ଜାଣନ୍ତିକି ଘରୋଇ ଉପାୟରେ ବି ନିୟନ୍ତ୍ରଣକୁ ଅଣାଯାଇପାରିବ ମଧୁମେହ

ରକ୍ତରେ ଶର୍କରାର ମାତ୍ରା ବଢିଗଲେ ସାଧାରଣତଃ ଲୋକେ ଔଷଧ ଉପରେ ଅଧିକ ନିର୍ଭର କରିଥାନ୍ତି । ଅଵ୍ୟଵସ୍ଥିତ ଖାଦ୍ୟପେୟ, ଅନିୟମିତ ଜୀବନଶୈଳୀ ଅଥବା ବଂଶାନୁକ୍ରମିକ କାରଣରୁ ଆଜିକାଲି ଅଧିକାଂଶ ଲୋକଙ୍କ ଠାରେ ମଧୁମେହର ଲକ୍ଷଣ ମାନ ଦେଖାଦେଉଛି । କେବେ କେବେ ଏହି ଲକ୍ଷଣ ମାନ ଏତେ ସାଙ୍ଘାତିକ ରୂପ ନେଉଛିଯେ ଯାହା ଅନ୍ୟାନ ଗମ୍ଭୀର ରୋଗ ଗୁଡିକର ପ୍ରମୁଖ କାରଣ ପାଲଟିଥାଏ । ଏମିତିକି କେବେ କେବେ ଇନ୍ସୁଲିନ ନେଇ ରକ୍ତରେ ସୁଗାର ମାତ୍ରାକୁ କମାଇବାକୁ ହୋଇଥାଏ । କିନ୍ତୁ ଜାଣନ୍ତିକି ଆପଣ ବିନା ଔଷଧରେ ଘରୋଇ ଉପାୟରେ ବି ନିଜ ବ୍ଲଡ଼ ସୁଗାର ଲେବଲକୁ କଣ୍ଟ୍ରୋଲ କରିପାରିବେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଘରୋଇ ଉପାୟ ଅବଲମ୍ବନ କଲେ ଆପଣ ଡାଇବେଟିଜକୁ କଣ୍ଟ୍ରୋଲରେ ଆଣିପାରିବେ ।

୧. ବେସନ ରୁଟିରୁ ମିଳିବ ଫାଇଦା: 

ହୁଏତ କମ ଲୋକ ହିଁ ଜାଣିଥିବେ ବେସନ ରୁଟିରୁ ଆମ ଶରୀରକୁ କଣ ଲାଭ ମିଳିଥାଏ । ଏହାକୁ ନିୟମିତ ଭାବେ ଖାଇଲେ ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣରେ ଅଣାଯାଇପାରିବ । ତେବେ ପ୍ରତିଦିନ ନିଜ ଡାଏଟରେ ବେସନ ରୁଟିକୁ ନିହାତି ସାମିଲ କରନ୍ତୁ । ଗମ୍ଭୀର ରୋଗୀ ମାନେ ନିଜ ଡାକ୍ତରଙ୍କ ପରାମର୍ଶ ଥରେ ନେଇଯାଆନ୍ତୁ ।

diabetese new
image credit: Healthline

୨. ଖାଲି ପେଟରେ ପିଅନ୍ତୁ ତୁଳସୀ ରସ:

କଣ ଆପଣ ଜାଣନ୍ତିଯେ ସକାଳେ ଖାଲି ପେଟରେ ତୁଳସୀ ରସ ନିୟମିତ ପିଇବା ଦ୍ୱାରା ଆରାମ ମିଳିଥାଏ । ନିୟମିତ କିଛି କିଛି ତୁଳସୀ ରସ ପିଇବା ଦ୍ୱାରା ଆପଣଙ୍କ ବ୍ଲଡ଼ ସୁଗାର ସ୍ତର ନିୟନ୍ତ୍ରଣକୁ ଆସିପାରିବ । ନିଜ ଘର ଚାରି ପାଖରେ କିଛି ତୁଳସୀ ଗଛ ଲଗାନ୍ତୁ ।

୩. ଜାମୁ କୋଳି ଖାଆନ୍ତୁ:

ଖରା କିମ୍ବା ବର୍ଷା ଦିନେ ପ୍ରଚୁର ପରିମାଣରେ ମିଳିଥାଏ ଜାମୁ କୋଳି । ଯାହାକୁ ପ୍ରତିଦିନ ଚାରି ରୁ ପାଞ୍ଚଟି ଖାଇବା ଫଳରେ ଆପଣଙ୍କ ରକ୍ତରେ ଶର୍କରା ସ୍ତର କମିପାରିବ । ପ୍ରତିଦିନ କିଛି କିଛି ଜାମୁ କୋଳି ଖାଇବା ଅଭ୍ୟାସ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.