Below header

ଅଖରୋଟ ତେଲ ବି ଛଡାଇବ ଶରୀରର ଦାଗ, ଜାଣନ୍ତୁ କିପରି

ଡ୍ରାଏ ଫ୍ରୁଟସ ମାନଙ୍କ ଭିତରେ ଅଖରୋଟର ସ୍ଥାନ ଅନ୍ୟତମ । ମଣିଷ ବ୍ରେନ ଆକାରର ହୋଇଥିବାରୁ ଏହାକୁ ଅନ୍ୟ ନାମରେ ‘ବ୍ରେନ ନଟ୍ସ’ ବୋଲି ମଧ୍ୟ ଜଣାଯାଏ । ଏମିତିରେ ଶରୀରର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥିଲେ ମଧ୍ୟ ଅଖରୋଟର କେତେ ଗୁଡିଏ ବିଶେଷ ଗୁଣ ମଧ୍ୟ ରହିଛି । ବ୍ରେନ ପାୱାର ବଢାଇବା ଓ ଡିପ୍ରେସନକୁ ଦୂର କରିବାରେ ଏହି ଡ୍ରାଏ ଫ୍ରୁଟସକୁ ଜଣାଯାଏ । କିନ୍ତୁ ଏହାର ମଧ୍ୟ କିଛି ବିଶେଷ ଗୁଣ ରହିଛି ଆସନ୍ତୁ ଜାଣିବା ସେ ବିଷୟରେ;

ଶରୀରର କୌଣସି ସ୍ଥାନରେ ଦାଗ ହୋଇଥିଲେ ସେହି ସ୍ଥାନରେ ଅଖରୋଟ ତେଲ ମାଲିସ କରନ୍ତୁ । କିଛି ଦିନ ଭିତରେ ଦାଗ କୁଆଡେ ଗାଏବ ହୋଇଯିବ ।

ଛୁଆଙ୍କ ପେଟରେ ଯଦି ବହୁ ସଂଖ୍ୟାରେ କୃମି ହୋଇଯାଇଛି ତେବେ ସେମାନଙ୍କୁ ପ୍ରତିଦିନ ଖାଲି ପେଟରେ ଗୋଟିଏ ଲେଖାଏଁ ଅଖରୋଟ ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା ଶରୀରର ସମସ୍ତ କୃମି ମଳ ମାଧ୍ୟମରେ ବାହାରକୁ ବାହାରିଯାଏ ।

୫ ବର୍ଷ ବୟସରୁ କମ ବୟସ ପିଲାଙ୍କର ବିଛଣାରେ ପରିସ୍ରା କରିବା ଅଭ୍ୟାସ ରହିଥାଏ । ପିଲାଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଶୋଇବା ପୂର୍ବରୁ ୨ଟି ଅଖରୋଟ ଓ ୫ଟି କିସମିସ ଖାଇବାକୁ ଦିଅନ୍ତୁ । ୧୫ ଦିନ ଏପରି କରି ଦେଖନ୍ତୁ ଦେଖିବେ ଛୁଆଙ୍କର ଏହି ଅଭ୍ୟାସ ଦୂରେଇ ଯିବ । ଏହା ଖାଇବା ଦ୍ୱାରା ନର୍ଭସସିଷ୍ଟମ ଭଲ ଭାବେ କାମ କରିବା ସହ ବ୍ରେନ ମଧ୍ୟ ସୁସ୍ଥ ରହିଥାଏ । ଅଖରୋଟ ସହ କିଛି ବାଦାମ ଖାଇବା ଦ୍ୱାରା ବୁଢା ମାନଙ୍କ ପାଇଁ ବେଶ ଲଭଦାୟୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.