୨୦୨୨ ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୩ ର ଉତକ୍ଷେପଣ ନେଇ କହିଲେ କେ. ଶିବନ

ନୂଆଦିଲ୍ଲୀ : ୨୦୨୨ ରେ ଭାରତ ତା’ର ଚନ୍ଦ୍ରଯାନ-୩ ର ଉତ୍‌କ୍ଷେପଣ ନେଇ ପ୍ରକାଶ କରିଛି । ଏନେଇ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ମୁଖ୍ୟ କେ. ଶିବନ୍‌ ଘୋଷଣା କରିଛନ୍ତି । ଭାରତ ତା’ର ୩ୟ ମିଶନ ଚନ୍ଦ୍ରଯାନ-୩ର ପଠାଯିବା ନେଇ ବେଶ୍‌ ଉତ୍ସାହିତ ଅଛି । ଚନ୍ଦ୍ରଯାନ ୩ ପଠାଯିବା ପାଇଁ ୨୦୨୦ କୁ ସମୟ ଧାର୍ଯ୍ୟ କରାଯାଇଥିଲା ।

ହେଲେ କରୋନା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଏହା ପୂର୍ବରୁ ଭାରତ ଚନ୍ଦ୍ରଯାନ-୨ ସଫଳତାର ସହ ଲଞ୍ଚ୍‌ କରିଛି । ଚନ୍ଦ୍ରଯାନ ୨ ଭଳି ଏଥିରେ ମଧ୍ୟ ଲ୍ୟାଣ୍ଡର ଓ ରୋଭର ରହିବ । ହେଲେ ଚନ୍ଦ୍ରଯାନ-୩ର କକ୍ଷପଥ ରହିବ ନାହିଁ। ଚନ୍ଦ୍ରଯାନ-୨ ସମୟରେ ଲଞ୍ଚ କରାଯାଇଥିବା କକ୍ଷପଥ ଚନ୍ଦ୍ରଯାନ-୩ ପାଇଁ ବ୍ୟବହୃତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.