Below header

କେବେ ସରିବ ଦାଦନ ଦୁଃଖ ? ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଶରୀର

ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ଟେମେରୀ ଗ୍ରାମର ୨୨ ବର୍ଷିୟ ଧନୁର୍ଜ ବଛା ସବୁଦିନ ପାଇଁ ଅଫେରା ରାଇଜକୁ ଚାଲି ଯାଇଛନ୍ତି ।

ପଦ୍ମପୁର (କେନ୍ୟୁଜ):– ଗାଁକୁ ଫେରିଛି ପୁଅର ମୃତଦେହ । ଛାତିର କୋହକୁ ଆଖିରେ ଧରି ବାପା ମା’ ପାଲଟି ଯାଇଛନ୍ତି ନିର୍ବିକାର । ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ଟେମେରୀ ଗ୍ରାମର ୨୨ ବର୍ଷିୟ ଧନୁର୍ଜ ବଛା ସବୁଦିନ ପାଇଁ ଅଫେରା ରାଇଜକୁ ଚାଲି ଯାଇଛନ୍ତି । ଅଧିରାମ ପ୍ରୋସେସିଂ ମିଲ କମ୍ପାନୀ ତିରପୁର-ତାମିଲନାଡୁରେ କାମ କରୁଥିଲେ ଧନୁର୍ଜ। ଗତ ୧୫ ତାରିଖରେ ବଏଲର ଫାଟି ଯିବାରୁ ଦୁର୍ଘଟଣା ଶିକାର ହୋଇଥିଲେ ଧନୁର୍ଜ । ସେଠାରେ ଥିବା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଗତ ୨୮ ତାରିଖରେ ଧନୁର୍ଜଙ୍କର ମୃତ୍ୟୁ ହୋଇଥିଲା । ସେଠାରୁ ଏବେ ଗାଁ କୁ ତାଙ୍କର ମୃତଦେହ ଫେରିଛି । ବାପା ମା’ଙ୍କ ମୁଣ୍ଡରେ ବର୍ତ୍ତମାନ ଚଡ଼କ ପଡ଼ିଯାଇଛି । ଏତେ ବଡ଼ ଭେଣ୍ଡିଆ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରିବାର ଲୋକେ । ଗାଁରେ ଖେଳିଯାଇଛି ଶୋକାକୁଳ ପରିବେଶ । ତେବେ ଧନୁର୍ଜଙ୍କ ଏଭଳି ଅଭାବନୀୟ ମୃତ୍ୟୁ ପାଇଁ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ। ଟେମରି ଗ୍ରାମବାସୀ ଘଟଣା ବାବଦକୁ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏମିତି ଅନେକ ଘଟଣା ପ୍ରତିଦିନ ଘଟୁଛି । ଅନେକ ଯୁବପିଢ଼ି କାମ ଆଶାରେ ନି ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ଯାଉଛନ୍ତି । କିନ୍ତୁ ଅଚାନକ କୌଣସି ନା କୌଣସି କାରଣରୁ ସେମାନଙ୍କର ମୃତ୍ୟୁ ଘଟୁଛି । ଏପରିସ୍ଥିତିରେ ସେମାନଙ୍କର ପରିବାର କେମିତି ଚଳିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ତେବେ ଏ ପରିବାରକୁ ଯଦି କିଛି ସରକାରୀ ସାହାଯ୍ୟ ମିଳେ ତେବେ ଏମାନଙ୍କର ଅଳ୍ପ ବହୁତ ଉପକାର ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.