କ’ଣ ପାଇଁ ହୁଏ ହାକୁଟି ? ରୋକିବା ପାଇଁ ଆପଣାନ୍ତୁ ଏହି ଟ୍ରିକ୍ସ

ଆପଣଙ୍କୁ ନିଶ୍ଚିତ ଭାବେ ହାକୁଟି କେବେ ବା କେବେ ହୋଇଥିବ। ଆଉ ଏମିତି ହେବା ସମୟରେ ଆପଣଙ୍କୁ କିଏ ନିଜ ଲୋକ ମନେ ପକାନ୍ତି ବୋଲି ମଧ୍ୟ ଆପଣ ନିଶ୍ଚିତ ଶୁଣିଥିବେ। କିନ୍ତୁ ହାକୁଟି ହେବାର ବୈଜ୍ଞାନିକ କାରଣ କ’ଣ ରହିଛି ହୁଏତ ଆପଣ ଜାଣିନଥିବେ। ହାକୁଟି ହେବାର କାରଣ ଓ ଏହାକୁ କେମିତି ରୋକିବେ ଜାଣନ୍ତୁ…

କୁହାଯାଏ, ହାକୁଟି ହେବା ଗଳାର କେନଲରୁ ଆସିଥାଏ। ଏହା ମାଂସପେଶୀର ଅନୌଚ୍ଛିକ କ୍ରିୟା। ଯେତେବେଳେ ଡାଏଫ୍ରାମର ମାଂସପେଶୀ ହଠାତ୍‌ ସଙ୍କୁଚିତ ହୋଇଯାଏ ଏହାକୁ ଆପଣ କଣ୍ଟ୍ରୋଲ କରିପାରନ୍ତି ନାହିଁ। ସେତେବେଳେ ଆପଣଙ୍କର ହାକୁଟି ହୋଇଥାଏ। କିନ୍ତୁ କିଛି ସମୟ ପରେ ଏହା ବନ୍ଦ ହୋଇଯାଏ। ଏହାଛଡା ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ହାକୁଟି ଆସିଥାଏ।

କିଛି ଲୋକ ଟେନସନ ରହିଲେ କିମ୍ବା ଉତ୍ସାହିତ ହୋଇଗଲେ ସେମାନଙ୍କର ହାକୁଟି ଆସିଥାଏ। ଆଉ କିଛି ଲୋକଙ୍କୁ ଜଲଦି ଜଲଦି ଖାଦ୍ୟ ଖାଇଲେ ମଧ୍ୟ ହାକୁଟି ଆସିଥାଏ। କିନ୍ତୁ ଏମିତି ହେଉଥିଲେ ଆପଣ ଟେନସନ ହୁଅନ୍ତୁ ନାହିଁ।ଏମିତି ହେଉଥିଲେ ଏହା କିଛି ସମୟ ପରେ ଆପେ ଆପେ ବନ୍ଦ ହୋଇଯାଏ। ଯଦି ଆପଣଙ୍କୁ ଅଧିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ, ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନିଅନ୍ତୁ।

ହାକୁଟି ରୋକିବାର ଉପାୟ :

– ଆପଣଙ୍କର ହାକୁଟି ହେଉଥିଲେ ଆପଣ କିଛି ସମୟ ପାଇଁ ନିଶ୍ୱାସକୁ ବନ୍ଦ କରି ରଖନ୍ତୁ। (ଯେତେସମୟ ଆପଣ ରଖିପାରିବେ)

– ହାକୁଟି ଆସିବା ବେଳେ ଆପଣ ଥଣ୍ଡା ପାଣି ପିଇ ପାରିବେ।

– ହାକୁଟି ରୋକିବା ପାଇଁ ଆପଣ କୌଣସି ଆରାମଦାୟକ ଜାଗାରେ ବସି, ଆଣ୍ଠୁକୁ ନିଜ ଛାତି ପାଖକୁ ଆଣନ୍ତୁ ଆଉ ୨ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ହାକୁଟି ଆପେ ଆପେ ବନ୍ଦ ହୋଇଯିବ।

hiccups 1
Photo credit: Insider

– ହାକୁଟି ବାରମ୍ବାର ଆସୁଥିଲେ ଜିଭକୁ ବାହାରକୁ କାଢି ଆପଣ ରୋକିପାରିବେ।

– ହାକୁଟି ବନ୍ଦ କରିବା ପାଇଁ ନିଜର ଧ୍ୟାନ ହଟାବା ପାଇଁ ଅନ୍ୟ କିଛି କଥାରେ ମନ ଲଗାନ୍ତୁ। କିଛି ସମୟ ପରେ ହାକୁଟି ବନ୍ଦ ହୋଇଯିବ।