Below header

ଯୁକ୍ତ ରାଜ୍ୟର ଆଶଙ୍କା, କରୋନା ଭାଇରସ ଚୀନ୍‌ର ଲାବୋରେଟୋରୀରୁ ସଂକ୍ରମଣ ହୋଇଥାଇପାରେ

କରୋନା ଭାଇରସ୍‌ର ଉତ୍ପତ୍ତିକୁ ନେଇ ନାନା କଥା ଶୁଣିବାକୁ ମିଳୁଛି । ଏହା କୈାଣସି ଜୀବର ଶରୀରରୁ ଉତ୍ପତ୍ତି ହେବା ନେଇ କୁହାଯାଉଥିବା ବେଳେ କେହି ଏହାକୁ ମାନବ କୃତ ବୋଲି କହୁଛନ୍ତି । ତେବେ କରୋନା ଭାଇରସ୍‌ ଚୀନର ଏକ ଲାବୋରେଟୋରୀରୁ ସଂକ୍ରମଣ ହୋଇଥିବା ଯୁକ୍ତ ରାଜ୍ୟ ଆଶଙ୍କା କରୁଥିବା ପ୍ରକାଶ କରିଛି ।

ଏ ସମ୍ପର୍କରେ ଲଣ୍ଡନରୁ ପ୍ରକାଶିତ ‘ଡେଲି ମେଲ୍‌’ରେ ରବିବାର ଏହି ତଥ୍ୟ ପ୍ରକାଶ ପାଇଛି । ବ୍ରିଟେନ୍‌ର ମନ୍ତ୍ରଣାଳୟ ଏହି ଆଶଙ୍କା କରିଥିବା ଏଥିରେ ପ୍ରକାଶ ପାଇଛି । ଚୀନ୍‌ର ଓ୍ଵହାନ୍‌ରେ ଥିବା ଉକ୍ତ ଲାବୋରେଟୋରୀର ଓ୍ଵହାନ ମାଂସ ମାର୍କେଟରୁ ମାତ୍ର ୩ କଲୋମିଟର ଦୂରରେ ଅବସ୍ଥିତ । ହୁଏତ ଏହି ଲାବୋରେଟୋରୀରୁ କୈାଣସି ଗବେଷକ ଉକ୍ତ ଭାଇରସ ଦ୍ୱାରା ସଂକ୍ରମିତ ହେବା ପରେ ଏହା ସ୍ଥାନୀୟ ମାଂସ ମାର୍କେଟକୁ ବ୍ୟାପିଛି । ଯଦିଓ ଏହି ଭାଇରସ କୈାଣସି ଜୀବ ଠାରୁ ଆସିବା କଥାକୁ ଅସ୍ୱୀକାର କରାଯାଇନପାରେ ।

କାରଣ ୨୦୧୮ରେ ମାରାତ୍ମକ ଇବୋଲା ଭାଇରସର ପରୀକ୍ଷଣ ଉକ୍ତ ଲାବୋରେଟୋରୀରେ ହେଇଥିଲା । ଯେଉଁଥିରେ ଗବେଷକମାନେ ଇବୋଲାର ଉତ୍ପତ୍ତି ବାଦୁଡ଼ି ଦେହରୁ ବୋଲି ଜାଣିବାକୁ ପାଇଥିଲେ । କରୋନା ଭାଇରସ୍‌ର ଜିନ୍‌ ଇବୋଲା ସହ ୯୬ ପ୍ରତିଶତ ସମାନ । ଯାହାକି ବାଦୁଡ଼ି ଦେହରେ ଦେଖିବାକୁ ମିଳିଥାଏ ।

ତେଣୁ ଊକ୍ତ ଲାବୋରେଟୋରୀର ଗବେଶକଙ୍କ ଠାରୁ ସ୍ଥାନୀୟ ଜନସମୂହ ସଂକ୍ରମିତ ହୋଇ କ୍ରମେ ପୁରା ଚୀନ୍‌କୁ ବ୍ୟାପିଛି ବୋଲି ବ୍ରିଟେନ୍‌ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.