ ସେବା ଆରମ୍ଭ କରିବା ପାଇଁ ଭାରତ ଏବଂ ନେପାଳ ମଧ୍ୟରେ କଥାବାର୍ତ୍ତା ଚାଲିଛି। ଖୁବଶୀଘ୍ର ଏକ ମାସ ମଧ୍ୟରେ ଏହି ସେବାର ଆରମ୍ଭ କରାଯିବ। ଏହି ରେଳ ରୁଟରେ ଯାତ୍ରୀ ଟ୍ରେନ ଏବଂ ମାଲଗାଡି ଉଭୟ ଚାଲିବ। ସେହିପରି ଏହି ରେଳରୁଟକୁ ଅଧିକ ବାଟକୁ ନେବା ପାଇଁ ନେପାଳରେ କାମ ଆରମ୍ଭ ହୋଇଗଲାଣି। ଏଥିରେ ୩ କିମି ରେଳ ଧାରଣା ବିହାରରେ ଏବଂ ୬୬ କିମି ରେଳଧାରଣା ନେପାଳରେ ରହିବ।

ଚଳିତବର୍ଷ ଶେଷ ସୁଦ୍ଧା ଏହି ଲାଇନ କାମ ସମାପ୍ତ ହେବ। ଜୟନଗର-ବନ୍ଦିବାସ ରେଳ ଧାରଣାକୁ ନେଇ ଆଗାମୀ ସପ୍ତାହରେ କାଠମାଣ୍ଡୁରେ ଏକ ବୈଠକ ହେବ। ଏଥିରେ ନେପାଳ ସରକାର, ଭାରତୀୟ ରେଳ ଏବଂ ଭାରତର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ଉପସ୍ଥିତ ରହିବେ। ଭାରତ ତରଫରୁ ନେପାଳରେ ଭାରତୀୟ ରେଳ ବିସ୍ତାର ଦୁଇ ଦେଶର ସମ୍ପର୍କୁ ମଜବୁତ କରିବ। ସୂଚନା ମୁତାବକ, ଚୀନ ବାରମ୍ବାର ନେପାଳରେ ଚୀନ ରେଳକୁ ବିସ୍ତାର କରିବା ପାଇଁ ଚେଷ୍ଟା ଜାରି ରଖିଛି।