ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ତଥା ଲେଖିକା ସୁମିତ୍ରା ଭାବେଙ୍କ ପରଲୋକ, ଦୀର୍ଘଦିନ ହେବ ଫୁସ୍‌ଫୁସ୍‌ ରୋଗରେ ଥିଲେ ପୀଡ଼ିତ

ପରଲୋକରେ ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ତଥା ଲେଖିକା ସୁମିତ୍ରା ଭାବେ। ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ହୋଇ ସୋମବାର ଦିନ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସୁମିତ୍ରାଙ୍କ ଦୋହାନ୍ତ ଖବର ଫିଲ୍ମ ନିର୍ଦ୍ଦେଶକ ସୁନୀଲ ସୁଖତଙ୍କର ଦେଇଛନ୍ତି।

ମରାଠୀ ଫିଲ୍ମ ଓ ରଙ୍ଗମଞ୍ଚର ଲୋକପ୍ରିୟ ହସ୍ତୀ ସୁମିତ୍ରା ଭାବେ ଗତ ଦୁଇ ମାସ ଧରି ଫୁସ୍‌ଫୁସ୍‌ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ। ସୁମିତ୍ରାଙ୍କ ସହ ଗତ ୩୫ ଧରି କାମ କରୁଥିବା ସୁନୀଲ କହିଛନ୍ତି, ସୁମିତ୍ରା ସୋମବାର ସକାଳେ ମହାରାଷ୍ଟ୍ରର ଏକ ବେସରକାରୀ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ନିଜ ଜୀବନ କାଳ ମଧ୍ୟରେ ସୁମିତ୍ରା ଅନେକ ଜାତୀୟ ପୁରସ୍କାର ମଧ୍ୟ ପ୍ରାପ୍ତ କରିଛନ୍ତି। ତାଙ୍କ ପ୍ରଥମ କ୍ଷୁଦ୍ର ଫିଲ୍ମ ଥିଲା ୧୯୮୫ ମସିହାରେ ନିର୍ମିତ ଫିଲ୍ମ ‘ବାଇ’। ତା’ପରେ ସେ ୧୯୯୫ ମସିହାରେ ଦୋଘି ତିଆରି କରିଥିଲେ। ତାଙ୍କ ନିର୍ମିତ ଲୋକପ୍ରିୟ ଫିଲ୍ମ ମଧ୍ୟରେ ଦେବରାଇ, ଘୋ ମାଲା ଅସାଲା ହଓ୍ଵା, ହା ଭାରତ ମାଜା, ଅସ୍ତୁ-ସୋ ବିଟ୍‌ ଇଟ୍‌, ସଂହିତା, େଓ୍ଵଲକମ୍‌ ହୋମ୍‌, ବାସ୍ତୁପୁରୁଷ, ଦାହବୀ ଫା ଓ କାସବ ପ୍ରମୁଖ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.