ଶ୍ରଦ୍ଧାଙ୍କ ଜନ୍ମଦିନରେ ଜବରଦସ୍ତ ସରପ୍ରାଇଜ୍‌ ଦେଲେ ଟାଇଗର ଶ୍ରଫ୍‌, ହଠାତ୍‌ ଫ୍ୟାନମାନଙ୍କ ସହ ପହଞ୍ଚି ‘ବାଗୀ ୩’ ଗୀତରେ ରାସ୍ତା ଉପରେ କଲେ ଡ୍ୟାନ୍ସ

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ୩ ମାର୍ଚ୍ଚରେ ନିଜର ୩୩ତମ ଜନ୍ମଦିନ ପାଳନ କରିଥିଲେ। ଏହି ସ୍ପେଶାଲ ଡେ’ରେ ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ସରପ୍ରାଇଜ୍‌ ଦେଇଥିଲେ। ଖାସ୍‌ କଥା ହେଉଛି, ରାସ୍ତାରେ ଫ୍ୟାନ୍‌ମାନଙ୍କ ଡ୍ୟାନ୍ସ ପରେ ଶ୍ରଦ୍ଧାଙ୍କ ପଛପଟରୁ ଆସି ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ତାଙ୍କୁ ଚମକାଇ ଦେଇଥିଲେ। ଟାଇଗର ‘ବାଗୀ ୩’ର ଗୀତ ‘ଦସ୍‌ ବହାନେ କରକେ ଲେ ଗଇ ଦିଲ’ ଉପରେ ଜବରଦସ୍ତ ଡ୍ୟାନ୍ସ କରିଥିଲେ। ଆଉ ଏହା ଦେଖି ଶ୍ରଦ୍ଧା ଆଶ୍ଚଯ୍ୟର୍ ହୋଇଯାଇଥିଲେ। ଏହାପରେ ଦୁଇଜଣ କେକ୍‌ ମଧ୍ୟ କାଟିଥିଲେ।

s3

ଶ୍ରଦ୍ଧା-ଟାଇଗରଙ୍କ ଅଭିନୀତ ଏହି ଫିଲ୍ମ ମାର୍ଚ୍ଚ ୬ରେ ରିଲିଜ୍‌ ହେବ। ଫିଲ୍ମଟି ‘ବାଗୀ’ର ତୃତୀୟ ଫ୍ରାଞ୍ଚାଇଜ। ଫିଲ୍ମରେ ଅହମ୍ମଦ ଖାନ୍‌ ନିର୍ଦ୍ଦେଶନା ଦେଇଥିବା ବେଳେ ରିତେଶ ଦେଶମୁଖ ଓ ଅଙ୍କିତା ଲୋଖଣ୍ଡେ ମଧ୍ୟ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.