ଏହି ଏହି ଦେଶକୁ ଯିବା ପାଇଁ ଆପଣଙ୍କୁ ଦରକାର ପଡ଼ିବନି ଭିସା

ନିଜ ଦେଶ ବାହାରକୁ ଅନ୍ୟ କୌଣସିଟି ଦେଶକୁ ବୁଲିବାକୁ ଯାଉଥିଲେ ଆପଣଙ୍କୁ ଭିସାର ଆୟୋଜନ କରିବାକୁ ପଡିଥାଏ । କିନ୍ତୁ ଯଦି ଆପଣ ମାନଙ୍କୁ ତ ଜଣା ଥିବ ଆମ ଦେଶ ଭାରତରୁ ପଡୋଶୀ ରାଜ୍ୟ ନେପାଳ ଓ ଭୁଟାନକୁ ଯିବା ପାଇଁ କୌଣସିଟି ଭିସାର ଆବଶ୍ୟକତା ପଡ଼ିନଥାଏ । କିନ୍ତୁ ଜାଣନ୍ତିକି ଏସିଆର ଆଉ କିଛି ଦେଶ ଅଛି ଯେଉଁଠିକି ଯିବା ପାଇଁ ଭିସାର ଆବଶ୍ୟକତା ପଡ଼ିନଥାଏ । ଆପଣ ଏହି ଦେଶ ଗୁଡିକର ଯାତ୍ରା କେବଳ ଆପଣଙ୍କ ପାସପୋର୍ଟ ମାଧ୍ୟମରେ ହିଁ କରିପାରିବେ । ଆସନ୍ତୁ ସେହି ଦେଶ ଗୁଡିକ ବିଷୟରେ ଆଜି ଜାଣିବା ।

tourist one

ମାକାଉ:

ମାକାଉ ଦକ୍ଷିଣ ଚୀନ ନିକଟରେ ଥିବା ଏକ ଛୋଟ ଦେଶ । ଏହାର ଚାକଚୌକ ଓ ଅତ୍ୟାଧୁନିକ ଜୀବନ ଶୈଳୀ ପର୍ଯ୍ୟଟକ ମାନଙ୍କୁ ବିଶେଷ ଭାବେ ଏଠାକୁ ଆସିବାକୁ ଉତ୍ସାହିତ କରିଥାଏ । ଭାରତୀୟ ମାନେ ଏଠାକୁ ଆସିବାକୁ ବେଶୀ ମନ ବଳାଇଥାନ୍ତି । ଭାରତୀୟ ମାନେ ଏଠାରେ ୩୦ ଦିନ ପର୍ଯ୍ୟନ୍ତ ବିନା ଭିସାରେ ରହି ପାରିବେ ।

ଇଣ୍ଡୋନେସିଆ:

ଇଣ୍ଡୋନେସିଆର ଅତିସୁନ୍ଦର ସହର ମାନ ଭାରତୀୟ ମାନଙ୍କ ଭିତରେ ବିଶେଷ ପ୍ରସିଦ୍ଧି ଲାଭ କରିଛି । ତେଣୁ କରି ଏଠାରେ ଭାରତୀୟ ମାନଙ୍କ ପାଇଁ ବିଶେଷ ସୁବିଧାର ଆୟୋଜନ କରାଯାଇଛି । ଏଠାରେ ମଧ୍ୟ ବିନା ଭିସାରେ ୩୦ ଦିନ ପର୍ଯ୍ୟନ୍ତ ରହି ପାରିବେ । ଇଣ୍ଡୋନେସିଆରେ ବହୁତ ସୁନ୍ଦର ସୁନ୍ଦର ଦ୍ବୀପ ଓ ବୀଚ ମାନ ରହିଛି ।

tourist two

ମରିସସ:

ମରିସସକୁ ଯଦି ୨ୟ ଭାରତ କୁହାଯିବ ତେବେ କୌଣସି ଭୁଲ ହେବ ନାହିଁ । ଏହି ଦେଶରେ ଭାରତୀୟ ମାନେ ବିନା ଭିସାରେ ୩ ମାସ ପର୍ଯ୍ୟନ୍ତ ରହିପାରିବେ । ଏହି ଦେଶରେ ଆପଣ ବିନା ଦ୍ଵିଧାରେ ବୁଲି ପାରିବା ସହ ଏହାର ସମୁଦ୍ର ଗୁଡିକରେ ଦୁଃସାହସିକ କାମ ମାନ ମଧ୍ୟ କରିପାରିବେ ।

ଏହା ସହ ପଢନ୍ତୁ: ଗ୍ରୀନ୍‌ ଟି, ବ୍ଲୁ ଟି ପରେ ଏବେ ପିଅନ୍ତୁ ଆପଲ୍‌ ଟି, ଓଜନ ସହ ସୁଗାର ରହିବ କଣ୍ଟ୍ରୋଲ

ମାଳଦ୍ଵୀପ:

ଏହି ସୁନ୍ଦର ଦେଶରେ ବୁଲିବା ପାଇଁ ପ୍ରାୟ ସବୁବେଳେ ବହୁ ବଲିଉଡର ପ୍ରଖ୍ୟାତ ଅଭିନେତା ଅଭିନେତ୍ରୀ ମାନେ ଯାଇଥାନ୍ତି । କିନ୍ତୁ ଜାଣନ୍ତିକି ଆପଣ ବି ଅତି ସହଜରେ ଏହି ଦେଶକୁ ଯାଇପାରିବେ । ମାଳଦ୍ଵୀପକୁ ଯିବା ପାଇଁ ଭାରତୀୟ ମାନଙ୍କୁ କୌଣସି ଭିସାର ଆୟୋଜନ କରିବାକୁ ପଡ଼ିନଥାଏ । ଏଠାରେ ପ୍ରାୟ ୧୨୦୦ ଆଇଲ୍ୟାଣ୍ଡ ଅଛି । ଯାହାର ମଜା ଆପଣ ଅତି ସହଜରେ ନେଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.