ରାତିରେ ଖାଆନ୍ତୁ ଏହି ୪ ଜିନିଷ, ମେଟାବୋଲିଜମ୍‌ ବଢ଼ିବା ସହ କଣ୍ଟ୍ରୋଲରେ ରହିବ ଓଜନ

ବଢ଼ୁଥିବା ଓଜନକୁ ନେଇ ସମସ୍ତେ ଚିନ୍ତିତ । ଓଜନ କମାଇବା ପାଇଁ ଲୋକେ ବିଭିନ୍ନ ପ୍ରକାର ଡାଏଟ୍‌ ପ୍ଲାନ କରନ୍ତି । ତଥାପି କିଛି ଅଭ୍ୟାସ କାରଣରୁ ଓଜନ କମିନଥାଏ । ବିଶେଷକରି ରାତି ସମୟରେ ଭୋଜନ ଆମ ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ । ତେଣୁ ଆସନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହାକୁ ରାତିରେ ଖାଇବା ଦ୍ୱାରା ଆପଣଙ୍କ ଓଜନ କମିପାରେ ।

egg

ଅଣ୍ଡା : ପ୍ରୋଟିନ୍‌ରେ ଭରପୁର ଅଣ୍ଡା ବହୁତ ଲାଭକାରୀ ହୋଇଥାଏ । ରାତିରେ ଡବଲ ଅଣ୍ଡା ଖାଇବା ଦ୍ୱାରା ଶରୀରରେ ଜମି ଥିବା ଅଧିକ ଚର୍ବି ହ୍ରାସ ହୋଇଥାଏ । ଏହାସହିତ ଥକ୍କାପଣ, ଦୁର୍ବଳତା କମିବା ସହ ଇମ୍ୟୁନିଟି ବଢ଼ିଥାଏ ।

brocoli

ବ୍ରୋକୋଲି : ଅନ୍ୟ ସବୁଜ ପରିବା ତୁଳନାରେ ବ୍ରୋକୋଲି ବହୁତ ଲାଭକାରୀ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ଓ ଆଣ୍ଟି ଅକ୍ସିଡାଣ୍ଟ ଓଜନ କଣ୍ଟ୍ରୋଲ କରିବା ସହ ଚର୍ମ ସମ୍ବନ୍ଧୀୟ ସମସ୍ୟା ଭଲ କରିଥାଏ । ଡିନରରେ ଏହାକୁ ଖାଇବା ବହୁତ ଲାଭକାରୀ ।

ବାଦାମ : ସ୍ୱାସ୍ଥ୍ୟବାନ ରହିବା ପାଇଁ ବାଦାମ ଖାଇବାକୁ କୁହାଯାଇଥାଏ । ଏହା ଓଜନ କଣ୍ଟ୍ରୋଲ କରିବା ସହ ମାଂସପେଶୀ ମରାମତି କାମ ମଧ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ମେଟାବୋଲିଜିମ୍‌ ମଧ୍ୟ ବଢ଼ିଥାଏ । ଶରୀରରେ ରୋଗ ପ୍ରକୋପ କମ୍‌ କରିଥାଏ ।

green tea

ଗ୍ରୀନ୍‌ ଟି : ଶୋଇବା ପୂର୍ବରୁ ଗରମ ଦୁଧ ପିଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ହେଲେ ଓଜନ କମ କରିବାକୁ ଚାହୁଁଥିବା ଲୋକେ ଦୁଧ ବଦଳରେ ଗ୍ରୀନ୍‌ ଟି ପିଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.