ରାତିରେ କପଡା ଧୋଇବା କିମ୍ବା ଶୁଖାଇବା ହୋଇଥାଏ ଅଶୁଭ, ଜାଣନ୍ତୁ କାରଣ କ’ଣ ?
ବାସ୍ତୁ ଶାସ୍ତ୍ରରେ କିଛି କାମ ବିଷୟରେ କୁହାଯାଇଛି, ଯାହାକୁ କେବେ ବି ରାତିରେ କରିବା ଉଚିତ ନୁହେଁ। ରାତିରେ ଆପଣ ଯଦି ଏହି କାମ କରନ୍ତି, ତେବେ ଆପଣଙ୍କ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ। ରାତିରେ କପଡା ଧୋଇବା ଏବଂ ଶୁଖାଇବା ଅଶୁଭ। ଅନେକ ଲୋକ ରାତିରେ କପଡା ଧୋଇ ଏହାକୁ ଶୁଖାଇ ଦିଅନ୍ତି। କିନ୍ତୁ ଏପରି କରିବା ଦ୍ୱାରା ସେମାନେ ସୁଖୀ ଜୀବନ ବିତାଇପାରନ୍ତି ନାହିଁ। ଏମିତି କରିବା ଦ୍ୱାରା ଭୟଙ୍କର ପରିଣାମ ଭୋଗିବାକୁ ପଡିଥାଏ।
ତେବେ ରାତିରେ କପଡା କ’ଣ ପାଇଁ ଧୁଅନ୍ତି ନାହିଁ :
– ଯଦି ରାତିରେ କପଡା ସଫା କରୁଥାନ୍ତି, ତେବେ ନକାରାତ୍ମକ ଶକ୍ତି କପଡାରେ ପ୍ରବେଶ କରେ। ଏହାକୁ ଆମେ ସକାଳେ ପିନ୍ଧିବା ଦ୍ୱାରା ଏହି ଉର୍ଜାର ପ୍ରଭାବ ଆମ ଶରୀର ଉପରେ ପଡେ। ଯାହା ଶରୀର ପାଇଁ କ୍ଷତିକାରକ।
– କୁହାଯାଏ, ସୂର୍ଯ୍ୟାସ୍ତ ପରେ ଛାତ ଉପରେ କପହା ଶୁଖାଇବା ଦ୍ୱାରା ମଧ୍ୟ କପଡାରେ ନକାରାତ୍ମକ ଉର୍ଜା ପ୍ରବେଶ କରିଥାଏ। ଆପଣ କପଡାକୁ ଖରାରେ ଶୁଖାଇବା ଦ୍ୱାରା କପଡା ଶୁଖିଯାଏ ଏବଂ କପଡାରୁ ନକାରାତ୍ମକ ଉର୍ଜା ଦୂର ହୁଏ। କପଡା ମଧ୍ୟରେ ସକାରାତ୍ମକ ଉର୍ଜା ସଂଚାର ହୁଏ। ତେଣୁ କେବେ ବି ବାହାରେ ରାତିରେ କପଡା ଶୁଖାନ୍ତୁ ନାହିଁ।
– କପଡାକୁ ଖରାରେ ଶୁଖାଇବା ଦ୍ୱାରା କପଡାରେ ଥିବା କୀଟାଣୁ ଏବଂ ହାନିକାରକ ବ୍ୟାକ୍ଟେରିଆ ଖରା ଗରମରେ ମରିଯାଆନ୍ତି।
– ରାତିରେ କପଡା ଧୀରେ ଧୀରେ ଶୁଖିଥାଏ, ଏଥିରେ ଥିବା ହାନିକାରକ କୀଟାଣୁ ମରିପାରନ୍ତି ନାହିଁ। ଯାହା ପରେ ଆମ ଶରୀରରେ ପଶନ୍ତି ଏବଂ ପରେ ରୋଗର କାରଣ ପାଲଟନ୍ତି।
– ଧୋଇଥିବା କପଡାକୁ କେବେ ବି ରାତିରେ ବାହାରେ ପକାନ୍ତୁ ନାହିଁ। ଏମିତି କଲେ ଘରୁ ସୁଖ ସମୃଦ୍ଧି ଚାଲିଯାଏ।
– ତେଣୁ ଚେଷ୍ଟା କରନ୍ତୁ ରାତିରେ କପଡା ନ ଧୋଇବା ପାଇଁ। ଯଦି କପଡା ସଫା କରିଛନ୍ତି, ତେବେ ଘର ବାହାରେ ନ ଶୁଖାଇ ଘର ଭିତରେ ଶୁଖାନ୍ତୁ।