ବ୍ରିଜ ଉପରେ ଗାଡି ଓ ଚପଲ ରଖି ନଦୀକୁ ଡେଇଁ ପଡିଲେ ଆଉ ଏକ ଯୁବକ

ପୁଣି ଥରେ ଚପଲ ଆଉ ବାଇକ ରଖି ନଦୀକୁ ଡେଇଁ ପଡିଲେ ଏକ ଯୁବକ। କିଛି କାହାକୁ ନକହି ଚୁପ ଚାପ ଆସିଲେ , ଆଉ ବ୍ରିଜ ଉପରେ ଗାଡି ଆଉ ଚପଲ ରଖି ସିଧା ଗଭୀର ନଦୀର ମଝିକୁ ଡେଇଁ ପଡିଲେ।

ପୁଣି ଥରେ ଚପଲ ଆଉ ବାଇକ ରଖି ନଦୀକୁ ଡେଇଁ ପଡିଲେ ଏକ ଯୁବକ। କିଛି କାହାକୁ ନକହି ଚୁପ ଚାପ ଆସିଲେ , ଆଉ ବ୍ରିଜ ଉପରେ ଗାଡି ଆଉ ଚପଲ ରଖି ସିଧା ଗଭୀର ନଦୀର ମଝିକୁ ଡେଇଁ ପଡିଲେ। ପାଖରେ ଯାଉଥିବା ଅନେକ ଲୋକ ହଠାତ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ.. କିନ୍ତୁ ପାଖକୁ ଆସିବା ଆଗରୁ ଯୁବକ ଜଣକ ବ୍ରିଜ ଉପରେ ଠିଆ ହୋଇ ନଦୀ କୁ ସିଧା ଡେଇଁ ପଡ଼ିଲେ। ଯାହାକୁ ନେଇ ସବୁଠି ଏବେ ଚର୍ଚ୍ଚା ଲାଗିଛି। ଏମିତି କରିବା ପଛରେ କାରଣ କଣ ଥାଇ ପରେ ଯାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଗତ କିଛି ଦିନ ଆଗରୁ ବାପା ତାର ଅଢେଇ ବର୍ଷ ର ଝିଅ କୁ ନେଇ ନଦୀକୁ ଡେଇଁପଡ଼ିଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବାବେଳେ ।ଏବେ ପୁଣି ଏକ ଯୁବକ ଏଭଳି ମରଣ ମୁହଁକୁ ନିଜେ ଡେଇଁପଡ଼ିବା ଖବର ସାମ୍ନାକୁ ଆସିଛି। ସବୁଠୁ ବଡ କଥା ହେଉଛି ଏସବୁ ପିଲା ମାନେ କାହିଁକି କରୁଛନ୍ତି। କେଉଁ ପରିସ୍ଥିତି ତାଙ୍କୁ ଏସବୁ କରିବାକୁ ବାଧ୍ୟ କରୁଛି .. ନା ପରିସ୍ଥିତି ସହ ଲଢ଼ିବାକୁ ଏମାନଙ୍କ ପାଖରେ ଧର୍ଯ୍ୟ ନାହିଁ। ଜାଣିଛନ୍ତି ସବୁଠୁ ବଡ ଦୁଃଖର କଥା କଣ .. ଏ ଯୁବକ ଜଣକ ବିବାହିତ ହୋଇଥିବାବେଳେ ଗୋଟିଏ ଛୋଟ ଝିଅ ଟିଏ ବି ଅଛି ।

ଦର୍ଶକବଂଧୁ ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଦେବୀ ନଦୀର ଶିଖର ବ୍ରିଜ ଉପରୁ ନଦୀ କୁ ଜଣେ ଯୁବକ ଡେଇଁପଡିଛନ୍ତି … ଖବର ଅନୁସାରେ ଯୁବକ ଜଣଙ୍କ ବଛାଳ ଗ୍ରାମର ଶରତ ଲେଙ୍କା ଙ୍କ ପୁଅ ସୁଜିତ୍ ଲେଙ୍କା, ଘରୋଇ କଳିରୁ ସୁଜିତ୍ ନଦୀ କୁ ଡେଇଁ ଥିବା ସନ୍ଦେହ କରାଯାଉଛି .. ସୁଜିତ୍ ପୁରୀର ବାଲିକୁଦ ସାହି ରେ ରୁହନ୍ତି ,ତାଙ୍କର ଘରେ ସ୍ତ୍ରୀ ଓ ଛୋଟ ଝିଅ ଅଛନ୍ତି.. ଘଟଣା ସ୍ଥଳରେ ପୋଲିସ ଓ ଉଧାରକାରି ଟିମ ପହଞ୍ଚିଛନ୍ତି.. ତେବେ ପୋଲ ଉପରେ ତାଙ୍କ ଚପଲ୍ ଓ ବାଇକ୍ ରହିଥିବାର ଦେଖିବାକୁ ମିଳିଛି ..

ଖବରରୁ ଯାହା ଜଣା ପଡ଼ିଛି ପାରିବାରିକ କଳହ କୁ କେନ୍ଦ୍ର କରି ଯୁବକ ଜଣକ ଅତିଷ୍ଠ ହୋଇ ନିଜ ଜୀବନ ହରିବାକୁ ଯୋଜନା କରିଥିଲେ .. ପରେ ବ୍ରିଜ ଉପରେ ବାଇକ ଓ ଚପଲ ରଖି ନଦୀ କୁ ଡେଇଁପଡିଲେ .. ଅଗ୍ନିଶମ ବାହିନୀ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା l ଘଟଣାଟି ଘଟିଛି ଜଗତସିଂହପୁର ଜିଲ୍ଲା ଅଧିନସ୍ତ ନାଉଗାଁ ଥାନା ଦେବୀ ନଦୀର ଶିଖର ଘାଟ ନିକଟରେ, ପୋଲ ଉପରୁ ବଛାଳ ଗ୍ରାମର ଶରତ ଲେଙ୍କାଙ୍କ 32 ବର୍ଷୀୟ ପୁଅ ସୁଜିତ ଲେଙ୍କା ନଦୀ କୁ ଡେଇଁ ପଡ଼ିବା ପରେ ଘଟଣା ଟି ସାମ୍ନା କୁ ଆସିଛି .. ଘଟଣା ସ୍ଥଳରେ ନାଉଗାଁ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ସୁଜିତ କୁ ଖୋଜା ଖୋଜି କରୁଛନ୍ତି, ଅନ୍ୟପଟେ ଅଗ୍ନିଶମ ବାହିନୀ ଖୋଜା ଖୋଜି କରୁଥିବା ବେଳେ ଏପର୍ଯ୍ୟନ୍ତ ସୁଜିତ ଙ୍କୁ ଅନୁଧ୍ୟାନ କରିବାରେ ସକ୍ଷମ ହୋଇନାହିଁ…ନଦୀରେ ବହୁତ ପାଣି ଓ ପ୍ରଖର ସ୍ରୋତ ରହିଥିବାରୁ ଖୋଜିବା କଷ୍ଟ ହେଉଛି ବୋଲି ଜଣାପଡ଼ିଛି ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.