Below header

‘ବନ୍ଦଇ ରଘୁନାଥ’ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରାଲ ନୟାଗଡ଼ର ଝିଅ ପୂଜା, ପ୍ରତିଭାକୁ ନେଇ ସବୁଆଡୁ ମିଳୁଛି ପ୍ରଶଂସା

ନୟାଗଡ(କେନ୍ୟୁଜ୍): ସୋସିଆଲ ମିଡିଆରେ ଏବେ ପୂଜଙ୍କ ଅଭିନୟକୁ ନେଇ ଚର୍ଚ୍ଚା । ଗାଁ ର ଝିଅ ମାନେ ଲୋକ ଲଜ୍ୟା ଭୟରେ ଘରୁ ବାହାରୁ ନଥିବା ବେଳେ, ନୟାଗଡ ଜିଲା ଢୋଲମରା ଗ୍ରାମର ପୂଜା କିନ୍ତୁ ଅଭିନୟ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବିଭିନ୍ନ ପୌରଣିକ ଅନୁଷ୍ଠାନ ଗୁଡିକରେ ସିତା ଅଭିନୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପୂଜା ଏବେ ନୟାଗଡ ଜିଲ୍ଲାରେ ପୁଅ ମାନଙ୍କ ଠାରୁ କୌଣସି ଗୁଣରେ କମ ନୁହନ୍ତି ।

ବିଭିନ୍ନ ପୌରଣିକ ବିଷୟବସ୍ତୁକୁ ନେଇ ନାଟ୍ୟ ଅନୁଷ୍ଠାନ ଗୁଡିକ ନାଟକ ପରିବେଷଣ କରିଥାନ୍ତି । ବିଭିନ ଗାଁ ଗାଁ ବୁଲି ଉତ୍ସବ , ଅନୁଷ୍ଠାନ ଗୁଡିକ ରେ ପୌରଣିକ ନାଟକ ଯେମିତି ରାମାୟଣ , ମହାଭାରତର ବିଭିନ୍ନ ବିଷୟକୁ ନେଇ ନାଟକ ପ୍ରସ୍ତୁତ କରିଥାନ୍ତି । ସେଥିପାଇଁ ନାରୀ ଚରିତ୍ର ଅଭିନୟ କରିବାକୁ ହେଲେ ପୁଅ ମାନେ କିମ୍ବା କିନ୍ନର ମାନେ ଅଭିନୟ କରୁଥିଲେ । ଏବେ କିନ୍ତୁ ସମୟ ବଦଳିଛି । ଗାଁ ଗହଳିର ଝିଅ ମାନେ ଏବେ ଅଭିନୟ କରିବାକୁ ଆସିଲେଣି । ଭଲ ଦୁଇ ପଇସା ମଧ୍ୟ ରୋଜଗାର ହେଉଛି । ନୟାଗଡ ଜିଲ୍ଲାର ବିଭିନ୍ନ ପୌରାଣିକ ଅନୁଷ୍ଠାନ ଗୁଡିକରେ ସିତା ଅଭିନୟା କରି ଏବେ ପୂଜା ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ନିଜ ଅଭିନୟର ଚମତ୍କାରିତା ସେ ଦେଖେଇ ପାରିଛନ୍ତି।

ନୟାଗଡ ଜିଲା ଖଣ୍ଡପଡା ବ୍ଲକ ରୟତ ଢୋଲମରା ଗ୍ରାମର ପୂଜା ଓରଫ ଦିପ୍ତିମୟୀ ପ।ତ୍ର । ବାପା ଭରତ ପାତ୍ର ଏବ୍ନ ମା ମଞ୍ଜୁଳତା ପାତ୍ରଙ୍କ ବଡ ଝିଅ । ବାପା କୃଷକ । ପୂଜା ହେଉଛନ୍ତି ବଡ ଝିଅ ଏବଂ  ତାଙ୍କର ସାନ ଭଉଣୀ ସେ ମଧ୍ୟ ଅଭିନୟ କରୁଛନ୍ତି । ପୂଜାଙ୍କ ମା ମଞ୍ଜୁଳତା ଗଣିଆ ବ୍ଲକ କିଶୋର ପ୍ରସାଦ ର ଏକ ପୌରଣିକ ନାଟକରେ ରାମ ଅଭିନୟ କରୁଥିଲେ । ମାଙ୍କର ଅଭିନୟ ପ୍ରଭାବ ପୂଜାଙ୍କ ଉପରେ ପଡିଥିଲା । ଅତି ଛୋଟବେଳୁ ପୂଜା ଅଭିନୟ ପ୍ରତି ଆକ୍ରୁଷ୍ଟ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଭିନ୍ନ ପୌରଣିକ ଅନୁଷ୍ଠାନଗୁଡିକରେ ଅଭିନୟ କରିବାର ସୁଯୋଗ ପାଇଲେ । ପ୍ରଥମେ ପ୍ରଥମେ ଛୋଟ ଛୋଟ ଭୂମିକାରେ ଅଭିନୟ କରୁଥିଲେ । ସୁନ୍ଦର ଗୀତ ଗାଉଥିବାରୁ ସିତା ଅଭିନୟ କରିବାର ସୁଯୋଗ ମିଳିଲା । ସିତା ଅଭିନୟ କରି ନୟାଗଡ ଜିଲ୍ଲାର ବିଭିନ୍ନ ନାଟ୍ୟ ଅନୁଷ୍ଠାନରେ ଏବେ ଅଭିନୟ କରୁଛନ୍ତି । ଗୋଟିଏ ରାତି ଅଭିନୟ କଲେ ପୂଜା ପାରିଶ୍ରମିକ ବାବଦକୁ ତିନି ହଜାର ଟଙ୍କା ନେଉଛନ୍ତି । ମାସକୁ ପ୍ରାୟ କୋଡିଏ ରାତି ଅଭିନୟ କରିବାକୁ ପଡୁଛି ବୋଲି ପୂଜା କହିଛନ୍ତି । ରାତି ଅନିଦ୍ରା କଷ୍ଟ ହେଲେ ମଧ୍ୟ ଦର୍ଶକ ମାନଙ୍କର ଭଲ ପାଇବା , କରତାଳି ଆଗରେ ସେ କଷ୍ଟ କିଛି ନୁହଁ ବୋଲି ପୂଜା କୁହନ୍ତି।

ଗାଁ ଗହଳିରୁ ଗୋଡ କାଢି ଅଭିନୟ କରିବାକୁ ଗଲାବେଳେ ବହୁ କଥା ଶୁଣିବାକୁ ପଡେ । ମାତ୍ର ପୂଜଙ୍କ ପରିବାର ବହୁତ ସହଯୋଗ କରୁଛନ୍ତି । ଯେଉଁସ୍ଥାନକୁ ପୂଜା ଅଭିନୟ କରିବାକୁ ଯାଉଛନ୍ତି , ତାଙ୍କ ବାପା ତାଙ୍କୁ ସାଙ୍ଗରେ ନେଇ ଯାଉଛନ୍ତି । କନ୍ୟା ଭ୍ରୁଣ ହତ୍ୟା ଘଟଣାରେ ନୟାଗଡ ଜିଲ୍ଲା ସମଗ୍ର ଭରତ ବର୍ଷରେ ଲଜିତ ହୋଇଥିବା ବେଳେ, ଏବେ ସେହି ଜିଲ୍ଲାର ଝିଅ ମାନେ ବିଭିନ କ୍ଷେତ୍ରରେ ନିଜର ପରିଶ୍ରମ ଓ ନିଷ୍ଠା ବଳରେ ସଫଳତାର ପାହାଚ ଚଢୁଛନ୍ତି । ପୂଜଙ୍କ ମା କୁହନ୍ତି,  ପୁଅ ନଥିଲେ ବି ଦୁଇ ଝିଅଙ୍କୁ ସେ ତାଙ୍କର ପୁଅ ଭଳି ଦେଖନ୍ତି । ପୁଅ ପିଲାଙ୍କ ତୁଳନାରେ ଏବେ ପୂଜା ଓ ତାଙ୍କର ସାନ ଭଉଣୀ କୌଣସି ଗୁଣରେ କମ ନୁହନ୍ତି । ପୂଜା ଯୁକ୍ତ ଦୁଇ ପଢିଥିବା ବେଳେ ଏବେ ସେ ଯୁକ୍ତ ତିନିରେ ନାମ ଲେଖେଇବେ । ଅନ୍ୟପଟେ ପୂଜାଙ୍କ ସାନ ଭଉଣୀ ସେ ନବମ ଶ୍ରେଣୀରେ ପଢୁଥିବା ବେଳେ ସେ ମଧ୍ୟ ତାଙ୍କ ଭଉଣୀଙ୍କ ଭଳି ସୁନ୍ଦର ଅଭିନୟ କରୁଛନ୍ତି । ପୂଜାଙ୍କର ସହକଳାକରମାନେ ମଧ୍ୟ ପୂଜାଙ୍କ ଅଭିନୟକୁ ନେଇ ବହୁତ ପ୍ରଶଂସା କରିଛନ୍ତି । ସୋସିଆଲ ମିଡିଆରେ ପୂଜାଙ୍କର ବିଭିନ ଅଭିନୟ ଏବଂ ଗୀତ ଗୁଡିକ ବହୁତ ଭାଇରାଲ ହେଉଛି । ସେଥିପାଇଁ ବିଭିନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ପୂଜା ସମ୍ବର୍ଦ୍ଧିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.