Below header

ଜନ୍ମଦିନ ପାଲଟିଲା ମରଣ ଦିନ, କେକ୍ ଖାଇ ନାବାଳିକା ଝିଅର ମୃତ୍ୟୁ

ଜନ୍ମଦିନ ପାଲଟିଲା ମରଣ ଦିନ। ଜନ୍ମଦିନର କେକ୍ ଖାଇ ମୃତ୍ୟୁ ଘଟିଛି ଜଣେ ୧୦ ବର୍ଷର ନାବାଳିକାର । ଘଟଣା ଘଟିଛି ପଞ୍ଜାବ ପାତିଆଲାରେ ।

ନୂଆଦିଲ୍ଲୀ : ଜନ୍ମଦିନ ପାଲଟିଲା ମରଣ ଦିନ। ଜନ୍ମଦିନର କେକ୍ ଖାଇ ମୃତ୍ୟୁ ଘଟିଛି ଜଣେ ୧୦ ବର୍ଷର ନାବାଳିକାର । ଯିଏ କେଇ ଘଣ୍ଟା ପୂର୍ବରୁ ହସି ଖେଳି ଜନ୍ମଦିନ ମନାଉଥିଲା ସିଏ ଶୋଇ ଗଲା ଜୁଇରେ । ଘରଲୋକ ଅନଲାଇନରେ କେକ୍ ମଗାଇଥିଲେ । ଜନ୍ମଦିନ ପାଳନ ବେଳେ ଝିଅଟି କେକ୍ କାଟିଥିଲା । ପରେ ସେହି କେକ୍ ଖାଇ ଅଚାନକ ଅସୁସ୍ଥ ହୋଇପଡ଼ିଥିଲା । ଏଥିରେ ତାର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣା ଘଟିଛି ପଞ୍ଜାବ ପାତିଆଲାରେ । ମୃତ ନାବାଳିକାର ନାଁ ମାନବୀ ।

ତାଙ୍କ ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ମାନବୀର ଜନ୍ମଦିନ ଥିଲା । ଜନ୍ମ ଉତ୍ସବ ପାଳନ ପାଇଁ ସେମାନେ କେକ୍ ଅର୍ଡର କରିଥିଲେ । ଏହି କେକକୁ ମାନବୀ ଓ ତାର ସାନ ଭଉଣୀ ଖାଇଥିଲେ । ତେବେ ରାତି ୩ଟା ବେଳକୁ ଉଭୟଙ୍କର ଭୀଷଣ ବାନ୍ତି ହୋଇଥିଲା । ପରିବାର ଅନ୍ୟ ସମସ୍ତେ ମଧ୍ୟ ଅସୁସ୍ଥତା ଅନୁଭବ କରିଥିଲେ । ତେବେ ଘର ଲୋକେ ତୁରନ୍ତ ମାନବୀ ଓ ତା ଭଉଣୀଙ୍କୁ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ମାନବୀକୁ ମୃତ ଘୋଷଣା କରିଥିଲେ । ସାନଭଉଣୀ ଅବସ୍ଥା ସ୍ଥିର ରହିଛି । ସେପଟେ ଥାନାରେ ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ କରୁଛି । ମାନବୀଙ୍କ ପରିବାର ଲୋକେ ଯେଉଁଠାରୁ କେକ୍ ମଗାଇଥିଲେ ସେଠାରେ ପୋଲିସ୍ ପଚରା ଉଚରା କରିଛି । ତେବେ ସେମାନେ ଏହି କେକ୍ ପଠାଇନଥିବା କହିଛନ୍ତି । ଏବେ ରହସ୍ୟ ବଢ଼ିଛି କି କେକଟି ଆସିଲା କୁଆଡୁ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.