କଣ ମଦ ପିଇଲେ ସତରେ ମରିଯାଏ କରୋନା ଭାଇରସ ? ଜାଣନ୍ତୁ କଣ କହୁଛି WHO ରିପୋର୍ଟ

ଭାରତରେ ଘାତକ କରୋନା ଭାଇରସ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ଯେଉଁ କାରଣରୁ ଲୋକମାନଙ୍କ ଭିତରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି । ତେବେ ଏହି ଭୟ କାରଣରୁ ଲୋକମାନେ ଇଣ୍ଟରନେଟ ମାଧ୍ୟମରେ ଆସୁଥିବା ଗୁଜବକୁ ସତ ମାନିବାକୁ ବାଧ୍ୟ ହେଉଛନ୍ତି । ଏହି ଗୁଜବ ଗୁଡିକ ମଧ୍ୟରେ ଗୋଟିଏ ହେଉଛି ମଦ୍ୟପାନ କରିବା ଦ୍ୱାରା କରୋନା ଭାଇରସ ମରିଯାଇଥାଏ । ଯଦିଓ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଏହା ମିଥ୍ୟା ଅଟେ ।

କରୋନା ଭାଇରସକୁ ନେଇ ଚାଲିଥିବା ଗୁଜବ ଏବଂ ଭ୍ରମଧାରଣାକୁ ଭାଙ୍ଗିବା ସହିତ WHO ବା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଶରୀର ମଧ୍ୟକୁ ଏହି ଭାଇରସ ପ୍ରବେଶ କଲା ପରେ କ୍ଲୋରିନ କିମ୍ବା ଆଲକହଲ ଦ୍ୱାରା କୌଣସି ବି ଭାଇରସ ମରିନଥାଏ ଏବଂ ଏହିସବୁ ପଦାର୍ଥ ତ୍ୱଚା, ମୁଁହ ଏବଂ କପଡା ପାଇଁ କ୍ଷତିକାରକ ହୋଇଥାଏ ।

क्या शराब के सेवन से मरता है कोरोना वायरस? WHO ने किया ये खुलासा

ଏହାସହିତ ସେମାନେ କହିଛନ୍ତି ଯେ କ୍ଲୋରିନ ଏବଂ ଆଲକହଲର ବ୍ୟବହାର କୀଟାଣୁନାଶକ ହୋଇଥାଏ କିନ୍ତୁ ଏହାର ବ୍ୟବହାର ବିଶେଷଜ୍ଞ ମାନଙ୍କ ପରାମର୍ଶ ଅନୁଯାୟୀ କରିବା ଉଚିତ । ନୂଆ କରୋନା ଭାଇରସରୁ ବଞ୍ଚିବା ପାଇଁ ନିଜ ହାତକୁ ବାରମ୍ଵାର ଧୁଅନ୍ତୁ ଏବଂ ଆଲକହଲ ଆଧାରିତ ସାନିଟାଇଜରକୁ ହାତରେ ଘସନ୍ତୁ ।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଗରମ ପାଣିରେ ଗାଧୋଇବା ଦ୍ୱାରା ଆପଣ କରୋନା ଭାଇରସ କବଳରୁ ବଞ୍ଚି ପାରିବେ ନାହିଁ । ଏହାସହିତ ସେ କହିଛନ୍ତି ଯେ ଚାଇନାରେ ନିର୍ମିତ କୌଣସି ବସ୍ତୁ ଦ୍ୱାରା ଏହି ଭାଇରସ ବ୍ୟାପିନଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ଵରେ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇସାରିଛନ୍ତି ଏବଂ ପ୍ରାୟ ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.