ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କେଉଁ ରାଶି ସହିତ କେଉଁ ରାଶି ବିବାହ କରିବା ଉଚିତ ନୁହେଁ ଜାଣନ୍ତୁ ! By Pritiparna Last updated Jan 8, 2019 ଜ୍ୟୋତିଷ ଶାସ୍ତ୍ରରେ ବିବାହକୁ ନେଇ ବହୁତ ତଥ୍ୟ କୁହାଯାଇଛି। ଏଥିରେ ବିବାହର ଶୁଭ ମୁହୂର୍ତ୍ତ ଉଲ୍ଲେଖ କରାଯାଇଛି। ଏହାସହିତ ବିବାହର ପ୍ରସଙ୍ଗରେ ଶୁଭ-ଅଶୁଭ ମଧ୍ୟ କୁହାଯାଇଛି। ଏହାଛଡା ବିବାହ ପାଇଁ ବର ଏବଂ ବଧୂଙ୍କର ରାଶିକୁ ବି ଧ୍ୟାନ ରଖିବାକୁ କୁହାଯାଇଛି। କୁହାଯାଏ ଯେ ଏମିତି କରିବା ଦ୍ବାରା ବୈବାହିକ ଜୀବନରେ ଲମ୍ବା ସମୟ ପର୍ୟ୍ୟନ୍ତ ଶୁଖ ଏବଂ ପ୍ରେମ ଲାଗି ରହିଥାଏ। ଚାଲନ୍ତୁ ଜାଣିବା କେଉଁ ରାଶି କେଉଁ ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ ନୁହେଁ। ମେଷ : ମେଷ ରାଶିର ବ୍ୟକ୍ତି ବିଛା ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଶୁଭ ବୋଲି ଧରାଯାଏ ନାହିଁ। ବୃଷ : ଏହି ରାଶିର ଲୋକଙ୍କୁ ଧନୁ ରାଶିର ଲୋକଙ୍କ ସହିତ ବିବାହ କରିବାକୁ ମନା କରାଯାଇଛି। ମିଥୁନ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ବ୍ୟକ୍ତିଙ୍କୁ ମକର ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଉଚିତ ନୁହେଁ। କର୍କଟ : ଏହି ରାଶିର ବ୍ୟକ୍ତି କୁମ୍ଭ ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ବିଲକୁଲ ବି ଉଚିତ ନୁହେଁ। ସିଂହ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଂହ ରାଶିକୁ ବିଛା ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଶୁଭ ଧରାଯାଏ ନାହିଁ। କନ୍ୟା : କନ୍ୟା ରାଶିର ବ୍ୟକ୍ତି ସିଂହ ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଉଚିତ ନୁହେଁ। ତୁଳା : ଏହି ରାଶିର ଜାତକକୁ କନ୍ୟା ରାଶିର ଜାତକ ସହିତ ବିବାହ କରିବା ଆଦୌ ଉଚିତ ନୁହେଁ। ବିଛା : ବିଛା ରାଶିର ବ୍ୟକ୍ତି ମେଷ ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଉତ୍ତମ ହୋଇନଥାଏ। ଧନୁ : ଜ୍ୟୋତିଷ ଶାସ୍ତ୍ରରେ ଧନୁ ରାଶିର ବ୍ୟକ୍ତି ବ୍ରୁଷ ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଶୁଭ ହୋଇନଥାଏ। ମକର : ମକର ରାଶିର ବ୍ୟକ୍ତିଙ୍କୁ ମିଥୁନ ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଉଚିତ ନୁହେଁ। କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତିଙ୍କୁ କର୍କଟ ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବାକୁ ମନା କରାଯାଇଛି। ମୀନ : ଏହି ରାଶିର ବ୍ୟକ୍ତିଙ୍କୁ କନ୍ୟା ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିବା ଉଚିତ ନୁହେଁ। vastuzodiac Share FacebookTwitterWhatsAppEmailFacebook MessengerPinterestReddItLinkedinTelegram