ପରୀକ୍ଷାରେ କମ୍‌ ନମ୍ବର ଆସିବାରୁ ଛାତରୁ ଡେଇଁ ଜୀବନ ହାରିଲେ ଛାତ୍ରୀ, ତଳେ ଥିବା ଯୁବକ ଧରିବାକୁ କରିଥିଲେ ଚେଷ୍ଟା

ଯୁକ୍ତ ୨ ପଢୁଥିବା ଛାତ୍ରୀ ଜଣକ ପରୀକ୍ଷାରେ କମ୍‌ ମାର୍କ ରଖିଥିଲେ । ଏଥିପାଇଁ ସବୁବେଳେ ଡିପ୍ରେସନରେ ରହୁଥିଲେ । ଛାତ୍ରୀ ଜଣକ ନିଜ ଜୀବନ ହାରିବାକୁ ପଛାଇଲେ ନାହିଁ । ଆତ୍ମହତ୍ୟା କରୁଥିବାର ଲାଇଭ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ବିହାର ରାଜଧାନୀ ପାଟନାର ବୃଦ୍ଧା କଲୋନୀରେ ଜଣେ ଛାତ୍ରୀ ଚାରି ମହଲାରୁ ଡେଇଁ ସୁଇସାଇଡ କରିଛି । ଯୁକ୍ତ ୨ ପଢୁଥିବା ଛାତ୍ରୀ ଜଣକ ପରୀକ୍ଷାରେ କମ୍‌ ମାର୍କ ରଖିଥିଲେ । ଏଥିପାଇଁ ସବୁବେଳେ ଡିପ୍ରେସନରେ ରହୁଥିଲେ । ତେବେ ଛାତ୍ରୀ ଜଣକ ଆତ୍ମହତ୍ୟା କରୁଥିବାର ଲାଇଭ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ବିହାରର ପାଟନା ବୃଦ୍ଧ କଲୋନୀ ଥାନା କ୍ଷେତ୍ରରେ ଥିବା ନଗେଶ୍ୱର କଲୋନୀରେ ଜଣେ ଛାତ୍ରୀ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ନାଗେଶ୍ୱର କଲୋନୀ ସ୍ଥିତ ଜୟ ରେସିଡେନ୍ସି ଆପାଟମେଣ୍ଟ ଛାତରୁ ଛାତ୍ରୀ ଜଣଙ୍କ ଡେଇଁଥିଲେ । ଏହାପରେ ଛାତ୍ରୀ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଛାତ୍ରୀ ଜଣକ ଛାତରୁ ଡେଉଁଥିବା ବେଳେ ତଳେ ଥିବା ଦୁଇ ଜଣ ଯୁବକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ । ପ୍ରଥମ ଛାତ୍ରୀଙ୍କୁ ତଳେ ଥିବା ଯୁବକ ଡେଇଁବା ପାଇଁ ମନା କରୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଛାତ୍ରୀ ଜଣକ ମାନିଥିଲେ । ସେମାନେ ଧରିବାକୁ ଚେଷ୍ଟା କରୁଥିବା ବେଳେ ଛାତ୍ରୀଙ୍କ ମୁଣ୍ଡ ତଳେ ମାଡ ହୋଇଯାଇଥିଲା । ସେମାନେ ଛାତ୍ରୀଙ୍କୁ ଧରିବାରେ ଅସଫଳ ହୋଇଥିଲେ ।

ଘଟଣା ଶନିବାର ବୋଲି ଜଣାପଡିଛି । ତେବେ ଛାତ୍ରୀଙ୍କ ନାମ ଅନନ୍ୟା । ଅନନ୍ୟା ତାଙ୍କ ପିତାମାତାଙ୍କର ଗୋଟିଏ ଝିଅ ଥିଲା । ଛାତ୍ରୀଙ୍କ ପରିବାର ସେହି ଆପାଟମେଣ୍ଟରେ ରେଣ୍ଟରେ ରହୁଥିଲେ । ତେବେ ଛାତ୍ରୀ ଜଣକ ଏଭଳି ପଦକ୍ଷେପ କାହିଁକି ନେଇଥିଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟଣା ପରେ ସେଠାରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.