Below header

ନବରାତ୍ରୀରେ କାହିଁକି ଖାଆନ୍ତି ନାହିଁ ପିଆଜ ଏବଂ ରସୁଣ ?

ନବରାତ୍ରୀ ସମୟରେ ପ୍ରାୟ ସମସ୍ତେ ଦୁର୍ଗା ମାଁଙ୍କ ଆରଧାନ କରିଥାନ୍ତି। ସବୁଆଡ଼େ ଶୁଣିବାକୁ ମିଳିଥାଏ ମା ଙ୍କ ଜୟଜୟକାର। ତେବେ ସାଧାରଣତଃ ନବରାତ୍ରୀ ସମୟରେ କୌଣସି ବ୍ଯକ୍ତି ବ୍ରତ କରିବା ସହ ପିଆଜ-ରସୁଣ ଖାଇନଥାନ୍ତି। ତେବେ ଖାଲି ତାହା ନୁହଁ ପ୍ରାୟତଃ ପୂଜା ଏବଂ ବ୍ରତ ସମୟରେ ବିନା ପିଆଜ ଏବଂ ରସୁଣ ଖାଇଥାନ୍ତି। ଆଜି ଆମେ ଏହା ପଛର କାରଣ ବିଷୟରେ କହିବାକୁ ଯାଉଛୁ।

-କଥାରେ ଅଛି ପିଆଜ-ରସୁଣ ଶରୀରକୁ ଅଧିକ ଗରମ କରିଥାଏ। ପରମ୍ପରା ଅନୁଯାୟୀ ପୂଜା ଏବଂ ବ୍ରତ ସମୟରେ ଯଥା ସମ୍ବଭ ଶରୀରକୁ ଶୀତଳ ତଥା ଥଣ୍ଡା ରଖିବା ଉଚିତ। ଏଣୁ ନବରାତ୍ରୀ ଏବଂ ଅନ୍ଯାନ ପୂଜା ସମୟରେ ପିଆଜ- ରସୁଣକୁ ମନା କରାଯାଇଥାଏ।

navratri 1

-ପିଆଜ- ରସୁଣକୁ ଆମିଷରେ ଗଣାଯାଇଥାଏ। କୁହାଯାଇଥାଏ ଏହାକୁ ଖାଇବା ଦ୍ବାରା ମନରେ କାମନାବାସନା ଭାବ ଜାଗ୍ରତ ହୋଇଥାଏ। ଏଣୁ ବ୍ରତ ଏବଂ ପୂଜା ସମସ୍ତରେ ମନରେ ଏକାଗ୍ରତ ରଖିବା ପାଇଁ ପିଆଜ- ରସୁଣକୁ ବାରଣ କରାଯାଇଥାଏ।

-ତେବେ ଖାଲି ପିଆଜ ଏବଂ ରସୁଣ ନୁହଁ ଯେକୌଣସି ପ୍ରତିହିଂସା ପରାୟଣ ଜିନିଷକୁ ପୂଜାପର୍ବ ସମୟରେ ପିଆଜ- ରସୁଣ ସହ ବିଭିନ୍ନ ପ୍ରକାରର ଆମିଷ ଖାଦ୍ଯକୁ ମନା କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.