ଘଣ୍ଟାଟେ ନା ଦୁଇ ଘଣ୍ଟା ? ଜାଣିଛନ୍ତି କି, କେଶରେ କେତେବେଳେ ଏବଂ କିପରି ତେଲ ଲଗାଇବା ଉଚିତ୍

ସୁସ୍ଥ ଏବଂ ମଜବୁତ କେଶ ପାଇଁ ସେଥିରେ ଉଚିତ୍ ପରିମାଣର ତେଲ ଲଗାଇବା ଦରକାର। ଏହାଦ୍ବାରା କେଶକୁ ପୋଷକ ଯୋଗାଇବା ସହ ଏହାକୁ ଘନ ଏବଂ ଲମ୍ବା କରିଥାଏ। କିଛି ଲୋକ ରାତିରେ ତେଲ ଲଗାଇ ସକାଳେ ମୁଣ୍ଡ ଧୋଇଥିବା ବେଳେ କିଛି ଗୋଟିଏ ଦୁଇଦିନ ପର‌୍ୟ୍ୟନ୍ତ ତେଲ ଲଗାଇଥାନ୍ତି। କିନ୍ତୁ ଆଜି ଆମେ ଆର୍ୟୁବେଦ ଅନୁସାରେ କେତେବେଳେ ଏବଂ କେଉଁ ସମୟରେ ତେଲ ଲଗାଇବା ଉଚିତ ତାହା ବତାଇବାକୁ ଯାଉଛୁ।

hair-oiling-

ତେଲ କେଶର ମୂଳରେ ଯାଇ ଏହାକୁ ମଜବୁତ କାଇଥାଏ। ଚର୍ମକୁ ପୋଷଣ ଯୋଗାଇବା ସହ ଏହାର ବଢ଼ିବାରେ ସାହାଯ୍ୟ କରିଥାଏ। ଏହା କେଶର ପିଏଚ ସ୍ତର ସଠିକ୍ ରଖିବା ସହ ଏହାକୁ ସୁସ୍ଥ କରିଥାଏ। ଅଏଲ ଟ୍ରିଟମେଣ୍ଟ ଏକ ଘଣ୍ଟା ପାଇଁ କରିବା ଖୁବ୍ ଲାଭଦାୟକ ହୋଇଥାଏ।

ଯଦି ଆପଣଙ୍କ କେଶ ଖରାପ ହୋଇଯାଇଛି ଏବଂ ଏହାକୁ ପ୍ରଚୁର ତେଲର ଦରକାର ରହିଛି ତେବେ ରାତିରେ ତେଲ ଲଗାଇ ସକାଳେ ତାହାକୁ ଧୁଅନ୍ତୁ। ସେହିପରି କେଶର ଅବସ୍ଥା ଏବଂ ଋତୁ ହିସାବରେ ଗୋଟିଏ ଦିନ ତେଲ ଲଗାଇବା ଉଚିତ୍।

oiling-hair

କେଉଁ ସମୟରେ ଲଗାଇବା କଥା ତେଲ

ରାତିରେ ଶୋଇବା ପୂର୍ବରୁ ତେଲ ମାଲିସ କରିବା ସବୁଠାରୁ ଭଲ ରହିଥାଏ। କିଛି ଲୋକ କେଶ ଧୋଇବା ପରେ ତେଲ ଲଗାଇଥାନ୍ତି। କିନ୍ତୁ ଏହା କରିବା ଦ୍ବାରା କେଶରେ ଧୂଳି ଏବଂ ମାଟି ଚିପକି ଯାଇଥାଏ। ଯଦି ଆପଣ କେଶ ଧୋଇବା ପରେ ମଧ୍ୟ ଘରେ ରହୁଛନ୍ତି ତେବେ କେଶ ଧୋଇବା ପରେ ତେଲର ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.