Below header

ଆଉ ତ୍ରାହି ନାହିଁ, ଏଣିକି ମଦ ପିଇଲେ ଦେବେ ୨୦ ହଜାର ଟଙ୍କା ଜରିମାନା

ଗୋପ (କେନ୍ୟୁଜ) : ଆପଣ ସାରା ରାଜ୍ଯରେ ବିଭିନ୍ନ ସମୟରେ ମଦ ମୁକ୍ତି ପାଇଁ ବିରୋଧ ଆଉ ଆନ୍ଦୋଳନ ଚାଲିଥିବା ଖବର ଦେଖିଥିବେ। ବିଶେଷ କରି ମହିଳାମାନେ ବିରୋଧ ପ୍ରଦର୍ଶନ କରି ଏହା ବିରୁଦ୍ଧରେ ଆନ୍ଦୋଳନ ଚଳାଇଥାନ୍ତି। କେଉଁ ସ୍ଥାନରେ ଏହି ଆନ୍ଦୋଳନ ସଫଳ ହୁଏ ତ ଆଉ କେଉଁଠି ବିଫଳ। କିନ୍ତୁ ଏମିତି ଏକ ଗାଁ ଅଛି ଯିଏ ଅଭିନବ ଉପାୟରେ ମଦ ମୁକ୍ତି ପାଇଁ ଅଣ୍ଟା ଭିଡିଛନ୍ତି।

ପୁରୀ ଜିଲ୍ଲା ନିମାପଡା ବ୍ଲକ ଛଣିଜଙ୍ଗ ପଂଚାୟତ ର ବସନ୍ତପୁର ଗାଁରେ ବାସ କରନ୍ତି୮୦ ରୁ ଉର୍ଦ୍ଧ୍ଵ ପରିବାର। ଏହି ଗାଁ ର ଲୋକମାନେ ମୁଖ୍ଯତଃ ଚାଷବାସ କରି ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଗାଁର କେତେକ ଯୁବକ ମଦ୍ୟପାନ କରି ଅନେକ ସମୟରେ କଳି ଝଗଡା ମାଡ ଧର କରନ୍ତି।। ଯେଉଁ କାରଣରୁ ଗାଁରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ଖାଲି ବିରୋଧ କଲେ ହେବନି ମଦ ମୁକ୍ତି ପାଇଁ ସ୍ଥାୟୀ ସମାଧାନ ପାଇଁ ଯୋଜନା ପ୍ରସ୍ତୁତ କରାଗଲା। ଶେଷରେ ଗାଁର ମୁଖିଆ ମାନେ ବସି ଏକ କମିଟି ଗଠନ କରି ବୈଠକ ଡକାଇଲେ। ଏହି ବୈଠକରେ ସଭାପତି ସମ୍ପାଦକ ଚୟନ କରାଗଲା।ସର୍ବସମତିରେ ନିଷ୍ପତି ନିଆଗଲା ଗାଁ କୁ ମଦ ମୁକ୍ତ କରିବା।

ଏହି ବୈଠକରେ ଗାଁ ର ମହିଳା ମାନେ ମଧ୍ୟ ସାମିଲ ହୋଇଥିଲେ। ବୈଠକରେ ନିଷ୍ପତ୍ତି ନିଆଗଲା ଯିଏ ମଦ ପିଇ ଗାଁରେ ବିଶୃଙ୍ଖଳା ସୃଷ୍ଟି କରିବ ସେ ୨୦ ହଜାର ଟଙ୍କା ଜରିମାନା ଦେବ। ଏମିତି କି ପୁଅ ମଦ ପିଇଲେ ବାପା ଗାଁ କମିଟିକୁ ଜରିମାନା ଦେବାକୁ ପଡିବ। ଏହି ନିଷ୍ପତ୍ତି କେବଳ ବୈଠକରେ ସୀମିତ ହୋଇନଥିଲା। କମିଟିର କର୍ମକର୍ତା ଗାଁରେ ଘଣ୍ଟ ବାଡେଇ ଦୁଆର ଦୁଆର ବୁଲି ସଚେତନ କରିଥିଲେ ଗ୍ରାମବାସୀଙ୍କୁ। ତେବେ ଏହି କାର୍ଯ୍ଯକ୍ରମକୁ ଗ୍ରାମର ସମସ୍ତ ପରିବାର ସ୍ୱାଗତ କରିବା ସହିତ ସମର୍ଥନ କରିଛନ୍ତି। ଆମେ ତ କହିବୁ ଗ୍ରାମବାସୀଙ୍କ ଏଭଳି ପଦକ୍ଷେପ ଅନ୍ୟ ଅଂଚଳ ପାଇଁ ଉଦାହରଣ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.