ଟ୍ରେନ୍‌ ଭିତରେ ପୂର୍ବତନ ବିଜେପି ବିଧାୟକଙ୍କୁ ନିର୍ମମ ହତ୍ୟା, ଏସି ବଗି ଭିତରେ ପଶି ମାରିଲେ ଗୁଳି

ଗୁଜୁରାଟ(କେନ୍ୟୁଜ୍) : ଗୁଜୁରାଟ ଭାରତୀୟ ଜନତା ପାର୍ଟିର ନେତା ତଥା ପୂର୍ବତନ ବିଧାୟକ ଜୟନ୍ତୀଲାଲ ଭାନୁଶାଳୀଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଶ୍ରୀ ଭାନୁଶାଳୀ ସାୟାଜୀ ନଗର ଏକ୍‌ସପ୍ରେସ ଟ୍ରେନର ଏକ ପ୍ରଥମ ଶ୍ରେଣୀ ଏସି ବଗିରେ ଯାତ୍ରା କରୁଥିବା ବେଳେ ତାଙ୍କୁ ଛାତି ଓ ମୁଣ୍ଡକୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିରେ ଶ୍ରୀ ଭାନୁଶାଳୀଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ଗତବର୍ଷ ଏହି ପୂର୍ବତନ ବିଧାୟକ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହା ଭିତ୍ତିହୀନ ଓ ତାଙ୍କ ଛବିକୁ ଖରାପ କରିବା ପାଇଁ ଏକ ଷଡଯନ୍ତ୍ର ବୋଲି ଶ୍ରୀ ଭାନୁଶାଳୀ କହିଥିଲେ। ଏପରିକି ଅଭିଯୋଗକାରିଣୀ ମଧ୍ୟ ଏହି ଅଭିଯୋଗ କରିବା ପରେ ଆଉ ଦେଖାଦେଇ ନ ଥିବା ପୁଲିସ କହିଥିଲା।

 

 

Leave A Reply

Your email address will not be published.