ଓଡ଼ିଶାରେ ୧୦୦ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଜାଲିଆତି, ୪ ଜଣଙ୍କୁ କରାଯାଇଛି ଗିରଫ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ୧୦୦ କୋଟିରୁ ଅଧିକ ଟଙ୍କାର ଜିଏସ୍‌ଟି ଫ୍ରଡ୍‌ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଆଜି ସଂଧ୍ୟା ୫ଟାରେ ଏହାର ବିଧିବଦ୍ଧ ଖୁଲାସା କରିବେ ଜିଏସ୍‌ଟି କମିଶନର । ପୂର୍ବରୁ ୧୨ କୋଟି ୮୪ ଲକ୍ଷ ଟଙ୍କାର ଜିଏସଟି ଠକେଇ ନେଇ ଧରାପଡ଼ିଥିଲେ ବଲାଙ୍ଗିରର ଜଣେ ବ୍ୟବସାୟୀ। ଟିଟଲାଗଡର ବ୍ୟବସାୟୀ ତୀର୍ଥଙ୍କର ପଟେଲ ୮୪ କୋଟି ୬୮ ଲକ୍ଷ ଟଙ୍କାର ଜାଲ୍‌ ବିଲ୍‌ ଜରିଆରେ ୧୨ କୋଟି ୮୪ ଲକ୍ଷ ଟଙ୍କାର ଜିଏସଟି ସରକାରଙ୍କୁ ଦେଇଥିବାର ଜାଲ କାଗଜପତ୍ର ମାଧ୍ୟମରେ ଦର୍ଶାଇଥିଲେ । ପଞ୍ଜାବର ଦୁଇଜଣ ବ୍ୟବସାୟୀଙ୍କ ଜରିଆରେ ଆଇଟିସି ବା ଇନପୁଟ ଟ୍ୟାକ୍ସ କ୍ରେଡିଟ ମାଧ୍ୟରେ ଏହି ଟଙ୍କା ତୀର୍ଥଙ୍କର ଠକି ନେଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ସିଟି ଆଣ୍ଡ ଜିଏସଟି ବିଭାଗ ପକ୍ଷରୁ ସାଇ ଇଣ୍ଟରନାସନାଲ ମିନେରାଲ୍‌ସ ଆଣ୍ଡ ମାଇନସ୍‌ର ମାଲିକ ତୀର୍ଥଙ୍କର ପଟେଲକୁ ଗିରଫ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.