ଜଲଦି ପତଳା ହେବା ମୋହରେ ଆପଣାନ୍ତୁ ନାହିଁ ଏହିସବୁ ଉପାୟ, ଶରୀରକୁ ପହଂଚାଇବ ବହୁ କ୍ଷତି 

କିଛି ଏକ୍ସସରସାଇଜ ବ୍ୟତୀତ ଡାଏଟ ମଧ୍ୟ ଜାଣତରେ ହେଉ କିମ୍ବା ଅଜାଣତରେ ଶରୀରକୁ କ୍ଷତି ପହଞ୍ଚାଇଥାଏ | ଯେପରି ଅଧିକାଂଶ ଲୋକମାନେ ସକାଳୁ ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଇଥାନ୍ତି | କିନ୍ତୁ ଏହା ଶରୀର ପାଇଁ ଲାଭକାରୀ ହୋଇନଥାଏ | କାରଣ ଖାଲି ପେଟରେ ଲେମ୍ବୁ ପାଣି ପିଇବା ଦ୍ୱାରା ଏସିଡ଼ିଟି ହେବାର ସମ୍ଭାବନା ରହିଥାଏ |

ଏହା ପରିବର୍ତ୍ତେ ଆପଣ ଗରମ ପାଣି ପିଇ ପାରିବେ | ଏଭଳି ଅନେକ ଜିନିଷ ରହିଛି, ଯାହା ଆମକୁ କ୍ଷତି ପହଞ୍ଚାଇଥାଏ | ତେବେ ଆସନ୍ତୁ ଜାଣିବା ସେସବୁ କ’ଣ, ଯାହା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ |

  ଭୁଲରେ କେବେବି ଜୁସରେ ବରଫ ମିଶାଇ ପିଅନ୍ତୁ ନାହିଁ। କାରଣ ଏପରି କରିବା ଦ୍ୱାରା ପେଟରେ ଯନ୍ତ୍ରଣା ହେବା ସହ ଥଣ୍ଡା ହେବାର ସମ୍ଭାବନା ରହିଥାଏ | ସେହିଭଳି ଗୋଟିଏ ପ୍ରକାର ଫଳରେ ଜୁସ ବନାଇ ପିଅନ୍ତୁ | ବିଶେଷରୂପେ କଦଳୀରେ ଅନ୍ୟ କୌଣସି ଫଳ ମିଶାଇ ଜୁସ ପିଅନ୍ତୁ ନାହିଁ | କାରଣ ଆୟୁର୍ବେଦ ଅନୁଯାୟୀ ଏପରି କରିବା ଦ୍ୱାରା ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ |

  ସେହିଭଳି କିଛି ଲୋକମାନେ ବହୁତ ଜଲଦି ପତଳା ହେବା ପାଇଁ ହଟ ଯୋଗ କରିଥାନ୍ତି | କିନ୍ତୁ ଯଦି ଆପଣଙ୍କୁ ଓଜନ କମ କରିବାରେ ଇଛା ତେବେ ଆପଣ ସିମ୍ପୁଲ ୱାର୍କଆଉଟ ଏବଂ ଯୋଗ କରନ୍ତୁ | ବିଶେଷଜ୍ଞ କହିବାନୁଯାୟୀ ଅଧିକାଂଶ ଲୋକମାନେ ହଟ ଯୋଗ ଆପଣେଇଥିଲେ କିନ୍ତୁ ଏହାର ରେଜଲ୍ଟରେ କେବଳ ଡିହାଇଡ୍ରେସନ ଏବଂ ମୁଣ୍ଡ ବିନ୍ଧା ଦେଖିବାକୁ ମିଳିଲା|

  ଯଦି ଆପଣ ସିଧା କଞ୍ଚା ଫଳରେ ଜୁସ ତିଆରି କରି ପିଉଛନ୍ତି, ତେବେ ନ୍ୟୁଟ୍ରିସନ କମ ହେବାର ସମ୍ଭାବନା ରହିଥାଏ। ଏହିକାରଣରୁ ଆପଣ ପ୍ରଥମେ ଫଳକୁ ଷ୍ଟିମ ଦେଇ ତାପରେ ଜୁସ ବନାନ୍ତୁ |କିନ୍ତୁ ଆପଣ ଯଦି କଞ୍ଚା ଫଳରେ ଜୁସ ତିଆରି କରି ପିଉଛନ୍ତି ତେବେ ଅଧିକାଂଶ ବାନ୍ତି ହେବାର ସମ୍ଭାବନା ରହିଥାଏ |

  ଏସବୁ ବ୍ୟତୀତ କିଛି ଲୋକମାନେ ଜଲଦି ଝଡ଼ିବା ପାଇଁ ଖାଦ୍ୟ ଖାଇନଥାନ୍ତି କିମ୍ବା ଦିନରେ ମାତ୍ର ଥରେ ଖାଇଥାନ୍ତି | ଯେଉଁ କାରଣରୁ କେଶ ଝଡ଼ିବା ଏବଂ ଦୁର୍ବଳ ଲାଗିବା ଭଳି ଅନୁଭବ ହୋଇଥାଏ | ଏନେଇ କେବେବି ଭୋକରେ ରୁହନ୍ତୁ ନାହିଁ କିମ୍ବା ଅଧିକା ବ୍ରତ ଉପବାସ କରନ୍ତୁ ନାହିଁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.