Below header

ଶିଶୁ ଖଟରୁ ପଡ଼ିଗଲେ ଜାଣନ୍ତୁ କ’ଣ କରିବେ, ଏହି ସବୁ କଥା ଉପରେ ରଖନ୍ତୁ ଧ୍ୟାନ

ଶିଶୁମାନେ ଅଧିକାଂଶ ସମୟ ଖଟ ଉପରେ ଖେଳୁଥିବା ବେଳେ ନଚେତ୍‌ କଡ ଲେଉଟିବା ବେଳେ ତଳେ ପଡ଼ିଯାଆନ୍ତି। ଛୋଟ ପିଲାମାନେ ବହୁତ ଚଞ୍ଚଳ ହୋଇଥାଆନ୍ତି। ଅନେକ ଥର ଏପରି ହୋଇଥାଏ କି, ହାଲୁକା ମୁଭ୍‌ମେଣ୍ଟରେ ବି ଶିଶୁ ବେଡ୍‌ ତଳକୁ ପଡ଼ିଯାଆନ୍ତି। ଏହି କାରଣରୁ ସେମାନଙ୍କୁ ଭିତରୁ ଆଘାତ ଲାଗିଥାଏ। ଅନେକ ସମୟରେ ଆମେ ଜାଣିପାରି ନ ଥାଉ କି, ପିଲାର କେଉଁଠି ଆଘାତ ଲାଗିଛି ଆଉ କେତେ କଷ୍ଟ ହେଉଛି, ତ ଆସନ୍ତୁ ଜାଣିବା ଯଦି ଶିଶୁ ଖଟ ତଳକୁ ଗଳିପଡ଼େ, ସେହି ସମୟରେ ଆମେ କ’ଣ କରିବା ଉଚିତ।

-ପ୍ରଥମେ ନିଜ ଶିଶୁକୁ ଧ୍ୟାନର ସହ ଅନୁଧ୍ୟାନ କରନ୍ତୁ। ଦେଖନ୍ତୁ, ତା’ ମୁଣ୍ଡରେ କେଉଁଠି ଆଘାତ ଲାଗିଛି କି ମୁଣ୍ଡ ଫୁଲି ଯାଇଛି। ଯଦି କିଛି ସମୟ ପରେ ଆପଣଙ୍କ ଶିଶୁ ଶାନ୍ତ ହୋଇ ଯାଉଛି ଏବଂ ଆରାମରେ ଶୋଇ ଯାଉଛି, ତ ତାକୁ ଶୋଇବାକୁ ଦିଅନ୍ତୁ।

-ଶିଶୁର ପୂରା ଶରୀର ସହିତ ତା’ ଆଖିକୁ ମଧ୍ୟ ନିରୀକ୍ଷଣ କରନ୍ତୁ। ପିଲାର ଆଖିକୁ ଦେଖନ୍ତୁ କି, ସେ ଠିକ୍‌ ଭାବେ ଆଖିକୁ ଫୋକସ୍‌ କରିପାରୁଛି କି ନାହିଁ।

ଏମିତି ସ୍ଥିତିରେ ଡାକ୍ତରଙ୍କୁ ଭେଟନ୍ତୁ

-ବେଡ୍‌ରୁ ପଡ଼ିଯିବା ପରେ ଯଦି ଆପଣଙ୍କ ଶିଶୁ ବହୁତ ଜୋର୍‌ରେ କାନ୍ଦୁଛି କିମ୍ବା କାନ୍ଦି କାନ୍ଦି ଚେତା ହରାଉଛି, ତ ଡେରି ନ କରି ତୁରନ୍ତ ନିକଟସ୍ଥ ଡାକ୍ତରଙ୍କ ପାଖକୁ ନେଇ ଯାଆନ୍ତୁ।

-ପଡ଼ିବା ପରେ ଯଦି ବାନ୍ତି କରୁଛି, କି ଜ୍ୱର ଆସିଯାଉଛି, ତ ତାକୁ ହସ୍ପିଟାଲରେ ଭର୍ତ୍ତି କରାଇବାର ଆବଶ୍ୟକତା ରହିଛି।

-ଶିଶୁ ପଡ଼ିଯିବା ପରେ କିଛି ଦିନ ପର୍ଯ୍ୟନ୍ତ ଆପଣ ତା’ ଉପରେ ନଜର ରଖନ୍ତୁ। ଯଦି ଅନୁଧ୍ୟାନ କରିବେ କି, ଆପଣଙ୍କ ଶିଶୁ ଶାନ୍ତ, ସୁସ୍ଥ ତଥା ଆରାମରେ ଶୋଇ ଯାଉଛି, ତା’ହେଲେ ଡାକ୍ତରଙ୍କୁ ଭେଟନ୍ତୁ ଏବଂ ସମସ୍ତ କଥା ଜଣାନ୍ତୁ।

-ପଡ଼ିଯିବା ପରେ ଶିଶୁଠାରେ ଯଦି ବାତ ଦେଖାଦେଉଛି, ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଏହି କଥା ଉପରେ ରଖନ୍ତୁ ଧ୍ୟାନ

-ଶିଶୁ ବେଡ୍‌ ପାଇଁ ଆପଣ bed guard ବ୍ୟବହାର କରିପାରିବେ। ରାତି ବେଳା ଆପଣ ଶିଶୁକୁ ଝୁଲଣାରେ ଶୁଆଇ ପାରିବେ। କିନ୍ତୁ ଏହା ଚାରିପଟେ ଗ୍ରିଲ୍‌ ବା ବାଡ଼ ଥିବା ଜରୁରୀ।

-ଯଦି ଶିଶୁ ଆପଣଙ୍କ ସହ ବେଡ୍‌ରେ ଶୋଉଛି, ତା’ହେଲେ ବେଡ୍‌ ତଳେ ଚାରିଆଡ଼େ କାର୍ପେଟ୍‌ ନଚେତ୍‌ ଗଦି ବିଛାଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.