ବୈବାହିକ ଜୀବନର କଷ୍ଟ ଦୂର କରିଥାଏ ଏହି ବାସ୍ତୁ ଟିପ୍ସ, ଆପଣ ବି କାମରେ ଲଗାନ୍ତୁ

ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ଯେ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ । କାରଣ ଯଦି ବୈବାହିକ ଜୀବନ ଠିକ୍‌ ରହେ ତେବେ ବ୍ୟକ୍ତି ଜୀବନର ପ୍ରତି କ୍ଷେତ୍ରରେ ଉନ୍ନତି ହୋଇଥାଏ । ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ବାସ୍ତୁ ଶାସ୍ତ୍ରରେ ଏମିତି କିଛି ଉପାୟ ଦିଆଯାଇଛି । ଆସନ୍ତୁ ଜାଣିବା କ’ଣ ସେହି ଉପାୟ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ବେଡରୁମରେ ରଖାଯାଇଥିବା କିଛି ଜିନିଷ ଦାମ୍ପତ୍ୟ ଜୀବନକୁ ଖରାପ କରିଥାଏ । ଆସନ୍ତୁ ଜାଣିବା ବୈବାହିକ ଜୀବନର ଅସୁବିଧା ଦୂର କରିବା ପାଇଁ ଆପଣଙ୍କୁ କ’ଣ କରିବା ଉଚିତ୍‌ ।

ବୈବାହିକ ଜୀବନ ପାଇଁ ବାସ୍ତୁ ଟିପ୍ସ :

• ବେଡରୁମ ଘରର ସବୁଠୁ ଜରୁରୀ ଅଂଶ । ପତି-ପତ୍ନୀ ତାଙ୍କର ଅଧିକ ସମୟ ସେହିଠାରେ କାଟିଥାନ୍ତି । ତେଣୁ ଆପଣଙ୍କ ବେଡରୁମରେ ଝରକା ଜରୁର ରହିବା ଉଚିତ୍‌ । ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ଆସିଥାଏ । ଯାହାର ପ୍ରଭାବ ପତି ପତ୍ନୀଙ୍କ ସମ୍ପର୍କ ଉପରେ ପଡିଥାଏ ।

• ବାସ୍ତୁ ଶାସ୍ତ୍ର ଅନୁଯାୟୀ, ବେଡରୁମରେ ସୁନ୍ଦର ଫୁଲ ବାଲା ଗମଲା ରଖିବା ଉଚିତ୍‌ । କାରଣ ଏହାକୁ ପ୍ରେର ପ୍ରତୀକ ମନାଯାଇଥାଏ । ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ପ୍ରେମ ବର୍ଷିଥାଏ । ଏଥିସହ କିଛି ସୁନ୍ଦର ପାତ୍ରରେ କ୍ରିଷ୍ଟଲ ଓ ଅଳ୍ପ ଚାଉଳ ରଖିବା ଦ୍ୱାରା ମଧ୍ୟ ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ବଢ଼ିଥାଏ ।

• ଯଦି ପତି-ପତ୍ନୀଙ୍କ ମଧ୍ୟରେ ଦୂରତ୍ୱ ସୃଷ୍ଟି ହେଉଛି ତେବେ ବେଡରୁମରେ ଦୁଇଟି ଲାଲ ମହମବତୀ ଜଳାନ୍ତୁ । ଏଥିସହ ବେଡରୁମରେ ଏକ କାଚ ପାତ୍ର ରଖି ଏଥିରେ ଛୋଟ ଛୋଟ ପଥର ରଖନ୍ତୁ । ଫଳରେ ବେଡରୁମରେ ସକରାତ୍ମକ ଶକ୍ତି ବଢ଼ିଥାଏ ଓ ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହୋଇଥାଏ ।

• ବେଡରୁମରେ ପାଣି ଥିବା କିଛି ଫଟୋ ଲଗାନ୍ତୁ ନାହିଁ । ଏହାଦ୍ୱାରା ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଠିକ ରହେ ନାହିଁ । ଯୋଡି ପକ୍ଷୀର ଫଟୋ ଲଗାନ୍ତୁ, ପ୍ରେମ ବଢ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.