ଗରମ ପାଣିରେ ଗାଧୋଇବେ କି ନାହିଁ ଦ୍ବନ୍ଦ୍ବରେ ଅଛନ୍ତି କି, ତେବେ ପଢିନିଅନ୍ତୁ ଏହି ଟିପ୍ସ

ଶୀତ ଦିନରେ ଲୋକମାନେ ସାଧାରଣତଃ ଗାଧୋଇବା ପାଇଁ ଗରମ ପାଣି ବ୍ୟବହାର କରିବାକୁ ପସନ୍ଦ କରନ୍ତି । ଅନେକ ଆୟୁର୍ବେଦୀୟ ଶାସ୍ତ୍ରୀ ମାନେ ବି ମତ ଦିଅନ୍ତିଯେ ଶୀତ ଋତୁରେ ଗରମ ପାଣିରେ ଗାଧୋଇଲେ ଶରୀରକୁ ଲାଭ ମିଳିଥାଏ ।  ଅନେଇ ଅନେକଙ୍କର ମନରେ ବି ସନ୍ଦେହ ଥାଏକି ପ୍ରକୃତରେ ଗରମ ବୋଲି କେତେ ଗରମ ପାଣିରେ ସ୍ନାନ କରିବା ଉଚିତ ।  କିନ୍ତୁ ବାସ୍ତବରେ ଅଧିକ ଗରମ ପାଣିରେ ସ୍ନାନ କରିବା ଉଚିତ ନୁହେଁ ।  ସବୁବେଳେ ନଖ ଉଷୁମ ପାଣିରେ ହିଁ ସ୍ନାନ କରିବା ଉଚିତ । ତେବେ ଆସନ୍ତୁ ଗରମ ପାଣିରେ ଗାଧୋଇବାର ଲାଭ ଓ କ୍ଷତି ବିଷୟରେ ଜାଣି ରଖିବା ।

ଲାଭ:

ଡାକ୍ତରଙ୍କ ଅନୁଯାୟୀ ଗରମ ପାଣିରେ ଗାଧୋଇଲେ ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ ।  ମୁଣ୍ଡ ବିନ୍ଧା ଭଲ ହୋଇଥାଏ ।  ଏହା ସହ ଶରୀରର ହାଡ ଗୁଡିକ ବି ଅଧିକ ଶକ୍ତ ହୋଇଥାଏ ।  ଯେଉଁ ମାନଙ୍କର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଥାଏ ସେମାନଙ୍କ ପାଇଁ ଗରମ ପାଣି ଖୁବ ଉପକାରୀ ।

କ୍ଷତି:

ଗରମ ପାଣିରେ ଗାଧୋଇବା ଦ୍ୱାରା କେଶ ଓ ତ୍ୱଚାକୁ କ୍ଷତି ପହଂଚି ଥାଏ ।  ଅତ୍ୟଧିକ ଗରମ ପାଣି ଚୁଟି ଓ ସ୍କିନକୁ ଅଧିକ ଡ୍ରାଏ କରିଦିଏ ।  କିଛି ଲୋକଙ୍କର କୁଣ୍ଡାଇହେବା ଓ ଲାଲ ପଡିଯିବା ପରି ସମସ୍ୟା ଦେଖାଦିଏ ।  ଆଉ ଅଧିକ ଗରମ ପାଣିରେ ସ୍ନାନ କଲେ ଶରୀରର ପ୍ରାକୃତିକ ତୈଳ ବି କ୍ଷତିଗ୍ରସ୍ତ ହୋଇଥାଏ ।  ଆଲର୍ଜି ଓ ଇନଫେକ୍ସନ ପରି ସମସ୍ୟା ଦେଖାଦିଏ ।  ଏକ ଗବେଷଣାରୁ ଜଣା ପଡିଛିଯେ ଗର୍ଭବତୀ ମହିଳା ମାନଙ୍କ ପାଇଁ ଗରମ ପାଣି ସୁରକ୍ଷିତ ନୁହେଁ ।  ଏହାଦ୍ୱାରା ପେଟରେ ବଢୁଥିବା ଶିଶୁର ମସ୍ତିସ୍କ ଓ ହାଡ ପ୍ରଭାବିତ ହୋଇଥାଏ ।  ଏମିତିକି ପୁରୁଷଙ୍କ ପ୍ରଜ୍ଜନ କ୍ଷମତା କମିଯାଏ ।

କେମିତି ରହିବେ ସାବଧାନ:

– ଅଧିକ ଗରମ ବଦଳରେ ସବୁବେଳେ ନଖ ଉଷୁମ ପାଣିରେ ଗାଧାଊନ୍ତୁ ।

– ପାଣିର ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ହେବା ଉଚିତ ନୁହେଁ ।

– ଗରମ ପାଣିରେ ଅଧା ଘଣ୍ଟାରୁ ଅଧିକ ସମୟ ସ୍ନାନ କରନ୍ତୁ ନାହିଁ ।

– ପିଲାଙ୍କ ଗାଧୋଇବା ପାଣି ୩୭ ରୁ ୩୮ ଡିଗ୍ରୀରୁ ଅଧିକ ନହେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.