Below header

ମହାରାଷ୍ଟ୍ରରେ ୧୨ ଘଣ୍ଟିଆ ନାଇଟ୍‌ କର୍ଫ୍ୟୁ ପାଇଁ ସରକାରଙ୍କ ସଜବାଜ, ଅମାନ୍ୟ କଲେ ଲକ୍ଷେ ଟଙ୍କା ଜରିମାନା

ମୁମ୍ବାଇ :  ନୂଆ କରୋନା ମାମଲା ଦେଖାଯିବା ପରେ ମହାରାଷ୍ଟ୍ରରେ ସନ୍ଧ୍ୟା ୫ଟାରୁ ସକାଳ ୫ଟା ଯାଏ ୧୨ ଘଣ୍ଟିଆ କର୍ଫ୍ୟୁ ଜାରି କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି ଜଣାପଡ଼ିଛି । ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏନେଇ ଏକ ଜରୁରୀକାଳୀନ ବୈଠକ ଡାକିବେ ବୋଲି ଜଣାପଡ଼ିଛି । ଏହି କର୍ଫ୍ୟୁ ସମୟରେ ଯଦି କେହି ଏହାକୁ ଉଲଂଘନ କରେ ତାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସରକାର ବିଚାର କରୁଥିବା ଜଣାଯାଇଛି ।

ତେବେ ପରିବା ମାର୍କେଟ କେତେକ ରେଷ୍ଟ୍ରିକସନ୍‌ ମଧ୍ୟରେ ଖୋଲିବାକୁ ମଧ୍ୟ ସରକାର ବିଚାର କରୁଥିବା ଜଣାଯାଇଛି । ନାଗପୁରରେ ୭୫୦ ନୂଆ ମାମଲା ଦେଖାଦେଇଥିବା ବେଳେ ସମ୍ପୂର୍ଣ୍ଣ ବିଦର୍ଭ ଅଞ୍ଚଳରେ ମଧ୍ୟ ନୂଆ ମାମଲା ଦେଖାଯାଇଛି । ସରକାର ତେଣୁ ଉକ୍ତ ଅଞ୍ଚଳରେ ଆଂଶିକ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । କର୍ଫ୍ୟୁ ସମୟରେ ବିବାହ ମଣ୍ଡପ, ମାର୍କେଟ,ସିନେମା ହଲ୍‌ ଏବଂ ଅନ୍ୟ ଗହଳି ସ୍ଥାନ ବନ୍ଦ ରହିବ ବୋଲି କୁହାଯାଇଛି । ପ୍ରକାଶଯୋଗ୍ୟ ଯେ ମୁମ୍ବାଇରେ ୨୭୪୯ ନୂଆ କରୋନା ମାମଲା ଜଣାପଡ଼ିବା ପରେ ବିଏମସି ପ୍ରାୟ ୧୩୦୫ ଟି ବିଲ୍ଡିଂକୁ ସିଲ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.