ବାସ୍ତୁ ଟିପ୍ସ: ଆର୍ଥିକ ସ୍ଥିତିରେ ସୁଧାର ଚାହୁଁଥିଲେ ଦସ୍ତଖତ କରିବା ବେଳେ ଏସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ, ରାତାରାତି ହୋଇଯିବେ ମାଲାମାଲ

ଆଜି ବି ଅନେକ ଲୋକ ବାସ୍ତୁ ଶାସ୍ତ୍ରରେ ବିଶ୍ୱାସ କରନ୍ତି। କୁହାଯାଏ, ବାସ୍ତୁ ଅନୁସାରେ ଘରକୁ ସଜାଡ଼ିଲେ କୌଣସି ସମସ୍ୟା ଆସେ ନାହିଁ। ଘରେ ଯଦି ଆପଣ ବାସ୍ତୁ ଅନୁସାରେ ସମସ୍ତ ସାମଗ୍ରୀକୁ ବି ସଜାଇ ରଖିବେ ତେବେ ପରିବାରର ଉତ୍ତରୋତ୍ତର ଉନ୍ନତି ହୋଇଥାଏ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ହସ୍ତାକ୍ଷର ବା ସିଗ୍ନେଚର ସହ ବି ବାସ୍ତୁ ଶାସ୍ତ୍ରର ସମ୍ପର୍କ ରହିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକ ଦସ୍ତଖତ ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିପାରିବ।

ଦସ୍ତଖତ ଉପରେ ସମସ୍ତ ବେପାର ବଣିଜ ମାମଲା ନିର୍ଭର କରେ। ବେଳେ ବେଳେ ଗୋଟିଏ ଦସ୍ତଖତ ଲୋକଙ୍କୁ ଧନୀ କରିଦେଉଥିବା ବେଳେ, ବେଳେବେଳେ ଏହା ତଳିତଳାନ୍ତ ମଧ୍ୟ କରିଦିଏ। ତେବେ ଗୋଟିଏ ଦସ୍ତଖତ ଆପଣଙ୍କ ଭାଗ୍ୟକୁ ମଧ୍ୟ ବଦଳାଇଦେବାର କ୍ଷମତା ରଖୁଛି। ଯଦି ଆପଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ନିଜ ଦସ୍ତଖତରେ କେତେକ ପରିବର୍ତ୍ତନ କରି ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ।

ବାସ୍ତୁ ଅନୁସାରେ, ଯଦି ଆପଣ ବହୁତ ଟଙ୍କା ରୋଜଗାର କରୁଛନ୍ତି କିନ୍ତୁ ସଞ୍ଚୟ କରିପାରୁନାହାନ୍ତି ତେବେ ଦସ୍ତଖତ କରିବା ବେଳେ ତା’ ତଳେ ଏକ ସିଧା ଗାର ପକାଇ ତା’ ତଳେ ଦୁଇଟି ବିନ୍ଦୁ ଦେବା ଆରମ୍ଭ କରି ଦିଅନ୍ତୁ। ଦେଖିବେ ସଞ୍ଚୟ ଆରମ୍ଭ ହୋଇଯିବ। ଯେତିକି ଯେତିକି ସଞ୍ଚୟ ବଢ଼ିବ ଦସ୍ତଖତ ତଳେ ବିନ୍ଦୁ ସଂଖ୍ୟା ଗୋଟିଏ ଗୋଟିଏ କରି ବଢ଼ାଇ ଚାଲନ୍ତୁ। କିନ୍ତୁ ଧ୍ୟାନ ରଖିବେ ବିନ୍ଦୁ ସଂଖ୍ୟା ଯେମିତି ୬ରୁ ଅଧିକ ନ ହୁଏ। ଏମିତି କିଛି ଦିନ କରନ୍ତୁ ଆପଣ ନିଜେ ଜାଣିପାରିବେ ଯେ ଟଙ୍କା ସଞ୍ଚୟ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.