Below header

ମିଥ୍ୟ ଖବର ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପଡିଲା ମହଙ୍ଗା, ଯୁବକକୁ ଗିରଫ କଲା ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ

ରାଉରକେଲା(କେନ୍ୟୁଜ): ଯେତେ ସଚେତନ କରାଯାଉଥିଲେ ମଧ୍ୟ ସୁଧୁରୁନାହାନ୍ତି କିଛି ଅମାନିଆ ଯୁବ ଗୋଷ୍ଠୀ। କରୋନା ସମ୍ପର୍କିତ କିଛିବି ପୋଷ୍ଟ ସୋସିଆଲ ମିଡିଆରେ ନକରିବାକୁ କଟକଣା ଜାରି ହୋଇଥିଲେ ମଧ୍ୟ ଲୋକ ଏହାକୁ ମାନୁନଥିବା ଦେଖିବାକୁ ମିଳିଛି.ଗତ କିଛି ଦିନ ମଧ୍ୟରେ ଅନେକ ଯୁବକ ଏଭଳି କାମ କରି ପୋଲିସ ଦ୍ୱାରା ଗିରଫ ମଧ୍ୟ ହୋଇସାରିଲେଣି। ତଥାପି ଚେତୁ ନାହାନ୍ତି କିଛି ଅମାନିଆ ଲୋକ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲା ସହରରେ। ଫେସବୁକ୍‌ରେ କରୋନା ସମ୍ପର୍କରେ ମିଥ୍ୟା ଖବର ପୋଷ୍ଟ କରିବା ଅଭିଯୋଗରେ ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଯୁବକଙ୍କ ନାଁ ମହମ୍ମଦ ନସିମ ଅଖତାର ଓ ତାଙ୍କ ଘର କୁରେସି ମହଲାରେ ବୋଲି ଜଣାପଡିଛି। ନିଜ ଫେସବୁକ୍‌ରେ ମହମ୍ମଦ ନସିମ ଏକ ମିଛ ଖବର ପୋଷ୍ଟ କରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ନସିମଙ୍କୁ ଆଜି ଗିରଫ କରିଛି। ଏହାସହ ନସିମଙ୍କ ମୋବାଇଲକୁ ପୋଲିସ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.