ଶୀତଦିନେ ଫଟା ଓଠର ଦେଖାଶୁଣା ପାଇଁ ଘରେ ବନାନ୍ତୁ ହଳଦୀ ଲିପ୍‌ ବାମ୍‌, ଜାଣି ରଖନ୍ତୁ ତିଆରି କରିବାର ବିଧି

ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ୱ ରହିଛି, ଯାହାକି ତ୍ୱଚା ପାଇଁ ବହୁତ ଲାଭଦାୟକ ହୋଇଥାଏ। ହଳଦୀକୁ ସାଧାରଣତଃ ସ୍କିନ୍‌ କେୟାର କ୍ଷେତ୍ରରେ ବ୍ୟବହାର କରା ଯାଇଥାଏ। ଦାଗହୀନ ତଥା ଆକର୍ଷଣୀୟ ତ୍ୱଚା ପାଇଁ ଚେହେରାରେ ହଳଦୀ ଲଗା ଯାଇଥାଏ। କ’ଣ ଆପଣ ଜାଣିଛନ୍ତି କି, ହଳଦୀ ନା କେବଳ ତ୍ୱଚା ପାଇଁ, ବରଂ ଓଠ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ଫାଟିଥିବା ଓଠକୁ ମୁଲାୟମ କରିବାରେ ଏହା ପ୍ରଭାବଶାଳୀ ହୋଇଥାଏ। ହଳଦୀ ଲଗାଇଲେ ଡାର୍କ ଲିପ୍ସ ସମସ୍ୟା ଦୂର ହୋଇଯାଇଥାଏ। ଖାସ୍‌ କରି ଶୀତଦିନେ ଓଠର ଦେଖାଶୁଣା ପାଇଁ ଆପଣ ହଳଦୀ ଲିପ୍‌ ବାମ୍‌ ଏବଂ ହଳଦୀ ସ୍କ୍ରବ୍‌ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା, ଏହାକୁ କିପରି ପ୍ରସ୍ତୁତ କରାଯିବ।

ହଳଦୀ ଲିପ୍‌ ବାମ୍‌ ବନାଇବାର ପ୍ରସ୍ତୁତି ପ୍ରଣାଳୀ

ଏକ ଚାମଚ ଗ୍ଲିସେରିନ୍‌, ୨ ଚାମଚ ପେଟ୍ରୋଲିୟମ୍‌ ଜେଲି, ୧ ଚାମଚ ମହୁ, ହଳଦୀ ଓ ଟି ଟ୍ରି ଅଏଲ୍‌ ନିଅନ୍ତୁ। ଏ ସବୁକୁ ମିଶାଇ ଭଲ ଭାବେ ମିକ୍ସ କରି ନିଅନ୍ତୁ। କୋମଳ ପେଷ୍ଟ ବନିଗଲେ ଏହାକୁ ଏକ ଛୋଟିଆ ବକ୍ସରେ ରଖି ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ନେଇ ଫ୍ରିଜ୍‌ରେ ରଖନ୍ତୁ। ୩ରୁ ୪ ଘଣ୍ଟା ଭିତରେ ଆପଣଙ୍କ ଲିପ୍‌ ବାମ୍‌ ପ୍ରସ୍ତୁତ ହୋଇଯିବ। ଏହାକୁ ଆପଣ ୧୦ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।

ଫାଇଦା

ହଳଦୀ ଲିପ୍‌ ବାମ୍‌ ବ୍ୟବହାର କଲେ ଫଟା ଓଠ ଠିକ୍‌ ହୋଇଯାଏ। ମହୁ ଲିପ୍ସକୁ ହାଇଡ୍ରେଟ କରିବ, ଯଦ୍ଦ୍ଵାରା ଓଠ ମୁଲାୟମ ରହିବ। ଗ୍ଲିସେରିନ୍‌ ସାହାଯ୍ୟରେ ଆପଣ ଓଠକୁ ଲମ୍ବା ସମୟ ପର୍ଯ୍ୟନ୍ତ ନରମ ରଖି ପାରିବେ। ଶୀତଦିନରେ ଓଠର ଯତ୍ନ ନେବା ପାଇଁ ଏହି ଲିପ୍‌ ବାମ୍‌କୁ ହିଁ ବ୍ୟବହାର କରନ୍ତୁ।

ହଳଦୀ ଲିପ୍‌ ସ୍କ୍ରବ୍‌

ଆପଣ ଚାହିଁଲେ ଲିପ୍‌ ବାମ୍‌ ଜାଗାରେ ଲିପ୍‌ ସ୍କ୍ରବ୍‌ ବ୍ୟବହାର କରିପାରିବେ। ଏହାକୁ ବନାଇବା ପାଇଁ ଚିନି, ନଡ଼ିଆ ତେଲ, ହଳଦୀ ଓ ଲେମ୍ବୁ ରସ ନିଅନ୍ତୁ। ଏ ସବୁକୁ ମିଶାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ନିଜ ଲିପ୍ସରେ ଲଗାନ୍ତୁ। ସପ୍ତାହରେ ଦୁଇଥର ଲିପ୍‌ ସ୍କ୍ରବ୍‌ କରନ୍ତୁ। ଏହାଦ୍ୱାରା ଫଟା ଓଠ ଠିକ୍‌ ହୋଇଯିବ ଏବଂ ଓଠର କଳାପଣ ବି କମିଯିବ।

ଫାଇଦା

ହଳଦୀ ଓ ଲେମ୍ବୁ ବ୍ଲିଚିଙ୍ଗ୍‌ ଏଜେଣ୍ଟ ହୋଇଥାଏ, ଯେଉଁଥିରେ ଓଠର କଳାପଣ ଦୂର ହୋଇ ଯାଇଥାଏ। ଚିନି ସ୍କିନ୍‌ରୁ ଛାଲ ଉତୁରାଇଥାଏ, ଯଦ୍ଦ୍ଵାରା ଓଠ ନରମ ହୋଇଥାଏ। ଏସିଡ୍‌ ଯୋଗୁ ଯଦି ଲେମ୍ବୁରୁ ଆପଣଙ୍କୁ ଜ୍ୱଳନ ହେଉଛି, ତା’ହେଲେ ଏହାକୁ ବ୍ୟବହାର କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.