ଅଏଲି ହେୟାର ପାଇଁ ଚିନ୍ତିତ ଅଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

ଆଜି ଆମେ ଆପଣଙ୍କୁ ଏପରି ଏକ ହେୟାର କେୟାର ରୁଟିନ୍ ବିଷୟରେ କହିବୁ ଯାହାଦ୍ୱାରା ଆପଣ ନିଜ କେଶକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଏଲ ଫ୍ରି ରଖିପାରିବେ । ତେବେ ଏହି ବିଷୟରେ ଆସନ୍ତୁ ଜାଣିବା...

ଗରମ ଦିନରେ ତ୍ୱଚା ସହିତ କେଶର ବି ସ୍ୱତନ୍ତ୍ର ଧ୍ୟାନ ରଖିବା ନିହାତି ଆବଶ୍ୟକ । ନଚେତ ଲଗାତାର ଧୂଳି ମାଟି ଆଦି ସଂସ୍ପର୍ଶରେ ଆସି କେଶ ଅଧିକ ଡ୍ରାଏ କିମ୍ବା ଅଏଲି ହେବାର ସମ୍ଭାବନା ରହିଛି । ଆଜି ଆମେ ଆପଣଙ୍କୁ ଏପରି କିଛି ହେୟାର କେୟାର ରୁଟିନ୍ କହିବୁ, ଯାହାକୁ ଆପଣ ଗ୍ରହଣ କରି ନିଜ କେଶକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଏଲ ଫ୍ରି ରଖିପାରିବେ । ପ୍ରାୟତଃ ଆମେ ଅନୁଭବ କରିଥାଉ ଯେ କେଶ ଧୋଇବା ପରେ ମଧ୍ୟ ଆମ କେଶ ଶୀଘ୍ର ତେଲିଆ ଏବଂ ଷ୍ଟିକି ହୋଇଯାଏ, ଯେଉଁଥିପାଇଁ କେଶକୁ ବାରମ୍ବାର ଧୋଇବାକୁ ପଡେ ।

କିନ୍ତୁ, ଆସନ୍ତୁ ଆଜି ଦୈନନ୍ଦିନ କେଶ ଯତ୍ନରେ କିଛି ଏଭଳି ସ୍ମାର୍ଟ ଏବଂ ସହଜ ପଦ୍ଧତି ଗ୍ରହଣ କରିବା ଯାହା ଦ୍ୱାରା କେଶ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଏଲ ଫ୍ରି ରହିପାରିବ । ଯେତେବେଳେ ଆପଣଙ୍କର କେଶ ଧୋଇବା ପାଇଁ ସମୟ ନଥାଏ, ସେହି ସମୟରେ ଆପଣ ନିଜ କେଶରେ ଡ୍ରାଏ ସାମ୍ପୋ ବ୍ୟବହାର କରିପାରିବେ । ଏହା ବ୍ୟବହାର କରିବା ମଧ୍ୟ ସହଜ, କେବଳ ବୋତଲକୁ ହଲାଇ କେଶ ମୂଳରେ ସ୍ପ୍ରେ କରନ୍ତୁ ଏବଂ ଧୀରେ ଧୀରେ ମାଲିସ୍ କରନ୍ତୁ । ଯଦି ତୁମର କେଶ ଶୀଘ୍ର ତେଲିଆ ହୋଇଯାଉଛି ତେବେ ଏଭଳି ଏକ ସାମ୍ପୁ ବାଛନ୍ତୁ ଯାହାକି ବିଶେଷ ଭାବରେ ତେଲିଆ କେଶ ପାଇଁ ତିଆରି । ଏହି ସାମ୍ପୁଗୁଡ଼ିକ କେଶରୁ ଅଧିକ ତେଲ ବାହାର କରିବାରେ ସାହାଯ୍ୟ କରିଥାଏ, କେଶକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଫା ଏବଂ ସତେଜ ରଖେ ।

ଏମିତିରେ ଆପଣ କୌଣସି ହେୟାର କେୟାର ପ୍ରଡକ୍ଟ ବଦଳରେ ଘରୋଇ ଚିକିତ୍ସା ଆପଣେଇ ପାରିବେ । ଏମିତିକି ଆପଣ ଘରେ ପ୍ରସ୍ତୁତ କରି କୌଣସି ପ୍ୟାକ ବି ଲଗେଇ ପାରିବେ । ଯଦି ଆପଣଙ୍କର ତେଲିଆ କେଶ ତେବେ ଆପଣ ମୁଲତାନି ମାଟିରେ ଲେମ୍ବୁ ରସ ମିଶାଇ ଲଗାଇ ପାରିବେ । ଏଥିପାଇଁ ଗୋଟେ ଗିନାରେ ୪ ଚାମଚ ମୁଲତାନି ମାଟି, ଗୋଟିଏ ଲେମ୍ବୁରା ରସ ସହିତ ଆବଶ୍ୟକତା ଅନୁସାରେ ପାଣି ମିଶାଇ କେଶରେ ଲଗାନ୍ତୁ । ଧୀରେ ଧୀରେ ଏହାକୁ ମାଲିସ କରିବେ । ଏହା ଦ୍ୱାରା କେଶରେ ଅତ୍ୟଧିକ ତେଲିଆ ପଣ ବାହାରି ଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.