କ’ଣ ଆପଣଙ୍କୁ ଘୃଣା କରୁଛନ୍ତି କି ଲୋକେ, ତ ଜାଣି ରଖନ୍ତୁ ଏହା ହୋଇପାରେ ଅସଲ କାରଣ

କିଛି ଲୋକ ଆପଣଙ୍କୁ ଭଲ ପାଆନ୍ତି, ତ ଆଉ କିଛି ଲୋକ ଆପଣଙ୍କୁ ଘୃଣା କରିବାରେ ଲାଗିଥାଆନ୍ତି। ଲୋକଙ୍କଠାରୁ ମିଳୁଥିବା ଘୃଣା କିଛି ଜଣଙ୍କ ପାଇଁ ଚିନ୍ତାର କାରଣ ବନିଯାଇଥାଏ ଏବଂ ସେମାନେ ମାନସିକ ଅଶାନ୍ତିକୁ ଚାଲି ଯାଇଥାଆନ୍ତି। ତେବେ ଏହି ଘୃଣା ପଛରେ ଅନେକ କାରଣ ହୋଇପାରେ, ଯାହା ବିଷୟରେ ଆପଣ ଜାଣି ସୁଦ୍ଧା ନ ଥିବେ। ଆସନ୍ତୁ ଜାଣିବା ଅନ୍ୟଠାରୁ ମିଳୁଥିବା ଘୃଣା ପଛରେ କ’ଣ କାରଣ ହୋଇପାରେ ଏବଂ ଏଥିରୁ କିପରି ମୁକ୍ତି ମିଳିପାରିବ।

ଚିନ୍ତା ଆମ ଭାବନା ଯୋଗୁ ଆସିଥାଏ। ଯେଉଁ ଜିନିଷ ବିଷୟରେ ଆମେ ଆବଶ୍ୟକତାଠାରୁ ଅଧିକ ଭାବିବାରେ ଲାଗିଥାଉ, ତ ତାହା ଚିନ୍ତାର କାରଣ ବନି ଯାଇଥାଏ। ଏହି ଚିନ୍ତାରୁ ମୁକ୍ତି ପାଇବା ପାଇଁ ସକାରାତ୍ମକ ଭାବନା ହିଁ ଏକ ଭଲ ରାସ୍ତା ହୋଇଥାଏ। ଆପଣ ଏହା ଭଲ ଭାବେ ବୁଝିବା ଦରକାର କି, କୌଣସି ବି ମଣିଷ ସବୁ ଲୋକଙ୍କ ପାଇଁ ଭଲ ହୋଇ ନ ଥାଆନ୍ତି। କିଛି ଲୋକ ଆପଣଙ୍କୁ ଭଲ ପାଇବେ, ତ କିଛି ଲୋକ ଆପଣଙ୍କୁ ଘୃଣା କରିବେ। ଆପଣଙ୍କର ଯିଏ ନିଜ ଲୋକ ଅଛନ୍ତି, ସେମାନଙ୍କୁ ଖୁସି ରଖିବାକୁ ନିହାତି ଭାବେ ଚେଷ୍ଟା କରନ୍ତୁ। କିନ୍ତୁ ଅନ୍ୟ ଲୋକଙ୍କଠାରୁ ମିଳୁଥିବା ଘୃଣା ବିଷୟରେ ବେଶି ଭାବନ୍ତୁ ନାହିଁ ଏବଂ ସକାରାତ୍ମକ ରୁହନ୍ତୁ।

ଲୋକଙ୍କଠାରୁ ମିଳୁଥିବା ଘୃଣାର କାରଣ

-ସବୁଠାରୁ ବଡ଼ ତଥା ସାଧାରଣ କାରଣ ହେଉଛି କି, ଆପଣ ଜଣା ଅଜାଣତରେ କୌଣସି କଥାକୁ ନେଇ ତାଙ୍କ ହୃଦୟକୁ ଦୁଃଖ ପହଞ୍ଚାଇ ଥିବେ। ଏହି କାରଣରୁ ଲୋକେ ଆପଣଙ୍କୁ ଘୃଣା କରିବା ଆରମ୍ଭ କରି ଦେଇଥିବେ ଏବଂ ଆପଣଙ୍କୁ ଜଣା ମଧ୍ୟ ପଡ଼ି ନ ଥିବ।

-ଆପଣଙ୍କ ସଫଳତା ବି ଲୋକଙ୍କ ଘୃଣାର କାରଣ ବନିପାରେ। ଯଦି ଆପଣ ସେହି ଲୋକଙ୍କଠାରୁ ବଢ଼ିଆ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଜୀବନ ଜିଉଁଛନ୍ତି, ଏହା ହିଁ ସେମାନଙ୍କ ଘୃଣାର କାରଣ ବନି ଯାଇଥାଏ।

-ଯଦି ଆପଣଙ୍କ ବ୍ୟକ୍ତିତ୍ୱ ସମସ୍ତଙ୍କୁ ପସନ୍ଦ ଆସୁଛି କିମ୍ବା ଲୋକେ ଆପଣଙ୍କୁ ଅଧିକ ପସନ୍ଦ କରୁଛନ୍ତି, ତ କିଛି ଲୋକ ଆପଣଙ୍କୁ ଈର୍ଷା କରିବାରେ ଲାଗି ଯାଆନ୍ତି।

-କିଛି ଲୋକ କେବଳ ଆଟେନ୍ସନ ନ ମିଳିବା କାରଣରୁ ଘୃଣା କରିବାରେ ଲାଗନ୍ତି। ତାଙ୍କ ଘୃଣାଭାବ ଦୂର କରିବାର କେବଳ ଗୋଟିଏ ତରିକା ହେଉଛି କି, ଆପଣ କେବଳ ତାଙ୍କୁ ଆଟେନ୍ସନ ଦେଇ ଚାଲନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.