ରେଳ ଲାଇନ୍‌ ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରେନ, ୧୨ ମୃତ, ଅନେକ ଆହତ

ଟ୍ରେନ ଲାଇନ ପାର ହେଉଥିବା ବେଳେ ମାଡ଼ିଗଲା ଟ୍ରେନ। ଝାଡ଼ଖଣ୍ଡ ଜାମତରାରେ ବଡ଼ ରେଳ ଅଘଟଣ। ୧୨ ମୃତ, ଅନେକ ଆହତ । କଳାଝରିଆ ରେଳ ଷ୍ଟେସନରେ କିଛି ଯାତ୍ରୀ ରେଳ ଧାରଣା ପାର ହେଉଥିବା ବେଳେ ଏକ ଏକ୍ସପ୍ରେସ ସେମାନଙ୍କ ଉପରେ ଚଢିଯାଇଥିଲା।

ନୂଆଦିଲ୍ଲୀ : ଟ୍ରେନ ଲାଇନ ପାର ହେଉଥିବା ବେଳେ ମାଡ଼ିଗଲା ଟ୍ରେନ। ଝାଡ଼ଖଣ୍ଡ ଜାମତରାରେ ବଡ଼ ରେଳ ଅଘଟଣ। ୧୨ ମୃତ, ଅନେକ ଆହତ । କଳାଝରିଆ ରେଳ ଷ୍ଟେସନରେ କିଛି ଯାତ୍ରୀ ରେଳ ଧାରଣା ପାର ହେଉଥିବା ବେଳେ ଏକ ଏକ୍ସପ୍ରେସ ସେମାନଙ୍କ ଉପରେ ଚଢିଯାଇଥିଲା। ତେବେ ପ୍ରକୃତ ମୃତ୍ୟୁ ସଂଖ୍ୟା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ରେଲବାଇ ପୋଲିସ ଓ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ମେଡିକାଲ ଟିମ ଓ ଆମ୍ବୁଲାନସ ପହଞ୍ଚି ଗୁରୁତରଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଅଙ୍ଗ ଏକ୍ସପ୍ରେସରେ ନିଆଁ ଲାଗିଥିବା ନେଇ ଖବର ଜଣାପଡ଼ିବା ପରେ କିଛି ଯାତ୍ରୀ ଆତଙ୍କିତ ହୋଇ ଚେନ ଟାଣି ଟ୍ରେନକୁ ଅଟକାଇଥିଲେ। କିଛି ଯାତ୍ରୀ ଟ୍ରେନରୁ ଡେଇଁ ପଡ଼ି ରେଳଧାରଣା ପାର ହେଉଥିବା ବେଳେ ବିପରୀତ ଟ୍ରାକରେ ଆସୁଥିବା ଝାଝା- ଆସନସୋଲ ଏକ୍ସପ୍ରେସ ସେମାନଙ୍କ ଉପରେ ମାଡ଼ିଯାଇଥିଲା। ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବା ଜାମତରା ଡିସିପି ସୂଚନା ଦେଇଛନ୍ତି।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.