ଦଶହରା ଦିନ କ’ଣ କରିବେ ଓ କ’ଣ ନ କରିବେ ଜାଣନ୍ତୁ

ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବେ ବିଜୟାଦଶମୀ ପର୍ବ ପାଳନ କରାଯାଇଥାଏ । ନଅ ଦିନ ଧରି ମା’ ଭଗବତୀଙ୍କର ଆରାଧନା ଶେଷ ହେବାର ପର ଦିନ ଦଶହରା ଉତ୍ସବ ପାଳନ କରାଯାଇଥାଏ । ପୁରାଣ ଅନୁଯାୟୀ ଏହି ଦିନ ଭଗବାନ ରାମଚନ୍ଦ୍ର ଲଙ୍କାଧିପତି ରାବଣର ବଦ୍ଧ କରି ମା’ ସୀତାଙ୍କୁ ମୁକୁଳାଇ ଆଣିଥିଲେ । ଭାରତୀୟ ସଂସ୍କୃତି ଅନୁଯାୟୀ ରାମଙ୍କୁ କେବଳ ଆରାଧ୍ୟ ଦେବତା ଭାବେ ନୁହେଁ ମର୍ଯ୍ୟାଦା ପୁରୁଷୋତ୍ତମ ଭାବେ ମଧ୍ୟ ଧରାଯାଇଥାଏ । ହିନ୍ଦୁ ଧର୍ମରେ ଦଶହରାର ଏକ ବିଶେଷ ମହତ୍ତ୍ୱ ମଧ୍ୟ ରହିଛି । ତେଣୁ କରି ଏହି ଦିନ କଣ କରିବା ଉଚିତ ଓ କଣ ନ କରିବା ଉଚିତ ସେ ସମ୍ବନ୍ଧରେ ଏକ ଧାରଣା ରହିବା ନିହାତି ଦରକାର ଆସନ୍ତୁ ଜାଣିବା ସେ କାମ ଗୁଡିକ ସମ୍ପର୍କରେ କିଛି ତଥ୍ୟ:

ଗଛ କାଟିବା ଉଚିତ ନୁହେଁ:

ଆମର ସ୍ୱାସ୍ଥ୍ୟର ବିକାଶ ପାଇଁ ଗଛ ଏକ ପ୍ରଧାନ ଭୂମିକା ନିଭେଇ ଥାଏ । ପ୍ରତିଟି ଗଛ କୌଣସି ନା କୌଣସି ଉପାୟରେ ଜୀବଜଗତର ଦରକାରରେ ଆସିଥାନ୍ତି । ଜୀବନର ପ୍ରତିଟି ମୁହୂର୍ତ୍ତରେ ଗଛ ଏକ ପ୍ରମୁଖ ଭୂମିକା ନିଭାଉଥିବା ବେଳେ ଆଜିକାଲି ବିକାଶ ନାଁରେ ଅନବରତ ଭାବେ ଗଛ କଟାଯାଉଅଛି । କିନ୍ତୁ ଦଶହରା ଦିନ ଏହି ଗଛ କଟାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଥାଏ । ଏହାକୁ ଅତ୍ୟନ୍ତ ଅଶୁଭ ଧରାଯାଇଥାଏ । କଥାରେ ଅଛି ଏହି ଦିନ ଗଛ କାଟିବା ଦ୍ୱାରା ବ୍ୟକ୍ତିର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

 

ହତ୍ୟା:

ଦଶହରା ଦିନ ନିଜ ସଉକ ପୂରଣ କରିବା ପାଇଁ କୌଣସିଟି ଜୀବଜନ୍ତୁ ମାନଙ୍କର ହତ୍ୟା କରନ୍ତୁ ନାହିଁ । ନଚେତ ବହୁ ଖରାପ ପରିଣତି ଭୋଗିବାକୁ ପଡିପାରେ । ଆପଣଙ୍କ ସୌଭାଗ୍ୟ ହୁଏତ ଦୁର୍ଭାଗ୍ୟରେ ପରିଣତ ହୋଇଯାଇପାରେ । ଦଶହରାକୁ ସର୍ବସିଦ୍ଧିର ଦିନ ମଧ୍ୟ କୁହାଯାଇଥାଏ । ଏହି ଦିନ ମା’ ଦୁର୍ଗା ପୃଥିବୀ ଲୋକରୁ ପ୍ରସ୍ଥାନ କରିଥାନ୍ତି । ଏହା ସହ ପୁରାଣ ଅନୁଯାୟୀ ପ୍ରଭୁ ରାମଚନ୍ଦ୍ର ରାବଣର ବଦ୍ଧ ମଧ୍ୟ କରିଥିଲେ । ଲୋକ କଥା ଅନୁଯାୟୀ ନବରାତ୍ର ସମୟରେ ଧନାଧିପତି କୁବେର ପୃଥିବୀ ଉପରେ ସ୍ୱର୍ଣ୍ଣର ବର୍ଷା ମଧ୍ୟ କରିଥିଲେ । ଦଶହରା ଦିନ ଏହି କାମ କରି ଆପଣ ମଧ୍ୟ ନିଜ ଜୀବନରେ ଖୁସିକୁ ଫେରେଇ ଆଣି ପାରିବେ ।

ଶମି ଗଛର ପୂଜା:

ଦଶହରା ଦିନ ଶମି ଗଛର ପୂଜା କରନ୍ତୁ । ଯଦି ସମ୍ଭବ ନିଜ ଘର ପରିସରରେ ଶମି ଗଛ ଲଗାନ୍ତୁ । ପ୍ରତିଦିନ ସେହି ଗଛ ମୂଳରେ ଦୀପ ମଧ୍ୟ ଜଳାନ୍ତୁ । ମାନ୍ୟତା ଅଛି ଯେ ଧନରାଜ କୁବେର ରାଜା ରଘୁଙ୍କୁ ଧନ ଦେବା ପାଇଁ ଶାମି ଗଛର ପତ୍ରକୁ ସୁନାରେ ପରିଣତ କରିଥିଲେ । ସେବେଠାରୁ ହିଁ ଶାମି ଗଛକୁ ସୁନା ଦେବା ଵାଲା ଗଛ ଭାବେ ଧରା ଯାଇଥାଏ ।

ନୀଳକଣ୍ଠ ପକ୍ଷୀର ଦର୍ଶନ:

ଏହି ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନକୁ ଅଧିକ ଶୁଭ ଧରାଯାଇଥାଏ । ଯଦି କାହାକୁ ଏହି ଦିନ ଏହି ରଙ୍ଗର ପକ୍ଷୀ ଦେଖା ଦେଇଥାଏ ତେବେ ଏହାକୁ ଅତ୍ୟନ୍ତ ଶୁଭ ଭାବେ ଧରାଯାଇଥାଏ ।

ରାବଣ ଦହନ ପରେ ବଳିଥିବା କାଠ:

ରାବଣ ପୁତ୍ତଳିକା ଦହନ ପରେ ବଳିଥିବା ପୋଡା କାଠକୁ ଘରେ ଆଣି ରଖନ୍ତୁ । ଏହାକୁ ଘରେ ରଖିବା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

ଲାଲ ରଙ୍ଗର ନୂଆ କପଡା:

ଦଶହରା ଦିନ ଏକ ଲାଲ ରଙ୍ଗର ନୂଆ କପଡ଼ାରେ ମା’ ଦୁର୍ଗାଙ୍କ ପାଦ କୁ ପୋଛି ତାହାକୁ ନିଜ ଆଲମାରୀ ବା ତିଜୋରିରେ ସାଇତି ରଖନ୍ତୁ । ଏହା ଦ୍ୱାରା ଘରେ ଖୁସି ବଜାୟ ରହିଥାଏ ।

ଏହା ସହ ପଢନ୍ତୁ: ଆବଶ୍ୟକତା ଠାରୁ ଅଧିକ ସପିଂ କରିବା ଏକ ଭୟଙ୍କର ବେମାରି, ଗବେଷଣାରୁ ମିଳିଲା ସତ୍ୟତା

ଯାତ୍ରା ପାଇଁ ଏକ ଶୁଭ ଦିନ:

ଏହି ଦିନ ଦେବୀ ଦୁର୍ଗା ଯାତ୍ରା କରିଥାନ୍ତି । ତେଣୁକରି ଏହି ଦିନ ଯାତ୍ରା କରିବାକୁ ଅତ୍ୟନ୍ତ ଶୁଭ ଧରାଯାଇଥାଏ । ଏହି ଦିନ ଆପଣ କୌଣସି ନା କୌଣସି ସ୍ଥାନକୁ ଯାତ୍ରା ନିହାତି ଭାବେ କରନ୍ତୁ । ବିଶେଷ ଭାବେ ଯେଉଁ ମାନେ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଏହି ଦିନ ନିଶ୍ଚିତ ରୂପେ ଦିନ ଧାର୍ଯ୍ୟ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.