ରାଜସ୍ଥାନରେ ଭୟଙ୍କର ବସ୍‌ ଦୁର୍ଘଟଣା, ୧୨ ଜୀବନ୍ତ ଦଗ୍ଧ

ରାଜସ୍ଥାନର ବାରମେର୍-ଯୋଧପୁର ରାଜପଥରେ ଏକ ଘରୋଇ ବସକୁ ଧକ୍କା ଦେଲା ଟ୍ୟାଙ୍କର । ଧକ୍କା ଦେବା ପରେ ଅଗ୍ନିକାଣ୍ଡରେ ଅତି କମରେ ୧୨ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଟ୍ୟାଙ୍କର୍ ସହିତ ଧକ୍କା ହେବା ପରେ ବସ୍ ନିଆଁକୁ ଆୟତ୍ତ କରାଯାଇପାରି ନ ଥିଲା ଓ ଯାତ୍ରୀମାନେ ବାହାରକୁ ଯିବାର ସୁଯୋଗ ପାଇ ନଥିଲେ ।

ରାଜସ୍ଥାନର ବାଡ଼ମେର୍-ଯୋଧପୁର ରାଜପଥରେ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ଦୁର୍ଘଟଣା ଯୋଗୁଁ ରାଜପଥରେ ଏକ ବିରାଟ ଟ୍ରାଫିକ୍ ଜାମ୍ ହୋଇଥିଲା ।

ବସରେ ଥିବା ଜଣେ ଯାତ୍ରୀ କହିଛନ୍ତି କି, ପ୍ରାୟ ୯.୫୫ ମିନିଟରେ ବସଟି ବାଲୋତରାରୁ ବାହାରିଥିଲା । ରାସ୍ତାରେ ଏକ ଟ୍ୟାଙ୍କର ରଙ୍ଗରୁଟରେ ଆସି ବସକୁ ଧକ୍କା ଦେଇଥିଲା । ଫଳରେ ହଠାତ ବସରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା କି କ୍ଷଣକ ମଧ୍ୟରେ ବସରେ ଥିବା ଯାତ୍ରୀମାନେ ଜଳିଯାଇଥିଲେ । ବସରେ ମୋଟ ୨୫ ଜଣ ଯାତ୍ରୀଥିବା ବେଳେ ୧୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୩ ଜଣ ଗୁରୁତର ଆହତ ହୋଇଛନ୍ତି ଓ ୧୨ ଜଣ ମୃତ୍ୟୁବରଣ କରିଛନ୍ତି ।

ସୂଚନା ପାଇବା ପରେ ସିଏମ୍ ଅଶୋକ ଗେହଲଟ୍ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଚିକିତ୍ସା ସୁନିଶ୍ଚିତ କରିବାକୁ କହିଛନ୍ତି । ପୁଲିସ ପ୍ରଶାସନ ସହ ପଚପଦରା ବିଧାୟକ ମଦନ ପ୍ରଜାପତ, ପ୍ରଭାରୀ ମନ୍ତ୍ରୀ ସୁଖରାମ ବିଶୋଇ ବି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତକମାନଙ୍କୁ ଚିହ୍ନଟ କରିବାକୁ ପୁଲିସ ପ୍ରୟାସ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.