ଘରେ ରଖନ୍ତୁ ଫେଙ୍ଗସୁଇ କ୍ୟାଟ୍‌, ଘରକୁ ଆସିବ ଖୁସି ଓ ଦୂର ହେବ ସବୁ ସମସ୍ୟା

ଭାରତୀୟ ବାସ୍ତୁ ଶାସ୍ତ୍ର ଭଳି ଚୀନର ବାସ୍ତୁ ଶାସ୍ତ୍ରକୁ ଫେଙ୍ଗସୁଇ ଶାସ୍ତ୍ର ବୋଲି କୁହାଯାଏ । ଏଥିରେ ଜୀବନରେ ନକରାତ୍ମକ ଶକ୍ତିକୁ ଦୂର କରିବା ସହ ଧନ, ମାନ ସମ୍ମାନ, କ୍ୟାରିଅର,ଚାକିରି,ପ୍ରେମ ଓ ସୁଖ ସମୃଦ୍ଧି ପାଇଁ ବହୁତ କିଛି ଉପାୟ ଦିଆଯାଇଛି । ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ଘରେ ସୁଖ ଶାନ୍ତି ବଜାୟ ରହୁ ଓ ଏଥିପାଇଁ ସର୍ବଦା ସଫଳତା ଓ ଧନର ମାର୍ଗ ଖୋଲା ରହୁ । ଫେଙ୍ଗସୁଇ ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯାହା ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ ।

ଫେଙ୍ଗସୁଇରେ କିଛି ଏମିତି ଜିନିଷ ବିଷୟରେ କୁହାଯାଇଛି ଯାହା ଘରକୁ ସୁଖ ସମୃଦ୍ଧି ଆଣିବାରେ କାମ କରିଥାଏ । ଘରେ ଫେଙ୍ଗସୁଇ କ୍ୟାଟ ରଖିବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ଆସନ୍ତୁ ଜାଣିବା ଘରେ ଖୁସି ବଜାୟ ରଖିବା ପାଇଁ କେଉଁ ରଂଗର ଫେଙ୍ଗସୁଇ କ୍ୟାଟ ରଖିବେ ଓ ଏହାକୁ ରଖିବାର ନିୟମ ।

ଫେଙ୍ଗସୁଇ କ୍ୟାଟ ରଖିବାର ଫାଇଦା

ଫେଙ୍ଗସୁଇ କ୍ୟାଟକୁ ବହୁତ ଲକି ମନାଯାଇଥାଏ । ଘରେ ବା କାର୍ଯ୍ୟସ୍ଥଳରେ ଏହାକୁ ରଖିବା ଦ୍ୱାରା ଆସୁଥିବା ସଂକଟ ଦୂର ହୋଇଥାଏ । ଏହି ଲକି କ୍ୟାଟର ଗୋଟିଏ ହାତ ଉପରକୁ ରହିଥାଏ ଯାହା ସର୍ବଦା ହଲୁଥାଏ । ଏହାକୁ ମନି କ୍ୟାଟ ବି କୁହାଯାଇଥାଏ । ଫେଙ୍ଗସୁଇ କ୍ୟାଟ ବା ବିଲେଇ ଅଲଗା ଅଲଗା ରଂଗର ରହିଛି । ଯାହା ଜୀବନ ଉପରେ ଅଲଗା ଅଲଗା ପ୍ରଭାବ ପକାଇଥାଏ । ଯେଉଁ ବ୍ୟକ୍ତି କିଛି ବି ଆର୍ଥିକ ସମସ୍ୟାରେ ରହିଥାନ୍ତି, ସେ ବ୍ୟକ୍ତି ଘରେ ବା ଦୋକାନରେ ସୁନେଲି ରଂଗର ଫେଙ୍ଗସୁଇ କ୍ୟାଟ୍‌ ରଖିବା ଦରକାର । ଏହାଦ୍ୱାରା ଘରର ଆର୍ଥିକ ସ୍ଥିତି ମଜବୁତ ହେବା ସହ ସକରାତ୍ମକ ଶକ୍ତି ଘରକୁ ଆସିଥାଏ ।

ଏହି ଦିଗରେ ରଖନ୍ତୁ ଫେଙ୍ଗସୁଇ କ୍ୟାଟ୍‌

• ସୌଭାଗ୍ୟ ପ୍ରାପ୍ତି ପାଇଁ ଆପଣ ସବୁଜ ରଂଗର ଫେଙ୍ଗସୁଇ କ୍ୟାଟ ରଖିବା ଦରକାର । ଏହାକୁ ଘରର ଉତ୍ତର-ର୍ପୂବ ଦିଗରେ ରଖିବା ଦରକାର ।

• ଯଦି ଆପଣ ପ୍ରେମ ଜୀବନରେ ସଫଳତା ଚାହାଁନ୍ତି ତ ଆପଣ ଲାଲ୍‌ ରଂଗର ଫେଙ୍ଗସୁଇ କ୍ୟାଟ ଘରକୁ ଆଣନ୍ତୁ । ଏହାକୁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରଖନ୍ତୁ ।

• ଘରେ ସୁଖ ଓ ଅର୍ଥ ଭରପୁର ରହିବା ପାଇଁ ନୀଳ ରଂଗର ଫେଙ୍ଗସୁଇ କ୍ୟାଟ ଘରକୁ ଆଣନ୍ତୁ । ଏହାକୁ ଭଗବାନ କୁବେରଙ୍କ ଦିଗ ଦକ୍ଷିଣ-ପୂର୍ବରେ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.