ଗଣ୍ଠି ଯନ୍ତ୍ରଣାକୁ ବଢ଼ାଇଥାଏ ୟୁରିକ ଏସିଡ, ସମସ୍ୟାରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ଯଦି ୟୁରିକ୍ ଏସିଡ୍ ସମସ୍ୟା ବଢ଼େ, ତେବେ ଗଣ୍ଠି ଯନ୍ତ୍ରଣା ଏବଂ ଆଙ୍ଗୁଠିରେ କ୍ରିଷ୍ଟାଲ ସୃଷ୍ଟି ହେବା ଆରମ୍ଭ କରେ । ଏପରି ପରିସ୍ଥିତିରେ ଆପଣଙ୍କୁ ଯନ୍ତ୍ରଣା ଏବଂ ଫୁଲା ଭଳି ସମସ୍ୟାକୁ ସାମ୍ନା କରିବାକୁ ପଡିବ । ଏହାକୁ ଦୂରେଇବା ପାଇଁ, ଆପଣ କିଛି ଡେଲି ଆକ୍ଟିଭିଟିଜ୍‌ ଏବଂ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ କରନ୍ତୁ ।

ବର୍ତ୍ତମାନର ଜୀବନଶୈଳୀ ପାଇଁ ଆମ ସ୍ୱାସ୍ଥ୍ୟ ସର୍ବଦା ଖରାପ ହେଉଛି ଏବଂ ଆମେ ଅନେକ ରୋଗର ସମ୍ମୁଖୀନ ହେଉଛୁ । ଏପରି ଅନେକ ସମସ୍ୟା ମଧ୍ୟରୁ ୟୁରିକ୍ ଏସିଡ୍ ସମସ୍ୟା ଅନ୍ୟତମ । ଯଦି ଏହି ସମସ୍ୟା ବଢ଼େ, ତେବେ ଗଣ୍ଠି ଯନ୍ତ୍ରଣା ଏବଂ ଆଙ୍ଗୁଠିରେ କ୍ରିଷ୍ଟାଲ ସୃଷ୍ଟି ହେବା ଆରମ୍ଭ କରେ । ଏପରି ପରିସ୍ଥିତିରେ ଆପଣଙ୍କୁ ଯନ୍ତ୍ରଣା ଏବଂ ଫୁଲା ଭଳି ସମସ୍ୟାକୁ ସାମ୍ନା କରିବାକୁ ପଡିବ । ତେବେ ଏହାକୁ ଦୂରେଇବା ପାଇଁ, ଆପଣ କିଛି ଡେଲି ଆକ୍ଟିଭିଟିଜ୍‌ ଏବଂ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ କରନ୍ତୁ । ଏହାର ପ୍ରଭାବ କିଛି ଦିନ ମଧ୍ୟରେ ଆପଣ ଜାଣି ପାରିବେ ।

ଓଜନ ବୃଦ୍ଧି ସହିତ ଅନେକ ସମସ୍ୟା ବଢ଼ିଥାଏ, ସେଥିମଧ୍ୟରୁ ଅନିୟନ୍ତ୍ରିତ ୟୁରିକ୍ ଏସିଡ୍ ଅନ୍ୟତମ । ଯଦି ଆପଣଙ୍କର ଓଜନ ଠିକ ରହେ ତେବେ ୟୁରିକ୍ ଏସିଡ୍ ଧୀରେ ଧୀରେ କମିବା ଆରମ୍ଭ କରିବ । ଏଥିପାଇଁ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଫିଜିକାଲ ଆକ୍ଟିଭିଟିଜ୍‌ ବଢ଼ାଇବା ଜରୁରୀ ।

ୟୁରିକ୍ ଏସିଡ୍ କଣ୍ଟ୍ରୋଲ କରିବା ପାଇଁ ଖାଦ୍ୟରେ ଭିଟାମିନ୍ ସି ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ସାହାଯ୍ୟରେ ଗାଉଟ୍ ହେବାର ଆଶଙ୍କା ବହୁତ କମିଯାଏ ଏହା ସହିତ ରକ୍ତରେ ୟୁରିକ୍ ଏସିଡ୍ ର ମାତ୍ରା ଠିକ ରହିଥାଏ । ଏଥିପାଇଁ ଆପଣ କମଳା, ମୌସମ୍ବୀ, ଲେମ୍ବୁ ଏବଂ କିୱି ଭଳି ଫଳ ଖାଇବା ଉଚିତ୍ ।

ଯେଉଁମାନେ ଅଧିକ ମଦ୍ୟପାନ କରନ୍ତି, ସେମାନେ ୟୁରିକ୍ ଏସିଡ୍ ସମସ୍ୟାରେ ଅଧିକ ସମ୍ମୁଖୀନ ହୁଅନ୍ତି । ଆଲକହଲ ପିଇବା କେବଳ ସମାଜ ପାଇଁ ଭଲ ନୁହେଁ ତାହା ନୁହଁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ କ୍ଷତିକାରକ । ସେଥିପାଇଁ ଆପଣ ଯେତେ ଶୀଘ୍ର ଏପରି ନିଶାଠାରୁ ଦୂରେଇବେ, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ସେତେ ଭଲ ହେବ ।

ଆପଣ ନିଜ ଡେଲି ଡାଏଟରେ ହାଇ ପ୍ୟୁରିନ ଖାଦ୍ୟକୁ ବାହାର କରି କମ୍‌ ପ୍ୟୁରିନ ଖାଦ୍ୟକୁ ସାମିଲ କରିବା ଉଚିତ । ଏହା ୟୁରିକ୍ ଏସିଡ୍ ର ମାତ୍ରା ହ୍ରାସ କରିବାରେ ସାହାଯ୍ୟ କରିବ । ଆପଣ କମ୍ ଫ୍ୟାଟ୍ ଯୁକ୍ତ ଡେରି ପ୍ରଡକ୍ଟ, ଫଳ, ପନିପରିବା ଏବଂ ହୋଲ ଗ୍ରେନ୍‌ ଖାଇପାରିବେ ।

ସଫ୍ଟ ଡ୍ରିଙ୍କ୍ସ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ସେହିପରି ଯେଉଁ ସଫ୍ଟ ଡ୍ରିଙ୍କ୍ସରେ ଅଧିକ ସୁଗାର ପରିମାଣ ଥାଏ, ତାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏବଂ ଏହା ୟୁରିକ୍ ଏସିଡ୍ ବଢ଼ାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.