Below header

ଦର୍ଜି, କୁମ୍ଭାର, ଭଣ୍ଡାରୀ, ବଢ଼େଇ ଆଦି କର୍ମଜୀବୀଙ୍କ ଆକାଉଣ୍ଟକୁ ପଠାଯିବ 1,000 ଲେଖାଏ ଟଙ୍କା, ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଶ୍ୱକର୍ମା ଶ୍ରମ ସମାନ 15ଟି ଶ୍ରେଣୀରେ ଆସୁଥିବା ଦର୍ଜି, ମୋଚି, କୁମ୍ଭାର, ଭଣ୍ଡାରୀ, କମାର, ବଢ଼େଇ ଆଦି କର୍ମଜୀବୀଙ୍କ ଆକାଉଣ୍ଟକୁ 1000 ଟଙ୍କା ଲେଖାଏଁ ପଠାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ, ପାଖାପାଖି 2 ଲକ୍ଷ ପରିବାରକୁ ଭରଣ ପୋଷଣ ରୂପେ 1 ହଜାର ଟଙ୍କାର ତତ୍କାଳ ଭତ୍ତା ଜାରି କରାଯିବ। ଏହାସହିତ ସରକାର ସେମାନଙ୍କ ପାଇଁ ରାଶନ ମଧ୍ୟ ଉପଲବ୍ଧ କରାଇବେ।

ji

ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ଲୋକଙ୍କୁ ଭୋଜନ ଉପଲବ୍ଧ କରାଇବା ପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି। ବିଶ୍ୱକର୍ମା ଶ୍ରମ ଶ୍ରେଣୀରେ ଆସୁଥିବା ସହର ଏବଂ ଗ୍ରାମୀଣ କ୍ଷେତ୍ରର ବଢ଼େଇ, ଦର୍ଜି, ଟୋକେଇ ବୁଣୁଥିବା ବ୍ୟକ୍ତି, ବଣିଆ, କମାର, କୁମ୍ଭାର, ମୋଚି ଆଦି 2 ଲକ୍ଷ ପରିବାର ଅଛନ୍ତି। ସେମାନଙ୍କ ମଧ୍ୟରୁ 30,000 ପରିବାରଙ୍କ ବିବରଣୀ ସରକାରଙ୍କ ପାଖରେ ଅଛି। ତେବେ ଏହି ଭରଣ ପୋଷଣ ଭତ୍ତା ପ୍ରତ୍ୟେକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.