Below header

ହୃଦଘାତ ସମୟରେ ନିଜ ଜୀବନ ଆପଣ ନିଜେ ହିଁ ବଞ୍ଚାଇ ପାରିବେ, ଜାଣନ୍ତୁ କେମିତି

ବର୍ତ୍ତମାନ ସମୟରେ ହୃଦଘାତରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ହେଉଛି । ଦେଖିବାକୁ ଗଲେ ଏବେକା ସମୟରେ ପ୍ରାୟ ୭୦ ପ୍ରତିଶତ ଲୋକଙ୍କ ଜୀବନ କେବଳ ଏଥିପାଇଁ ହିଁ ନିଜ ଜୀବନ ହାରୁଛନ୍ତି । ହୃଦଘାତ ସମୟରେ ସାଧାରଣତଃ ପ୍ରାୟ ସମସ୍ତେ ଜାଣି ପାରନ୍ତି ନାହିଁ ଯେ କଣ କରିବେ କଣ ନ କରିବେ । ଏମିତିକି ସିପିଆର ବା କାର୍ଡିଓ ପଲମୋନାରୀ ରେସୁ ସୀଟେସନରେ ସ୍ୱତନ୍ତ୍ର ପ୍ରଶିକ୍ଷିତ ନେଇଥିବା ବ୍ୟକ୍ତି ଏସମ୍ବନ୍ଧରେ ସେତେଟା ଜାଣିନଥାନ୍ତି । ସେଠାରେ ଏସବୁ ଶିଖା ବି ଯାଏ ନାହିଁ ଯେ, ଯଥା ସମୟରେ ଏହାକୁ ନିଜ ଉପରେ କେମିତି ପ୍ରୟୋଗ କରିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ହୃଦଘାତ ସମୟରେ ବା ଛାତିରେ ପୀଡା ଅନୁଭବ କରୁଥିବା ସମୟରେ ନିଜ ଉପରେ ପ୍ରୟୋଗ କରିପାରିବେ । ଏହା ସହ ଏକ ନିଶ୍ଚିତ ଦୁପରିସ୍ଥିତିରୁ ବି ରକ୍ଷା ପାଇପାରିବେ ।

heart

୧. ହୃଦଘାତ ସମୟରେ ଅଧିକାଂଶ ଲୋକ ଏକୁଟିଆ ହିଁ ଥାନ୍ତି । ବିନା କାହାର ସାହାଯ୍ୟରେ ସେମାନଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ । ଅନ୍ୟପକ୍ଷରେ ଏହି ରୋଗୀଙ୍କ ପାଖରେ ମାତ୍ର ୧୦ ସେକେଣ୍ଡ ହିଁ ସମୟ ଥାଏ ।

୨. ଏହିପରି ଅବସ୍ଥାରେ ପୀଡିତ ବ୍ୟକ୍ତି ଜୋର ଜୋରରେ କାଶିବାକୁ ପ୍ରୟାସ କରନ୍ତୁ । ଧୀରେ ଧୀରେ ସାମାନ୍ୟ ଅବସ୍ଥାକୁ ଆଣିବାକୁ ଚେଷ୍ଟା କରନ୍ତୁ ।

୩. ପ୍ରତି କାଶ ପୂର୍ବରୁ ପ୍ରେସର ଏମିତି ହେବା ଦରକାର, ଯେମିତି ଛାତିରୁ କଫ, ଛେପ ଆଦି ବାହାରି ଆସୁଥିବ ।

୪. ଯେପର୍ଯ୍ୟନ୍ତ ଅନ୍ୟ ମାନଙ୍କ ଠାରୁ ସହାୟତା ନମିଳିଛି ସେ ପର୍ଯ୍ୟନ୍ତ ପ୍ରତି ଦୁଇ ସେକେଣ୍ଡରେ ଏହାକୁ ଦୋହରାଇବା କୁ ଚେଷ୍ଟା କରନ୍ତୁ । ଜୋରରେ କାଶିବା ଦ୍ୱାରା ହୃତ୍ପିଣ୍ଡରର ସଂକୋଚନ ହୋଇଥାଏ । ଯାହା ଦ୍ୱାରା ରକ୍ତ ସଂଚାଳନ ନିୟମିତ ରୂପରେ ଚାଲିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.